Advertisment

ଦିନେ ରାସ୍ତା କଡ଼ରେ ଚା' ବିକୁଥିଲେ, ଏବେ ୯୦ ଲକ୍ଷର ଗାଡ଼ି କିଣିଲେ

ଇଏ ହେଉଛନ୍ତି ଏମବିଏ ଚା'ୱାଲା ନାରେ ନିଜର ଷ୍ଟାର୍ଟ ଅଫ୍‌ ଆରମ୍ଭ କରିଥିବା ପ୍ରଫୁଲ୍ଲ ବିଲ୍ଲୋର। ନିଜେ ଚା’ ଦୋକାନ କରି ଯେତିକି ରୋଜଗାର କରନ୍ତି ସେତିକିରେ ବହୁ କଷ୍ଟରେ ପରିବାର ଚଳୁଥିଲା। ହେଲେ ଏବେ ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି। ସେହି ଚା’ ଦୋକାନରୁ ଯେତିକି ରୋଜଗାର ହୁଏ ସେତିକି ଟଙ୍କାରେ ଏବେ ମର୍ସିଡିଜ୍‌ ଗାଡି କିଣିଛନ୍ତି ପ୍ରଫୁଲ୍ଲ।

author-image
Sarbeswar
ଅଦ୍ୟତନ ହୋଇଛି
MBA Chai Wala Buys Mercedes

Tea Wala Car

ଗାଡି ଉପରୁ କପଡା ଖୋଲାଗଲା, ସମସ୍ତେ ତାଲିମାରିଲେ। ମର୍ସିଡିଜ୍‌ କାର ଦେଖିବା ପରେ ସମସ୍ତଙ୍କ ମନ ବି ବେଶ ଖୁସି। ଏମିତି କିଛି ଭିଡିଓ ଦେଖିବା ପରେ ଆପଣ ବି କହିବେ ଆଜିକାଲି କାର୍‌ କିଣିବାକୁ ଗଲେ ସୋ’ ରୁମ୍‌ରେ ସମସ୍ତଙ୍କୁ ଏମିତି କାର୍‌ ଦିଆଯାଏ। କେକ୍‌ ବି କଟାଯାଏ। ଏଥିରେ ନୂଆ କଣ? ଦର୍ଶକ ବନ୍ଧୁ ଭାଇରାଲ ଭିଡିଓ ରେ ଯିଏ କାର୍‌ କିଣୁଛନ୍ତି ତାଙ୍କୁ ବହୁପୂର୍ବରୁ ଆପଣ ଜାଣିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଅରଶଦ ଆଜି ବଲିଉଡ୍‌ର ନାମକରା ଅଭିନେତା; ଦିନେ ଲିପ୍‌ଷ୍ଟିକ୍-ବିନ୍ଦି ବିକି ଚଳୁଥିଲେ

ଇଏ ହେଉଛନ୍ତି ଏମବିଏ ଚା'ୱାଲା ନାରେ ନିଜର ଷ୍ଟାର୍ଟ ଅଫ୍‌ ଆରମ୍ଭ କରିଥିବା ପ୍ରଫୁଲ୍ଲ ବିଲ୍ଲୋର। ନିଜେ ଚା’ ଦୋକାନ କରି ଯେତିକି ରୋଜଗାର କରନ୍ତି ସେତିକିରେ ବହୁ କଷ୍ଟରେ ପରିବାର ଚଳୁଥିଲା। ହେଲେ ଏବେ ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି। ସେହି ଚା’ ଦୋକାନରୁ ଯେତିକି ରୋଜଗାର ହୁଏ ସେତିକି ଟଙ୍କାରେ ଏବେ ମର୍ସିଡିଜ୍‌ ଗାଡି କିଣିଛନ୍ତି ପ୍ରଫୁଲ୍ଲ।

Advertisment

ପ୍ରଫୁଲ୍ଲ କିଣିଥିବା ଏଇ ଗାଡିର ଦାମ୍‌ ୯୦ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଗାଡି କିଣୁଥିବା ସମୟର ଭିଡିଓ ନିଜ ମୋବାଇଲରେ କଏଦ କରିଛନ୍ତି ପ୍ରଫୁଲ୍ଲ। ଖାଲି ଏତିକି ନୁହେଁ ବରଂ ନିଜେ କରିଥିବା ଏଇ ଭିଡିଓକୁ ସେ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଫୁଲ୍ଲଙ୍କୁ ‘ଏମବିଏ ଚା’ ୱାଲା’ ଷ୍ଟାର୍ଟ ଅଫ’ ଆରମ୍ଭ କରିବା ସମୟରେ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଏଥିରେ ସେ ହାରି ନଯାଇ ଆଗକୁ ବଢ଼ିଥିଲେ। ଆଉ ଆଜି ତାଙ୍କ ସଫଳତା ସମସ୍ତଙ୍କ ସାମ୍ନାରେ ରହିଛି।

ଦେଖନ୍ତୁ ଭିଡିଓ | ଏଇ ମାଆ ଦିନେ ପ୍ରାଚୁର୍ଯ୍ୟରେ ବଢ଼ିଥିଲେ, ଏବେ କିନ୍ତୁ ଦିଲ୍ଲୀର ରାଜପଥରେ ବିତୁଛି ଜୀବନ

Viral Video
Advertisment
Advertisment