Advertisment

Viral Video: ସପିଂ କରି ଆସିଲେ ମହିଳା; ବ୍ୟାଗ୍ ଭିତରୁ ବାହାରିଲା କୁନି ଝିଅ

ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେଉଛି ଏକ କୁନି ଝିଅର ଭିଡିଓ । ଏଥିରେ ଜଣେ ମାଆ ତାଙ୍କ କୁନି ଝିଅକୁ ଏକ ବ୍ୟାଗ୍‌ରେ ଘରକୁ ଆଣୁଥିବାର ଦେଖାଯାଉଛି। ଏହି ଭିଡିଓଟି ଦେଖିଲେ ଆପଣଙ୍କ ଦିନ ବି ପୂରା ମସ୍‌ଗୁଲ୍ ହୋଇଯିବ।

author-image
Pramod Behera
ଅଦ୍ୟତନ ହୋଇଛି
Mother Daughter Viral Video

Mother Daughter Viral Video

ସୋସିଆଲ ମିଡିଆରେ ଏକ କୌତୁହଳ ଏବଂ ହୃଦୟସ୍ପର୍ଶୀ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ମାଆ ତାଙ୍କ କୁନି ଝିଅକୁ ଏକ ବ୍ୟାଗ୍‌ରେ ଘରକୁ ଆଣୁଥିବାର ଦେଖାଯାଉଛି। ଏହି ଭିଡିଓଟି ଦେଖିଲେ ଆପଣଙ୍କ ଦିନ ବି ପୂରା ମସ୍‌ଗୁଲ୍ ହୋଇଯିବ।

Advertisment

ଭିଡିଓର ଆରମ୍ଭରେ ଦେଖାଯାଉଛି ଯେ ମହିଳା ଜଣକ ଏକ ବ୍ୟାଗ୍‌ରେ କିଛି ଜିନିଷ ଆଣିବା ଭଳି। କିନ୍ତୁ ସେ ରୁମ୍‌ରେ ପ୍ରବେଶ କରିବା ମାତ୍ରେ, ଏକ କୁନି ଝିଅ ବ୍ୟାଗ୍‌ ଭିତରୁ ମୁହଁ ବାହାର କରି ବାହାରକୁ ଚାହୁଁଥିବା ଦେଖିବାକୁ ମିଳେ।

ଏହି ଭିଡିଓଟି ମାତ୍ର ୧୧ ସେକେଣ୍ଡର, କିନ୍ତୁ ଏଥିରେ ଥିବା ମାଆ-ଝିଅଙ୍କ ଏଭଳି ବଣ୍ଡିଂ ସମସ୍ତଙ୍କୁ ଆକର୍ଷିତ କରିଛି। ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ:ଗାଁରେ ପଶିଲା ବିରାଟକାୟ ସାପ; ଏକାବେଳେ ଗିଳିଦେବ ୫-୬ ମଣିଷ

ଭିଡିଓରେ ଦେଖିବାକୁ ମିଳୁଥିବା କୁନି ଝିଅର କ୍ୟୁଟ୍‌ନେସ୍ ସମସ୍ତଙ୍କୁ ଆକର୍ଷଣ କରୁଛି। ସେମାନେ ଏହାକୁ ପ୍ରଶଂସା ନ କରି ରହିପାରୁ ନାହାନ୍ତି। ଏହି ଭିଡିଓର କମେଣ୍ଟ୍ ସେକ୍ସନ୍‌ରେ 'କ୍ୟୁଟ୍' ଶବ୍ଦଟି ବହୁତ ବ୍ୟବହାର ହୋଇଛି। କିଛି ଲୋକ ଏହାକୁ ମଧ୍ୟ 'ଟେକ୍ନୋଲୋଜୀର ସାନ୍‌ଦାର୍ ବ୍ୟବହାର' ବୋଲି କହିଛନ୍ତି।

ଖବର ଲେଖା ହେବା ବେଳକୁ ଏହି ଭିଡିଓଟିକୁ ୨ କୋଟିରୁ ଅଧିକ ଲୋକ ଦେଖିସାରିଥିଲେ ଏବଂ ସୋସିଆଲ ମିଡିଆରେ ଏହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ସୋସିଆଲ୍ ମିଡିଆରେ ଲୋକମାନେ ଏହାକୁ ବହୁତ ପ୍ରେମରେ ଶେୟାର୍ କରୁଛନ୍ତି।

ଏହି ଭିଡିଓଟି ଇନ୍‍ଷ୍ଟାଗ୍ରାମରେ fortuner_lover_rj32 ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ୧୪ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିସାରିଛନ୍ତି। ଏହି ମାଆ-ଝିଅ ଯୋଡ଼ି ଇଣ୍ଟରନେଟରେ ଲୋକଙ୍କ ହୃଦୟକୁ ଛୁଇଁଛି।

ଭିଡିଓଟି ଦେଖିଥିବା ଜଣେ ୟୁଜର୍‌ ଲେଖିଛନ୍ତି - ଏହି ଝିଅଟି ପ୍ରକୃତରେ ବହୁତ କ୍ୟୁଟ୍। ଆଉ ଜଣେ ଲେଖିଛନ୍ତି - ଏହା ପ୍ରକୃତରେ ଟେକ୍ନୋଲୋଜୀ। ଆଉ ଜଣେ କୁନି ଝିଅଟିର କ୍ୟୁଟ୍‌ନେସ୍‌କୁ ପ୍ରଶଂସା କରିଛନ୍ତି ଏବଂ ଅନ୍ୟ ଜଣେ ଲେଖିଛନ୍ତି - ଏହା ଟେକ୍ନୋଲୋଜୀର ଏକ ମସ୍ତ ବ୍ୟବହାର।

ଅଧିକ ପଢ଼ନ୍ତୁ:ପାଣିରେ ପହଁରୁଛି ବିଶାଳ ଆନାକୋଣ୍ଡା; ଭିଡିଓ ଦେଖି ଶ୍ୱାସ ଅଟକିଯିବ!

Instagram Viral Video Baby Girl Amazing Video
Advertisment
Related Articles
Advertisment