/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748171299.jpg)
Kangana Sharma Revealing Dress
ଅଭିନେତ୍ରୀ କଙ୍ଗନା ଶର୍ମା ତାଙ୍କର ହଟ୍-ବୋଲ୍ଡନେସ୍ ପାଇଁ ସବୁବେଳେ ଖବରରେ ରହିଥାନ୍ତି। ନିକଟରେ ସେ ପୁଣି ଥରେ ଏକ ଫ୍ରଣ୍ଟ୍ କଟିଂ ବୋଲ୍ଡ ପୋଷାକ ପିନ୍ଧି ପାପାରାଜିଙ୍କ ସାମ୍ନାରେ ଦେଖାଦେଇଛନ୍ତି। କିନ୍ତୁ ଏଥର ଲୋକମାନେ କଙ୍ଗନାଙ୍କ ଲୁକ୍ ପସନ୍ଦ କରି ନାହାନ୍ତି। ସେମାନେ ତାଙ୍କୁ ଯାଛାତା’ କରି କହୁଛନ୍ତି।
ଏହି କାରଣରୁ ତାଙ୍କୁ ଏବେ ସୋସିଆଲ ମିଡିଆରେ ଖରାପ ଭାବରେ ଟ୍ରୋଲ କରାଯାଉଛି। ଅଭିନେତ୍ରୀଙ୍କ ପୋଷାକ ଏତେ ବୋଲ୍ଡ ହୋଇଛି ଯେ ଏହାକୁ ଦେଖି ୟୁଜର୍ସ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି।
ଅଧିକ ପଢ଼ନ୍ତୁ: ମହଙ୍ଗା ପଡିଲା ବୋଲ୍ଡ ଲୁକ୍ରେ ଫ୍ୟାସନ ପୋଜ; କଚଡା ଖାଇଲେ କଙ୍ଗନା
କଙ୍ଗନା ଶର୍ମାଙ୍କୁ ପାପାରାଜିମାନେ ନିକଟରେ ଏକ ଇଭେଣ୍ଟରେ ଦେଖିଥିଲେ। ଏହି ସମୟରେ, ସେ ପାପାରାଜିଙ୍କୁ ଅନେକ ପୋଜ୍ ମଧ୍ୟ ଦେଇଥିଲେ। ଅଭିନେତ୍ରୀ ଜଣକ ଗୋଲାପୀ ରଙ୍ଗର ଏକ ଫ୍ରଣ୍ଟ୍ କଟ୍ ଡ୍ରେସ୍ ପିନ୍ଧିଥିଲେ। ଯାହାର ଉପର ଭାଗ ବହୁତ ଖରାପ ପ୍ରଦର୍ଶନ କରୁଥିଲା।
ଏହି ସମୟରେ କଙ୍ଗନା ହାଲୁକା ମେକ୍ଅପ୍ ନେବା ସହିତ ତାଙ୍କ ଚୁଟିକୁ ଖୋଲା ରଖିଥିଲେ। ତାଙ୍କର ଏହି ଲୁକ୍ ଖୁବ୍ ହଟ୍ ଆଉ ବୋଲ୍ଡ ଥିଲେ ମଧ୍ୟ ସୋସିଆଲ ମିଡିଆ ୟୁଜର୍ମାନେ କଙ୍ଗନାଙ୍କ ଏହି ଲୁକ୍କୁ ପସନ୍ଦ କରୁ ନାହାନ୍ତି ଏବଂ ସେମାନେ ଅଭିନେତ୍ରୀଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି।
ଅଭିନେତ୍ରୀଙ୍କୁ ଗାଳି:
କଙ୍ଗନାଙ୍କ ଏହି ଭିଡିଓ ଇଣ୍ଟର୍ନେଟ୍ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହା ଉପରେ ୟୁଜର୍ସମାନେ ଜମେଇକି ମତ ଦେଉଛନ୍ତି ଏବଂ ଅଭିନେତ୍ରୀଙ୍କୁ ଗାଳି ଦେବାରେ ହେଳା କରୁ ନାହାନ୍ତି। ଜଣେ ଲେଖିଛନ୍ତି - କପଡ଼ା ଖୋଲିବା ପାଇଁ ଏକ ପ୍ରତିଯୋଗିତା ଚାଲିଛି।
ଆଉ ଜଣେ ଲେଖିଛନ୍ତି ଯେ - ଗରିବ ଲୋକଙ୍କ ପାଖରେ କପଡା ନାହିଁ ଏବଂ ଧନୀମାନେ ଉଲଗ୍ନ ହୋଇ ବୁଲୁଛନ୍ତି। ଆଉ ଜଣେ ଲେଖିଛନ୍ତି - କପଡା ବହୁତ ବଡ଼ ହୋଇ ନାହିଁ। ଏମାନଙ୍କ ବ୍ୟତୀତ, ଜଣେ ଏପରି ମଧ୍ୟ କହିଛନ୍ତି ଯେ “ଏପରି ଲୋକମାନେ ମୁମ୍ବାଇକୁ ନଷ୍ଟ କରିଦେଇଛନ୍ତି।”
ଆପଣଙ୍କୁ କହି ରଖୁଛୁ ଯେ କଙ୍ଗନା ୨୦୧୬ରେ 'ଗ୍ରେଟ୍ ଗ୍ରାଣ୍ଡ୍ ମସ୍ତି' ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ଫିଲ୍ମ ବ୍ୟତୀତ ସେ ‘ଦି କପିଲ ଶର୍ମା ଶୋ’ ଏବଂ 'ତୁ ସୂରଜ ମେ ସାଞ୍ଜ ପିୟା ଜୀ' ଭଳି ଧାରାବାହିକରେ ମଧ୍ୟ କାମ କରିଛନ୍ତି। କିନ୍ତୁ ଏବେ ସେ ବହୁତ ଦିନ ଧରି ଅଭିନୟରୁ ଦୂରେଇ ଅଛନ୍ତି।
ଅଧିକ ପଢ଼ନ୍ତୁ: ଶାଳୀନତାର ସୀମା ପାର୍ କଲେ ଶର୍ଲିନ୍ ଚୋପ୍ରା; ସମସ୍ତଙ୍କ ସାମ୍ନାରେ ପାପାରାଜୀଙ୍କୁ କିସ୍
Viral Video: ମହଙ୍ଗା ପଡିଲା ବୋଲ୍ଡ ଲୁକ୍ରେ ଫ୍ୟାସନ ପୋଜ; କଚଡା ଖାଇଲେ କଙ୍ଗନା

Sherlyn Chopra: ପୁଣି ରୋମାଣ୍ଟିକ୍ ହେଲେ ଶର୍ଲିନ୍ ଚୋପ୍ରା; ପାପାରାଜିଙ୍କ ସହ କଲେ ଏମିତି କାରନାମା

Sherlyn Chopra: ଶାଳୀନତାର ସୀମା ପାର୍ କଲେ ଶର୍ଲିନ୍ ଚୋପ୍ରା; ସମସ୍ତଙ୍କ ସାମ୍ନାରେ ପାପାରାଜୀଙ୍କୁ କିସ୍

Alia Bhatt: କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୫ରୁ ଆଲିଆ ଭଟ୍ଟଙ୍କ ଆଉ ଏକ ଲୁକ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)