• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୁଣି ଚର୍ଚ୍ଚାରେ MBA ଚାଏ ବାଲା । ଇନ୍‌ଷ୍ଟାଗ୍ରାମ ରେ ତାଙ୍କର ଏକ ଫଟୋକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । MBA ପଢ଼ିଥିବା ପ୍ରଫୁଲ୍ଲ ବିଲୋର ଆଜି ଦୁନିଆର ସବୁଠାରୁ ଧନୀ ଚା’ ବିକାଳି ପାଲଟି ଯାଇଛନ୍ତି । ନିକଟରେ ସେ ୯୦ ଲକ୍ଷର ମର୍ସିଡିଜ୍ ଏସୟୁଭି କିଣିଥିବାର ଫଟୋ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୧୦୫ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି । ସେ MBA Chaiwala ନାମରେ ବେଶ୍‌ ପରିଚିତ ।

MBA Chaiwala(MBA Chaiwala)

ଅଧିକ ପଢ଼ନ୍ତୁ: ଦିନେ ରାସ୍ତା କଡ଼ରେ ଚା' ବିକୁଥିଲେ, ଏବେ ୯୦ ଲକ୍ଷର ଗାଡ଼ି କିଣିଲେ

ଦେଶର ଟପ୍‌ ଶିକ୍ଷାନୁଷ୍ଠାନ IIM ଅହମ୍ମଦାବାଦରେ ପାଠ ପଢ଼ିଥିବା ପ୍ରଫୁଲ୍ଲ ବିଲୋର MBA ପଢ଼ିସାରିବା ପରେ ଏକ ଚା’ ଦୋକାନ ଖୋଲିଥିଲେ । ଯାହାର ନାମ ରଖିଥିଲେ MBA ଚାଏ ବାଲା । ସେ ୨୦୧୭ ରେ ନିଜ ଅନୁଷ୍ଠାନ ସମ୍ମୁଖରେ ତାଙ୍କର ପ୍ରଥମ ଷ୍ଟଲ୍ ଖୋଲିଥିଲେ । ସେହି ଦିନଠାରୁ ସେ ନିଜ ବ୍ରାଣ୍ଡର ପ୍ରସାର ଜାରି ରଖିଛନ୍ତି । ସାରା ଦେଶରେ ତାଙ୍କର ୨୦୦ରୁ ଅଧିକ ଚା’ ଷ୍ଟଲ ଖୋଲାଯାଇଛି । ବର୍ତ୍ତମାନ ତାଙ୍କ ନାମରେ କୋଟି କୋଟି ଟଙ୍କା ରହିଛି । ଜଣେ ବ୍ୟବସାୟୀ ବ୍ୟତୀତ ସେ ଜଣେ ପ୍ରେରଣାଦାୟକ ବକ୍ତା ଏବଂ ସୋସିଆଲ ମିଡିଆ ତାରକା ମଧ୍ୟ ।

୧୯୯୬ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ ପ୍ରଫୁଲ୍ଲ ବିଲୋର । ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି । ତାଙ୍କର ପ୍ରେରଣାଦାୟୀ ଭିଡ଼ିଓ ସୋସିଆଲ୍‌ ମିଡିଆରେ ଲକ୍ଷ ଲକ୍ଷ ଭ୍ୟୁ ଅର୍ଜନ କରୁଛି । ତାଙ୍କର ସଫଳତା ସମସ୍ତଙ୍କୁ ପ୍ରେରଣା ଯୋଗାଉଛି । ଏବେକା ଯୁଗରେ ଯୁବପିଢ଼ି ଚାକିରି କ୍ଷେତ୍ରରେ ଧାଉଁଥିବା ବେଳେ ବ୍ୟବସାୟରେ ବି ଭଲ ରୋଜଗାର ହୋଇପାରିବ ବୋଲି ସେ ପ୍ରମାଣିତ କରିଛନ୍ତି । ୮ ହଜାର ଟଙ୍କାରେ ଚା’ ବ୍ୟବସାୟ ଆରମ୍ଭ କରିଥିବା ପ୍ରଫୁଲ୍ଲ ଏବେ ୩୦ କୋଟି ଟଙ୍କାର ମାଲିକ ।

ସୋସିଆଲ୍‌ ମିଡିଆ ରେ ବେଶ୍‌ ଚର୍ଚ୍ଚିତ MBA ଚାଏ ବାଲା । ତାଙ୍କର ଯୁଟ୍ୟୁବ୍‌ରେ ୧.୫ ମିଲିୟନ ସବସ୍କ୍ରାଇବର ମଧ୍ୟ ରହିଛନ୍ତି । MBA ଚାଏ ବାଲାକୁ ଅନୁସରଣ କରି ଏବେ ଅନେକ ଯୁବପିଢ଼ି ବ୍ୟବସାୟ ପ୍ରତି ଆକୃଷ୍ଟ ହୋଇଛନ୍ତି । କିଏ B.Tech ପାଠ ପଢ଼ି ଚା’ ଦୋକାନ ଖୋଲୁଛି ତ କିଏ B.Tech ପଢ଼ି ଗୁପ୍‌ଚୁପ୍‌ ଦୋକାନ ଖୋଲୁଛି ।

B.Tech Panipuri Wali(B.Tech Panipuri Wali)