Advertisment

ଭାଲେଣ୍ଟାଇନ ଡେ’ରେ ‘ବୟଫ୍ରେଣ୍ଡ୍‌ ଅନ୍ ରେଣ୍ଟ୍’, ଏହି ଯୁବକ ଅଫର କରୁଛନ୍ତି ଡେଟିଂ ସର୍ଭିସ୍‌...

‘ବୟଫ୍ରେଣ୍ଡ୍‌ ଅନ୍‌ ରେଣ୍ଟ୍‌’...ତା’ବି ପୁଣି ଭାଲେଣ୍ଟାଇନ୍‌ ଡେ’ରେ। ସୋସିଆଲ୍‌ ମିଡିଆରେ ଏମିତି ଏକ ପୋଷ୍ଟ ଭାଇରାଲ୍‌ ହେଉଛି, ଯାହା ସମସ୍ତଙ୍କୁ ତାଜୁବ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rent a Boyfriend For Valentine’s Day 2023

Rent a boyfriend for Valentine’s Day 2023

‘ବୟଫ୍ରେଣ୍ଡ୍‌ ଅନ୍‌ ରେଣ୍ଟ୍‌’...ତା’ବି ପୁଣି ଭାଲେଣ୍ଟାଇନ୍‌ ଡେ’ରେ। ଫେବୃଆରୀ ୧୪କୁ ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ୍‌ ପ୍ରେମ ଦିବସ ଭାବେ ପାଳନ କରାଯାଏ। ଏହି ଦିନକୁ ନେଇ ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ବହୁତ କ୍ରେଜ୍ ଦେଖିବାକୁ ମିଳିଥାଏ। ପ୍ରେମ ସପ୍ତାହର ଶେଷ ଦିନରେ ନିଜର ମନର ମଣିଷକୁ ହୃଦୟର କଥା କୁହାଯାଇଥାଏ। ଏହି ଦିନରେ ବିଭିନ୍ନ ଢଙ୍ଗରେ ପ୍ରେମୀ ଯୁଗଳ ନିଜର ପ୍ରେମ ପ୍ରକାଶ କରିଥାନ୍ତି। ହେଲେ ସୋସିଆଲ୍‌ ମିଡିଆରେ ଏମିତି ଏକ ପୋଷ୍ଟ ଭାଇରାଲ୍‌ ହେଉଛି, ଯାହା ସମସ୍ତଙ୍କୁ ତାଜୁବ କରିଛି। ଯେଉଁଥିରେ ଜଣେ ଯୁବକ ପୋଷ୍ଟର ମାଧ୍ୟମରେ ଏକାକୀ ଥିବା ଯୁବତୀଙ୍କ ଏକୁଟିଆପଣ ଦୂର କରିବା ଲାଗି ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଯେଉଁ ଯୁବତୀ ଭାଲେଣ୍ଟାଇନ୍‌ ଡେ’ରେ ପାର୍ଟନର ଚାହୁଁଛନ୍ତି, ସେମାନଙ୍କ ପାଇଁ ସମ୍ପୃକ୍ତ ଯୁବକ ‘ଡେଟିଂ ସର୍ଭିସ୍‌’ ଅଫର୍‌ କରିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ଦାନରେ ଦରକାର ଗର୍ଲଫ୍ରେଣ୍ଡ୍‌ : ଜ୍ୟାକେଟ୍‌ ଉପରେ ପୋଷ୍ଟର ଲଗାଇ ବୁଲିଲେ ଯୁବକ

ଗୁରୁଗ୍ରାମର ଶକୁଲ ଗୁପ୍ତା(୩୧) ନାମକ ଏହି ଇଞ୍ଜିନିୟର ଭାଲେଣ୍ଟାଇନ୍‌ ଡେ’ରେ ‘ବୟଫ୍ରେଣ୍ଡ୍‌ ଅନ୍‌ ରେଣ୍ଟ୍‌’ ସର୍ଭିସ୍‌ ଅଫର କରିଛନ୍ତି। ନିଜକୁ ଏକାକୀ ଭାବୁଥିବା ଓ ପ୍ରେମ ଦିବସରେ ଭଲ ମୁହୂର୍ତ୍ତ ବିତାଇବା ପାଇଁ ଚାହୁଁଥିବା ଗୁରୁଗ୍ରାମର ଯୁବତୀଙ୍କ ପାଇଁ ସେ ଏହି ସର୍ଭିସ୍‌ ଅଫର୍‌ କରିଛନ୍ତି। ତାଙ୍କର ଏହି ପୋଷ୍ଟ୍ ସୋସିଆଲ୍‌ ମିଡିଆ ରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। 

Advertisment

ତେବେ ଏସବୁ ପଛରେ ଶକୁଲଙ୍କ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ କିମ୍ବା ଏହାକୁ ସେ ଅର୍ଥ ରୋଜଗାରର ମାଧ୍ୟମ ଭାବେ ବିବେଚନା କରୁନାହାଁନ୍ତି । ବରଂ ଏହା ପଛରେ ତାଙ୍କ ଉଦ୍ଦେଶ୍ୟ ହେଲା କେବଳ ଏକାକୀ ଥିବା ଯୁବତୀଙ୍କ ଏକୁଟିଆପଣ ଦୂର କରିବା। ଇନ୍‌ଷ୍ଟାଗ୍ରାମରେ ଫଟୋ ସହ ପୋଷ୍ଟ ଶେୟାର କରି ସେ ଏକ ସୁନ୍ଦର କ୍ୟାପସନ୍‌ ଦେଇଛନ୍ତି। 


ଅଧିକ ପଢ଼ନ୍ତୁ: ଏଥର ନିଆରା ଢଙ୍ଗରେ ପାଳନ ହେବ ପ୍ରେମ ଦିବସ; ଗୋ’ ମାତାଙ୍କୁ କରାଯିବ ଆଲିଙ୍ଗନ

ପ୍ରଥମ ଥର ପାଇଁ ୫ ବର୍ଷ ପୂର୍ବେ ଶକୁଲ ଡେଟିଂ ସର୍ଭିସ୍‌ ଲଞ୍ଚ୍‌ କରିଥିଲେ। ଏହାପରେ ସେ ୫୦ରୁ ଅଧିକ ଯୁବତୀଙ୍କ ସହ ଡେଟିଂ କରି ସାରିଥିବା ବେଳେ ସେମାନଙ୍କ ସହ ଭଲ ମୁହୂର୍ତ୍ତ ବିତାଇଥିବା  କହିଛନ୍ତି। ଏନେଇ ଅନେକ ତାଙ୍କୁ ଟ୍ରୋଲ୍‌ କରିଥିବା କଥା ମଧ୍ୟ ସେ କହିଛନ୍ତି। 

Valentine's Day
Advertisment
Advertisment