/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675938044.jpg)
Mark February 14 as ‘Cow Hug Day’ Read more at: http://timesofindia.indiatimes.com/articleshow/9774
ନିଆରା ଢଙ୍ଗରେ ପାଳନ ହେବ ପ୍ରେମର ଦିବସ । ଦୁନିଆ ଦେଖିବ ଭାଲେଣ୍ଟାଇନ ଡେ'ର ଭିନ୍ନ ଏକ ଚିତ୍ର । ପ୍ରେମୀ ଯୁଗଳ ଯେବେ ପ୍ରେମ ପ୍ରଣୟରେ ମତୁଆଲା ଥିବେ, ଠିକ୍ ସେ ଦିନ ଗୋମାତାକୁ ଆଲିଙ୍ଗନ କରି ପଶୁପ୍ରେମୀ ଦୁନିଆକୁ ଦେଖାଇବେ ଗୋମାତା ପ୍ରତି ଥିବା ସେମାନଙ୍କ ପ୍ରେମ, ସ୍ନେହ, ଆଦର ଓ ଯତ୍ନ ।
ହଁ, ଫେବ୍ରୁଆରୀ ୧୪ ଅର୍ଥାତ ପ୍ରେମ ସପ୍ତାହର ଅନ୍ତିମ ଦିନ ଭାଲେଣ୍ଟାଇନ ଡେ'କୁ କାଓ ହଗ୍ ଡେ' ଭାବେ ପାଳନ କରିବାକୁ ସବୁ ପଶୁ ପ୍ରେମୀଙ୍କୁ ଆହ୍ୱାନ ଦିଆଯାଇଛି । କୌଣସି ବ୍ୟକ୍ତି ବିଶେଷ କି ବିଦେଶୀ ପରମ୍ପରାକୁ ଭାରତରେ ବିରୋଧ କରୁଥିବା ସଂଗଠନ ପକ୍ଷରୁ ନୁହେଁ ବରଂ ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ ଏହି ଅପିଲ୍ କରାଯାଇଛି ।
ଏଥର ନିଆରା ଢଙ୍ଗରେ ପାଳନ ହେବ ପ୍ରେମର ଦିବସ । ଭାଲେଣ୍ଟାଇନ ଡେ'କୁ କାଓ ହଗ୍ ଡେ' ଭାବେ ପାଳନ କରିବାକୁ ସବୁ ପଶୁ ପ୍ରେମୀଙ୍କୁ ଆହ୍ୱାନ ।#CowHugDay#Feb14#ValentinesDaypic.twitter.com/4YMSZqrFn7
— ଓଟିଭି (@otvkhabar) February 9, 2023
ସାରା ଦୁନିଆରେ ଫେବ୍ରୁଆରୀ ୧୪ ତାରିଖକୁ ଭାଲେଣ୍ଟାଇନ୍ ଡେ' ଭାବେ ପାଳନ କରାଯାଉଛି ହେଲେ ସେଦିନ ଗାଈକୁ ଆଲିଙ୍ଗନ ଦିବସ ପାଳନ ପଛରେ କଣ ରହିଛି ଉଦେଶ୍ୟ ବୋଲି ଆପଣ ଭାବୁଥିବେ । .ତେବେ ଜାଣନ୍ତୁ କାହିଁକି ଏମିତି ଏକ ନିଷ୍ପତ୍ତି ନିଆଯାଇଛି
କେନ୍ଦ୍ର ପଶୁପାଳନ, ମତ୍ସ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ ଏହି ଅପିଲ କରାଯାଇଛି । ଚିଠିରେ କୁହାଯାଇଛି ଯେ, ବଦଳୁଥିବା ସମୟରେ ଦେଶରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ଅଧିକ ପଢୁଥିବା ବେଳେ ବୈଦିକ ସଂସ୍କୃତି ଓ ପରମ୍ପରା ବିଲୁପ୍ତ ହୋଇଯାଉଛି । ଆଉ ଏହି କାରଣରୁ ଗୋମାତା ପ୍ରତି ପ୍ରେମ, ସ୍ନେହ, ଶ୍ରଦ୍ଧା ଦେଖାଇବାର ଏକ ଅବସର ସୃଷ୍ଟି କରିବା ଲାଗି ଫେବ୍ରୁଆରୀ ୧୪ ତାରିଖକୁ କାଓ ହଗ୍ ଡେ' ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସେପଟେ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଏହାକୁ କେବଳ ପଶୁପ୍ରେମୀଙ୍କୁ ଏକ ଅପିଲ । ସେ ଦିନ ପାଇଁ କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବାର ଯୋଜନା ନାହିଁ । ଆଗକୁ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)