• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରି ଆହତ କଲା ଛାତ୍ର । କ୍ଲାସରେ ଭିଡିଓ ଗେମ୍‌ ଖେଳିବାକୁ ବାରଣ କରିବାରୁ ଶିକ୍ଷୟିତ୍ରୀଙ୍କୁ ଜଣେ ଛାତ୍ର ମାଡ଼ ମାରି ଆହତ କରିଥିବା ଏକ ଭିଡିଓ ସମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।

ଭାଇରାଲ ଭିଡିଓ ରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଜଣେ ଶିକ୍ଷୟିତ୍ରୀଙ୍କ ନିକଟକୁ ଛାତ୍ର ଜଣକ ଖୁବ୍‌ ଜୋର୍‌ରେ ଦୌଡ଼ିଯାଉଛି । ପରେ ତାଙ୍କୁ ଧକ୍କା ଦେଉଛି । ଶିକ୍ଷୟିତ୍ରୀ ଜଣକ ତଳେ ପଡ଼ିଯିବା ପରେ ଅଚେତ ହୋଇଯାଉଛନ୍ତି । ଆଉ ସେହି ସମୟରେ ଛାତ୍ର ଜଣକ ତାଙ୍କୁ ମାଡ଼ ମାରିବାକୁ ଲାଗୁଛନ୍ତି ।

ଛାତ୍ରଟିର ଏପରି କାରନାମାକୁ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ସଙ୍ଗେସଙ୍ଗେ ତାଙ୍କ ନିକଟକୁ ଧାଇଁ ଆସୁଛନ୍ତି । ଛାତ୍ରଟିକୁ ଅଟକାଇବା ସହ ଶିକ୍ଷୟିତ୍ରୀଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରୁଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାର ଲାଗିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଭିଡିଓଟି ପାଲମ କୋଷ୍ଟର ମାଟାନଜାସ୍ ହାଇସ୍କୁଲର ହୋଇଥିବା ଜଣାପଡ଼ିଛି । କୁହାଯାଇଛି କି, ଶିକ୍ଷୟିତ୍ରୀ ଜଣକ ଛାତ୍ରଟିକୁ କ୍ଲାସରେ ଭିଡିଓ ଗେମ୍‌ ଖେଳିବାକୁ ବାରଣ କରିବାରୁ ଛାତ୍ରଟି କ୍ରୋଧିତ ହୋଇ ଏପରି ଘଟଣା ଘଟାଇଛି ।

ପରବର୍ତ୍ତୀ ଅବସ୍ଥାରେ ଶିକ୍ଷକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେ ସୁସ୍ଥ ହେବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଛାତ୍ରକୁ ଗିରଫ କରିଛି।