• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଘଟଣାଟିରେ ସତ୍ୟତା ରହିଛି କି ନାହିଁ ନିଶ୍ଚୟ ଭାବିବେ । କାରଣ ଲକ୍ଷ ଲକ୍ଷ ଟଙ୍କାର ହୀରା ହାର ଚୋରି ହେଉଛି । ତାହା ପୁଣି କୌଣସି ମଣିଷ କରୁନାହିଁ । ବରଂ ଗୋଟିଏ ମୂଷା ଏହି ହୀରା ହାରଟିକୁ ଚୋରି କରୁଛି । 

ସୂଚନା ମୁତାବକ ଦରାସଲ ଅଞ୍ଚଳର ଏକ ଗହଣା ଦୋକାନରୁ ଏହି ଚୋରି ହୋଇଥିଲା । ଚୋରି ହେବା ପରେ ଗହଣା ଦୋକାନୀ ହାରଟିକୁ ବହୁ ଖୋଜାଖୋଜି କରିଥିଲେ । ପରେ ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପୂର୍ବରୁ ଦୋକାନର ମାଲିକ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ । ଯେଉଁଥିରେ ଏକ ମୂଷା ହାରଟିକୁ ଚୋରାଇ ନେଉଥିବା ଦେଖିବାକୁ ମିଳିଥିଲା । 

ଅଧିକ ପଢ଼ନ୍ତୁ: ମୂଷା ବନ୍ଦ କରିଦେଲା ବିଦ୍ୟୁତ୍‌ ସେବା, ଅନ୍ଧାରରେ ୮ଘଣ୍ଟା ରହିଲେ ୮ ପଞ୍ଚାୟତର ଲୋକେ

ପରେ ହାର ଚୋରି ହେବାର ସମ୍ପୂର୍ଣ୍ଣ ଭିଡିଓ ଭାଇରାଲ ହେବାର ଲାଗିଛି । ଜଣେ ଆଇପିଏସ୍ ଅଧିକାରୀ ରାଜେଶ ହିଙ୍ଗନକର ଏହି ଭିଡିଓଟିକୁ ତାଙ୍କ ଟ୍ୱିଟର ରେ ସେୟାର କରିଛନ୍ତି । ଏବଂ ଭିଡିଓଟିର କ୍ୟାପସନରେ ‘ମୂଷାଟି ହୀରା ହାର କାହା ପାଇଁ ନେଇଯାଉଛି’ ବୋଲି ଲେଖିଛନ୍ତି । ମାତ୍ର ୩୦ ସେକେଣ୍ଡର ଏହି ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେବାର ଲାଗିଛି । 

ଭାଇରାଲ ଭିଡିଓ ଟିକୁ ନେଇ ଅନେକ ଦର୍ଶକ ମଜାଦାର କମେଣ୍ଟ କରିଥିବା ନଜର ଆସିଛି । ଜଣେ ଦର୍ଶକ ତାଙ୍କ କମେଣ୍ଟରେ ଲେଖିଛନ୍ତି, ମୂଷାଟି ଏହି ହାରଟିକୁ ତାର ଗର୍ଲଫ୍ରେଣ୍ଡ ଚୁଚୁନ୍ଦ୍ରା ପାଇଁ ଚୋରି କରୁଛି । ହାରଟିରେ କିଛି ଖାଦ୍ୟର ବାସ୍ନା ପାଇ ମୂଷାଟି ନେଇ ଯାଉଛି ବୋଲି ଅନ୍ୟ ଜଣେ ଦର୍ଶକ ମତାମତ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୧ଲକ୍ଷ ୧୬ ହଜାର ଦର୍ଶକ ଦେଖିସାରିଥିବା ବେଳେ ୧୫୦ ରିଟ୍ୱିଟ୍ ଓ ୫ଶହରୁ ଅଧିକ ଲାଇକ୍ ଆସିଛି ।