Advertisment

Viral Video: ଦେଖାଯାଉଛନ୍ତି ମୋଦିଙ୍କ ଭଳି, ବିକ୍ରି କରୁଛନ୍ତି ଚାଟ୍-ଗୁପ୍‌ଚୁପ୍

ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଡ୍ୟୁପ୍ଲିକେଟ୍ ମୋଦି। ସେ ସିନା ବିକ୍ରି କରୁଥିଲେ ଚା’, ଏ କିନ୍ତୁ ବିକ୍ରି କରୁଛନ୍ତି ଚାଟ୍ ଆଉ ଗୁପ୍‌ଚୁପ୍। ଆପଣ ବି ଏହି ଭିଡିଓ ଦେଖିଲେ ଆପଣଙ୍କ ଆଖି ଧୋକା ଖାଇଯିବ। ଆପଣ ବି ଭାବିବେ ଏ ବୋଧହୁଏ ନରେନ୍ଦ୍ର ମୋଦି।

author-image
Pramod Behera
ଅଦ୍ୟତନ ହୋଇଛି
PM Narendra Modi Look Alike Sells Chat

Pm narendra modi look alike sells chat

ପ୍ରାୟ ସେଲିବ୍ରିଟି, କ୍ରିକେଟର ଏବଂ ରାଜନେତାଙ୍କ ନକଲ ଚେହେରା ଭିଡିଓ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଥାଏ। ପୂର୍ବରୁ କାଦର ଖାନ୍, ଶାହରୁଖ ଖାନ୍, ଅମିତାଭ ବଚ୍ଚନ, ଗୋବିନ୍ଦା, ଐଶ୍ୱର୍ଯ୍ୟା ରାୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚେହେରା ଭଳି ଭିଡିଓ ମଧ୍ୟ ଭାଇରାଲ ହୋଇଛି। ବର୍ତ୍ତମାନ ଇନଷ୍ଟାଗ୍ରାମରେ ଜଣେ ବ୍ୟକ୍ତିଙ୍କ ଭିଦିଓ ଭାଇରାଲ ହେବାରେ ଲାଗିଛି ତାଙ୍କ ଚେହେରା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସହ ଏମିତି ମିଶିଯାଉଛି ଯେ ଲୋକେ ତାଙ୍କୁ ଦେଖି ଦ୍ୱନ୍ଦ୍ୱରେ ପଡୁଛନ୍ତି।

Advertisment

ଏହି ବ୍ୟକ୍ତି ଜଣଙ୍କ ଗୁଜୁରାଟରେ ଗୁପ୍‌ଚୁପ୍ ବିକ୍ରୟ କରନ୍ତି। ଯେତେବେଳେ ଜଣେ ବ୍ୟକ୍ତି ନକଲି ମୋଦିଙ୍କ ଭିଡିଓ ପ୍ରସ୍ତୁତ କରି ଇନ୍‌ଷ୍ଟାରେ ଶେୟାର କରିଥିଲେ ସେତେବେଳେ ଏହି ଘଟଣା ଭାଇରାଲ୍‌ ହୋଇଥିଲା। ଭାଇରାଲ୍‌ ଭିଡିଓ ଦେଖିବା ପରେ ଅନେକ ୟୁଜର୍ କହିଥିଲେ ଯେ ବ୍ୟକ୍ତି ଜଣକ ପୂରା ମୋଦୀଜୀଙ୍କ ପରି ଦେଖାଯାଉଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ସ୍ୱର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଭଳି ପ୍ରାୟ ୭୦ ପ୍ରତିଶତ ମିଶିଯାଉଛି।

ଅଧିକ ପଢ଼ନ୍ତୁ: ଏହି ଭିଡିଓ ଦେଖିଲେ ଲାଗିବ କାଦର ଖାନ ଜୀବିତ ଅଛନ୍ତି କି…

ଫୁଡ୍ ବ୍ଲଗର୍ eatinvadodara ନିକଟରେ ଇନଷ୍ଟାଗ୍ରାମ ରେ ଏହି ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଧଳା କୁର୍ତ୍ତା ପାଇଜାମା ସହ ହଳଦିଆ ଜ୍ୟାକେଟ୍ ପିନ୍ଧିଥିବା ଏହି ବ୍ୟକ୍ତିଙ୍କୁ ଦେଖି ଆପଣଙ୍କ ଆଖି ମଧ୍ୟ ଧୋକା ଖାଇଯିବ। ଥରେ ଦେଖିବା ପରେ ଆପଣ ବି ଭାବିବେ ଏ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!

Advertisment

ଏହି ବ୍ୟକ୍ତିଙ୍କ ନାଁ କିନ୍ତୁ ଅନିଲ କୁମାର ଖଟ୍ଟର। ସେ ଗୁଜୁରାଟର ଆନନ୍ଦସ୍ଥିତ ବଲ୍ଲଭ ବିଦ୍ୟାନଗରରେ ଏକ ବଡ଼ ଗୁପ୍‌ଚୁପ୍ ଷ୍ଟଲ୍‌ ଦେଇଛନ୍ତି। ତାଙ୍କ ଭାଷା, ଡ୍ରେସିଂ ସେନ୍ସ, ହାବଭାବ ଅବିକଳ ନରେନ୍ଦ୍ର ମୋଦିଙ୍କ ପରି। ଲୋକମାନେ ତାଙ୍କୁ ମୋଦି ଭାଇ ବୋଲି ଡାକୁଛନ୍ତି।

ଅନୀଲ କୁମାର ଖଟ୍ଟର କହିଛନ୍ତି ଯେ ତାଙ୍କ  ଚେହେରା ମୋଦିଙ୍କ ସହ ସମାନ। ସେ ୧୫ ବର୍ଷ ବୟସରୁ ଏଠାରେ ଗୁପ୍‌ଚୁପ୍ ବିକ୍ରି କରୁଛନ୍ତି। ଏହା ସହିତ ସେ ଭେଲ ପୁରୀ, ଦହୀ ପୁରୀ, ସେଓ ପୁରୀ ଏବଂ ଟୋକରୀ ଚାଟ୍ ମଧ୍ୟ ବିକ୍ରି କରନ୍ତି। ସେ ମଜ୍ଜାଳିଆ ଢଙ୍ଗରେ କହିଛନ୍ତି ଯେ ଆମ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଥମେ ଚା’ ବିକ୍ରି କରୁଥିଲେ ଏବଂ ପରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ମୁଁ ଗୁପ୍‌ଚୁପ୍ ବିକ୍ରି କରୁଛି, ବୋଧହୁଏ ମୁଁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବି?

ଏହି ଭିଡିଓ ସୋସିଆଲ ମିଡିଆ ରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଖବର ଲେଖାହେବା ବେଳକୁ ଏହାକୁ ୫ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିଲେ। ଏହି ଭିଡିଓ ଉପରେ ଜଣେ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ “ତାଙ୍କ ସ୍ୱର ମଧ୍ୟ ମୋଦୀଙ୍କ ଭଳି।” ଅନ୍ୟ ଜଣେ ଲେଖିଛନ୍ତି ଯେ “କେଜ୍ରିୱାଲଙ୍କ ଡ୍ୟୁପ୍ଲିକେଟ୍ ମଧ୍ୟ ଦିଲ୍ଲୀରେ ଚାଟ ଗୁପ୍‌ଗୁପ୍ ବିକ୍ରି କରୁଛନ୍ତି।

ସେହିପରି ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ “କାକା, ଆପଣ ମୋଦି ଜୀଙ୍କ ବାୟୋପିକରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ। ଆପଣ ଚେଷ୍ଟା କରନ୍ତୁ।” ଅନ୍ୟ ଜଣେ ଲେଖିଛନ୍ତି ଯେ “କେବଳ ତାଙ୍କ ଚେହେରା ନୁହେଁ, ତାଙ୍କ ସ୍ୱର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି।”

Coronavirus PM Narendra Modi Social Media Viral Video
Advertisment
Advertisment