Advertisment

ଆଶ୍ଚର୍ଯ୍ୟ ! ଅନ୍‌ଲାଇନ୍‌ରେ ମିଳୁଛି ୧୦୦% ଭେଜ୍‌ ବଟର ଚିକେନ୍‌ !

ଲେଖା ଅଛି ୧୦୦% ଭେଜ୍‌ ବଟର ଚିକେନ୍‌ । ଏହା ଶୁଣିବା ପରେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗୁଥିବ । ଚିକେନ୍ ପୁଣି ଭେଜ୍‌ ହେଲା କେମିତି ?

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Veg Butter Chicken

Veg Butter Chicken

ସୋସିଆଲ ମିଡିଆରେ ଆମେ ପ୍ରତ୍ୟେକ ମୁହୁର୍ତ୍ତରେ କିଛି କିଛି ନା କିଛି ନୂଆ ପୋଷ୍ଟ ଦେଖୁଛେ । ଅନେକ ପୋଷ୍ଟ ଭାଇରାଲ ମଧ୍ୟ ହୋଇଥାଏ । ଅର୍ଥାତ୍‌ ଯେଉଁ ପୋଷ୍ଟ ୟୁଜର୍ସଙ୍କୁ ଅଧିକ ଭଲ ଲାଗେ ସେହି ପୋଷ୍ଟ ଭାଇରାଲ ହୋଇଥାଏ । କାରଣ ତାକୁ ଅନେକ ଲୋକ ଲାଇକ୍‌ ସେୟାର କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେମିତି ଏକ ପୋଷ୍ଟ ବିଷୟରେ କହିବୁ ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଆଉ ଆପଣଙ୍କ ମନରେ ବି  ପ୍ରଶ୍ନ ଉଙ୍କି ମାରିବ । ଏହା କ’ଣ ସତରେ ।

Advertisment

ଅନୀତା ନାମକ ଜଣେ ୟୁଜର, ସୋସିଆଲ ମିଡିଆ ରେ ଏକ ପୋଷ୍ଟ କରିଛନ୍ତି । ଆଉ ସେହି ପୋଷ୍ଟ ଆପଣଙ୍କୁ ବି ଚିନ୍ତା କରିବାକୁ ବାଧ୍ୟ କରିବ । ଏହା କ’ଣ ସତ ? ତାଙ୍କ ପୋଷ୍ଟରେ ସେ ଏକ ସ୍କ୍ରିନ୍‌ ସଟ୍‌ ଅପ୍‌ଲୋଡ୍‌ କରିଛନ୍ତି । ଯେଉଁଥିରେ ଲେଖା ଅଛି ୧୦୦% ଭେଜ୍‌ ବଟର ଚିକେନ୍‌ । ଏହା ଶୁଣିବା ପରେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗୁଥିବ । ଚିକେନ୍ ପୁଣି ଭେଜ୍‌ ହେଲା କେମିତି ?

ଅଧିକ ପଢ଼ନ୍ତୁ: ଭେଜ୍‌ ବାରରେ ବି ଖାଇପାରିବେ କନ୍ନନଙ୍କ ଏହି ‘ଭେଜ୍‌ ଚିକେନ୍‌ ସୌରମା’

Advertisment

ତେବେ କିଛି ୟୁଜର ଏହି ପୋଷ୍ଟରେ କମେଣ୍ଟ କରି କହିଛନ୍ତି, ରେଷ୍ଟୁରାଣ୍ଟ ମାଲିକ ମାନେ ସବୁବେଳେ ଚାହାନ୍ତି ତାଙ୍କର କିଛି ଆଇଟମ୍ ଲୋକପ୍ରିୟ ହେଉ ବା ସ୍ପେସାଲ ହେଉ । ଆଉ ଲୋକଙ୍କ ମନରେ ସେହି ଆଇଟମ୍ ପାଇଁ ଆଗ୍ରହ ବଢ଼ୁ । ତେଣୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି ଆଇଟମ୍‌ର ନାମକରଣ କରିଛନ୍ତି ।

ଅନୀତାଙ୍କ ସେହି ପଷ୍ଟରେ ଯେଉଁ ସ୍କ୍ରିନ୍‌ ସଟ୍‌ ରହିଛି ତାହା କୌଣସି ଏକ ରେଷ୍ଟୁରାଣ୍ଟର ମେନ୍ୟୁ ଭଲି ଲାଗୁଛି । କାରଣ ଅନୀତା ଅନ୍‌ଲାଇନ୍‌ରେ ଫୁଡ୍‌ ଡେଲିଭରୀ ପାଇଁ ଆପ୍‌ ଦ୍ୱାରା ସ୍କ୍ରଲ କରୁଥିଲେ । ଆଉ ଏହି ସମୟରେ ସେ ଦେଖିଲେ ୧୦୦% ଭେଜ୍‌ ବଟର ଚିକେନ୍‌ । ତାପରେ ସେ ତୁରନ୍ତ ଏହାର ସ୍କ୍ରିନ୍ ସଟ୍‌ ନେଲେ । ଆଉ ସୋସିଆଲ ମିଡିଆ ଟ୍ୱିଟରରେ ପୋଷ୍ଟ କଲେ । ଲୋକମାନେ ଏହି ପୋଷ୍ଟ ଦେଖି ଖୁବ୍‌ ହସିଛନ୍ତି । ଆଉ ଏହାର ମଜା ନେଇଛନ୍ତି । କେହି କେହି ପୋଷ୍ଟ୍‌ର ମଜାକ୍‌ ମଧ୍ୟ ଉଡ଼ାଇଛନ୍ତି ।  

Social Media Viral News Viral
Advertisment
Advertisment