• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ ରାସ୍ତାକଡ଼ରେ ବା ଷ୍ଟ୍ରିଟ୍‌ଫୁଡ୍‌ ଭାବେ ଚିକେନ ସୌରମା ତ ନିଶ୍ଚୟ ଖାଇଥିବେ । ଚିକେନ୍‌ ସୌରମା ଅନେକଙ୍କ ଫେଭରାଇଟ୍ ଷ୍ଟ୍ରିଟ୍‌ ଫୁଡ୍‌ ମଧ୍ୟ ହୋଇଥାଏ । ଖାଲି ସେତିକି ନୁହେଁ ସୌରମା ରୋଲ ଆଦି ଖାଇବା ପାଇଁ ଅନେକ ସମୟରେ ଦୋକାନରେ ଭିଡ଼ ଜମେ । ସେଇଥିପାଇଁ ଏବେ ପ୍ରତ୍ୟେକ ନନ୍‌ଭେଜ୍‌ ଷ୍ଟ୍ରିଟ୍‌ଫୁଡ୍‌ ମାର୍କେଟ୍‌ରେ ଗୋଟିଏ କି ଦୁଇଟି ନୁହେଁ ଅନେକ ସୌରମା ଷ୍ଟଲ ଲାଗିଥାଏ । ତେବେ ଯେଉଁଦିନ ନନ୍‌ଭେଜ୍‌ ଖାଇବାକୁ ମନା ହୋଇଥାଏ, ସେହିଦିନ କ’ଣ କରିବେ ? କେମିତି ଖାଇବେ ସୌରମା ? କେଉଁଠୁ ପାଇବେ ଚିକେନ୍‌ ସୌରମାର ଟେଷ୍ଟ ?

ଏହି ସବୁ ପ୍ରଶ୍ନର ଉତ୍ତର ଆମେ ଆପଣଙ୍କ ନିକଟରେ ରଖିବୁ । ଖୁବ୍‌ଶୀଘ୍ର ଆପଣଙ୍କ ସାମ୍ନାକୁ ଆସିବ ଚିକେନ୍‌ ଭେଜ୍‌ ସୌରମା । କଥାଟା ବିଶ୍ୱାସ ହେଲାନି ବୋଧେ । ଆଜ୍ଞା କଥାଟା ପୁରା ସତ । ଖୁବ୍‌ଶୀଘ୍ର ଆପଣଙ୍କ ପାଖରେ ବା ଆପଣଙ୍କ ବଜାରରେ ଭେଜ୍‌ ଚିକେନ୍‌ ସୌରମା ଉପଲବ୍ଧ ହେବ । ଆଉ ଏହାର ଟେଷ୍ଟ ମଧ୍ୟ ଅବିକଳ ଚିକେନ୍‌ ସୌରମା ଭଳି ରହିବ । 

ଆସନ୍ତୁ ଜାଣିବା ଏହି ଭେଜ୍‌ ଚିକେନ୍‌ ସୌରମା କ’ଣ ?

ଏହି ଭେଜ୍‌ ଚିକେନ୍‌ ସୌରମା ଏକ ଗଛରୁ ଆସିଥାଏ । ଷ୍ଟାର୍ଟଅପ୍‌ ଗ୍ରାସ୍‌ହାପର ଗ୍ଲୋବାଲର ସିଇଓ କନ୍ନନ ପାରାକୁନ୍ନିଲ ଏହି ଭେଜ୍‌ ଚିକେନ୍‌ ସୌରମା କଥା ସତ ବୋଲି ଦାବି କରିଛନ୍ତି । କନ୍ନନଙ୍କ କହିବାନୁଯାୟୀ, ସିଙ୍ଗାପୁରସ୍ଥିତ ଏକ ପ୍ରମୁଖ ଫୁଡ୍‌ କମ୍ପାନୀ ଇନୋଭେଟ୍‌ ୩୬୦, ଯିଏ କି ସାରା ବିଶ୍ୱରେ ବିଭିନ୍ନ ଷ୍ଟାର୍ଟଅପ୍‌କୁ ସମର୍ଥନ କରିଥାଏ । ଠିକ୍‌ ସେହିଭଳି ଏହି କମ୍ପାନୀ ୧୦୦ ପ୍ରତିଶତ ରେଡି ଟୁ ଇଟ୍‌ ପ୍ଲାଣ୍ଟ ସୌରମାରେ ନିବେଶ କରିବା ପାଇଁ ମଧ୍ୟ ପ୍ରସ୍ତୁତ । ଏନେଇ ସେ ଚୁକ୍ତି ମଧ୍ୟ କରିସାରିଛି । ତିରୁବନନ୍ତପୁରମ୍‌ ପିଟିପି ନଗରର ମୂଳ ନିବାସୀ ଜଣେ ୩୬ ବର୍ଷିୟ ଯୁବକ ଗ୍ଲୋବାଲ୍‌ ୱାର୍ମିଂ କମ୍‌ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାସହ ଲୋକ କୁକୁଡ଼ାଙ୍କର ହତ୍ୟା କମ୍‌ କରନ୍ତୁ ବୋଲି ସେ ଚାହୁଁଛନ୍ତି ।

ତେବେ ଦେଖିବାକୁ ସୌରମାର ଉତ୍ପତି ମଧ୍ୟ ପୂର୍ବାଞ୍ଚଳରେ ହୋଇଛି । କିନ୍ତୁ ରାଜ୍ୟରେ ସୌରମା ଗ୍ରାହକଙ୍କ ସଂଖ୍ୟା କମ୍‌ ନୁହେଁ । ତେବେ ଏହାକୁ ଏକ ସୁସ୍ଥ ଭୋଜନ ଭାବେ ଗ୍ରହଣ କରାଯାଏ ନାହିଁ । ସହରର ରୋଡ୍‌ ସାଇଡ୍‌ରେ ଥିବା ଫୁଡ୍‌ଷ୍ଟ୍ରିଟ୍‌ରେ କନ୍ନନ ଏକ ଗ୍ରାସହଫର ଫୁଡ୍‌କୋର୍ଟ ଲଞ୍ଚ କରିଥିଲେ । କାରଣ ତାଙ୍କର ପ୍ଲାଣ୍ଟ ସୌରମାର ଅନେକ ଗ୍ରାହକ ରହିଥିଲେ । ତେଣୁ ସେ ଏହାକୁ ଏକ ବଡ଼ ଆକାରରେ କରିବାକୁ ନିଷ୍ପତ୍ତି ନେଲେ ।

କନ୍ନନ କହିଛନ୍ତି ଯେ, ଏହି ଉତ୍ପାଦର କୌଣସି ପ୍ରକାର ପେଟେଣ୍ଟ ପାଇଁ ସେ ଆବେଦନ କରିନାହାନ୍ତି । କାରଣ ସେ ସୌରମାର ଉପାଦାନ ଗୁଡ଼ିକ ବାହାରେ କାହାକୁ ପ୍ରକାଶ କରିବାକୁ ଚାହୁଁନାହାନ୍ତି । କିନ୍ତୁ ସେ FSSAIର ଲାଇସେନ୍ସ ପ୍ରାପ୍ତ କରିସାରିଛନ୍ତି । ଏହି ସୌରମା ପ୍ଲାଣ୍ଟରେ ଅବିକଳ ଚିକେନ୍‌ ଟେଷ୍ଟ ଏବଂ ଚିକେନ୍‌ ବାସ୍ନା ସହ ପ୍ରୋଟିନ୍‌ ମଧ୍ୟ ରହିଛି । ସିଙ୍ଗାପୁରସ୍ଥିତ ଉକ୍ତ କମ୍ପାନୀ ଆରମ୍ଭରୁ ଏହି ଉତ୍ପାଦ ପାଇଁ ଚାରି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ରହିଛି । ଏମିତିକି ସିଙ୍ଗାପୁର ସରକାର ଏକ ବ୍ୟବସାୟିକ ଭିସା ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଆଗାମୀ ତିନିମାସ ମଧ୍ୟରେ ସିଙ୍ଗାପୁରରେ ଏହି ସୌରମା ପ୍ଲାଣ୍ଟକୁ ଲଞ୍ଚ କରିବା ସହ ଆଗାମୀ ଦିନରେ ବିଶ୍ୱ ବଜାରରେ ଲଞ୍ଚ କରିବାକୁ ଚେଷ୍ଟା କରୁଥିବା କନ୍ନନ କହିଛନ୍ତି ।  

କନ୍ନନ ନିକଟ ଅତୀତରେ ଇନୋଭେଟ୍‌ ୩୬୦ କମ୍ପାନୀ ସହ ଆଲୋଚନା ପାଇଁ ସିଙ୍ଗାପୁର ଗସ୍ତ କରିଥିବା କହିଛନ୍ତି । ସେଠାରେ ସେ ଆମେରିକା କମ୍ପାନୀ ଦ୍ୱାରା ନିର୍ମିତ ଏକ ବିଫ୍‌ ବର୍ଗର ଟେଷ୍ଟ କରିଥିଲେ । ଯେଉଁଥିରେ ବିଫ୍‌ର ନା ଗନ୍ଧ ନଥିଲା । କିନ୍ତୁ ତାହାର ଦାମ ଖବୁ ଅଧିକ ଥିଲା । ଗୋଟିଏ ବର୍ଗରର ଦାମ ଥିଲା ୮୫୦ ଟଙ୍କା । ଏହା ଦେଖିବା ପରେ ସେ ଭାବିଲେ ଯେ, ତାଙ୍କର ଚିକେନ୍‌ ସୌରମା ତ ଖୁବ୍‌ ଶାସ୍ତାରେ ସେ ଦେଇପାରିବେ ।