Advertisment

VIRAL VIDEO: ପାକିସ୍ତାନୀ ଯୁବତୀଙ୍କ ଅଜବ ଯୁକ୍ତି, କହିଲେ ‘Donald Trump ମୋ ବାପା’

ପାକିସ୍ତାନର ଜଣେ ଯୁବତୀ ଗଣମାଧ୍ୟମ ଆଗରେ ଏହି କଥା କହିଛନ୍ତି। ଭିଡିଓରେ ସେ କହିଛନ୍ତି, ମୁଁ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଏବଂ ଜଣେ ମୁସଲମାନ।

author-image
Sonali Ojha
ଅଦ୍ୟତନ ହୋଇଛି
Pakistani Girl Claims as Trump’s Daughter

Pakistani Girl Claims as Trump’s Daughter

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଛନ୍ତି ​​ଡୋନାଲ୍ଡ ଟ୍ରମ୍ପ। ଏହି ବିଜୟ ମଧ୍ୟରେ ପାକିସ୍ତାନରୁ ଏକ ଚମକାଇବା ଭଳି ଖବର ସାମନାକୁ ଆସିଛି। ପାକିସ୍ତାନର ଜଣେ ଯୁବତୀ ଦାବି କରିଛନ୍ତି ଯେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ନିଜ ଝିଅ। ସୋସିଆଲ ମିଡିଆରେ ଏହି ଯୁବତୀଙ୍କ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରକୃତ ସନ୍ତାନ। ଝିଅଟି ଜିଦ୍ ଧରିଛି ଯେ ଟ୍ରମ୍ପ ତାଙ୍କ ପିତା ଏବଂ ଏଥିରେ କୌଣସି ସନ୍ଦେହ ନାହିଁ।

Advertisment

ଭିଡିଓରେ ସେ କହିଛନ୍ତି, ମୁଁ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଏବଂ ଜଣେ ମୁସଲମାନ। ଯେତେବେଳେ ଇଂରେଜମାନେ ଏଠାକୁ ଆସନ୍ତି, ଏବଂ ମୋତେ ଦେଖନ୍ତି ମୁଁ ଏଠାରେ କ’ଣ କରୁଛନ୍ତି ବୋଲି ଆଶ୍ଚର୍ଯ୍ୟ ହୁଅନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ  ମୋ ମା’ଙ୍କୁ କହିଥିଲେ ଯେ ତୁମେ ମୋ ଝିଅର ଯତ୍ନ ନେଇ ପାରିବ ନାହିଁ। ଯୁବତୀ ଜଣକ ବାରମ୍ୱାର ଟ୍ରମ୍ପଙ୍କୁ 'ମୋ ବାପା' ବୋଲି କହୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓଟି କେବେର, କେଉଁ ଠାରୁ ଆସିଛି ଓ ସେ କାହିଁକି ଏପରି କହୁଛନ୍ତି ଏବଂ ଏଥିରେ ଥିବା ସତ୍ୟତା ବିଷୟରେ ସଠିକ୍ ସୂଚନା ଏଯାଏ ଜଣା ପଡିନାହିଁ ।

ଅଧିକ ପଢ଼ନ୍ତୁ: Elon Musk Net Worth: ଏଲନ୍‌ଙ୍କ ଉପରେ ଟଙ୍କା ବର୍ଷା, ରାତାରାତି ୨୦.୫ ବିଲିଅନ ଡଲାର ବଢ଼ିଲା ସମ୍ପତ୍ତି

Advertisment

ତେବେ, ଆମେରିକାରେ ପୁଣି ଟ୍ରମ୍ପ ସରକାର ହେବ। ୪ ବର୍ଷ ପରେ ପୁଣି ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଡେମୋକ୍ରାଟ୍ ପ୍ରାର୍ଥୀ କମଳା ହାରିସଙ୍କୁ ହରାଇ ବୃହତ୍ ବିଜୟ ହାସଲ କରିଛନ୍ତି ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନରେ ଟ୍ରମ୍ପଙ୍କୁ ୨୭୭ ଇଲୋକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେ ହାରିସଙ୍କୁ ମିଳିଛି ୨୨୪ ଭୋଟ୍। ଆମେରିକାର ୪୭ ତମ ରାଷ୍ଟ୍ରପତି ବନିଥିବା ଟ୍ରମ୍ପ ଏହି ବିଜୟକୁ ଐତିହାସିକ ଓ ଅବିଶ୍ୱସନୀୟ କହିଛନ୍ତି। ଜିତିବାର ସବୁ କ୍ରେଡିଟ୍ ଦେଇଛନ୍ତି ଆମେରିକାବାସୀଙ୍କୁ। ତାଙ୍କୁ ବିଶ୍ୱାସକୁ ନେଇଥିବାରୁ ଜଣାଇଛନ୍ତି ଧନ୍ୟବାଦ।

କହିଛନ୍ତି, ଆଗାମୀ ଦିନ ଆମେରିକା ପାଇଁ ସ୍ବର୍ଣ୍ଣିମ ଦିନ ହେବାକୁ ଯାଉଛି। ଆମେ ମିଶିକରି ଆମେରିକାର ଉଜ୍ଜଳ ଭବିଷ୍ୟତ ପାଇଁ କାମ କରିବା। ସମର୍ଥକଙ୍କୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି, ଆମେ ଅସମ୍ଭବକୁ ସମ୍ଭବ କରିଦେଖାଇଛୁ। ଆମେରିକାବାସୀ ଅଭୂତପୂର୍ବ ଏବଂ ଶକ୍ତିଶାଳୀ ଜନାଦେଶ ଦେଇଛନ୍ତି। ଇଏ ଏଭଳି ଏକ ରାଜନୈତିକ ବିଜୟ ଯାହା ଆମ ଦେଶ ପୂର୍ବରୁ କେବେ ଦେଖିନଥିଲା। ଏବେଠୁ ମୁଁ ଆପଣଙ୍କ ପାଇଁ ଲଢିବି ବୋଲି କହିଛନ୍ତି ଟ୍ରମ୍ପ।

ଯାହା କେହି କେବେ କରିପାରିନଥିଲେ ତାକୁ କରିଦେଖାଇଛନ୍ତି ଟ୍ରମ୍ପ। ମାଳ ମାଳ ମାମଲା ହେଲା, ବର୍ଷ ବର୍ଷ ଧରି କୋର୍ଟରେ ଶୁଣାଣି ଚାଲିଲା, ଏପରିକି ପ୍ରଚାର ସମୟରେ ଗୁଳି ବି ଖାଇଲେ। ତଥାପି ଆମେରିକାକୁ ମହାନ ବନାଇବାର ସଂକଳ୍ପ ନେଇ ଜନତାଙ୍କୁ ମାଗିଚାଲିଥିଲେ ସମର୍ଥନ। ୨୦୨୦ରେ ମାତ୍ ଖାଇଥିବା ଟ୍ରମ୍ପଙ୍କ ୪ ବର୍ଷ ପରେ ହୋଇଛି ଗ୍ରାଣ୍ଡ କମ୍ ବ୍ୟାକ୍। ଉପରାଷ୍ଟ୍ରପତି ତଥା ଅମେରିକାର ମୋଷ୍ଟ ପାୱାରଫୁଲ୍ ଲେଡି କମଳା ହାରିସଙ୍କୁ ଦେଇଛନ୍ତି ମାତ୍। ସାତ ସ୍ୱିଙ୍ଗ ଷ୍ଟେଟରେ ଭଲ ରେଜଲ୍ଟ ସହ ମିଳିଛି ଆମେରିକାବାସୀଙ୍କ ଅକୁଣ୍ଠ ସମର୍ଥନ ।

ଅଧିକ ପଢ଼ନ୍ତୁ: US Election Result 2024: ଏଲନ୍ କେବଳ ବନ୍ଧୁ ନା ଅନ୍ୟ କିଛି ! ଟ୍ରମ୍ପ ପରିବାର ଫଟୋରେ Elon Musk

୨୦୧୬ରେ ପ୍ରଥମ ଥର ନିର୍ବାଚନରେ ​​ଟ୍ରମ୍ପ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ୨୦୨୦ ରେ ଟ୍ରମ୍ପ ପୁନର୍ବାର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ଜୋ ବାଇଡେନ୍‌ ତାଙ୍କୁ ପରାସ୍ତ କରିଥିଲେ। ଚଳିତ ନିର୍ବାଚନରେ, କ୍ରମାଗତ ତୃତୀୟ ଥର ପାଇଁ ରିପବ୍ଲିକାନ୍ ପାର୍ଟି ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ କମଲା ହାରିସ୍‌ଙ୍କୁ ପରାସ୍ତ କରିଛତି।

ଏହାପୂର୍ବରୁ, ଗ୍ରୋଭର କ୍ଲିଭଲାଣ୍ଡ ୧୮୮୪ ରେ ଏବଂ ପୁନର୍ବାର ୧୮୯୨ ରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିଲେ। ବର୍ତ୍ତମାନ ଟ୍ରମ୍ପ ମଧ୍ୟ ୨ଥର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ବିଜୟ ପରେ ଡୋନାଲ୍ଡ ଟ୍ରମ୍ପ ଆମେରିକୀୟମାନଙ୍କୁ ଏକ ଉତ୍ତମ ଭବିଷ୍ୟତ ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବିଜୟ ପରେ ଫ୍ଲୋରିଡାର ସମର୍ଥକ ତଥା ରିପବ୍ଲିକାନ୍ ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏହି ବିଜୟ ଆମେରିକା ଲୋକଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଚମତ୍କାର। ଏହା ଆମକୁ ଆମେରିକାକୁ ପୁଣିଥରେ ମହାନ କରିବାକୁ ସକ୍ଷମ କରିବ । ଆମେରିକାରେ ସୁବର୍ଣ୍ଣ ସମୟ ଫେରାଇ ଆଣିବା ପାଇଁ ଆମେ ନିଶ୍ଚିତ ରୂପେ କାର୍ଯ୍ୟ କରିବୁ ।

Donald Trump Coronavirus Pakistan
Advertisment
Advertisment