Advertisment

Meta's Fact Checking: ‘ଏକ୍ସ’କୁ ଅନୁସରଣ କରିବ ମେଟା: ‘ଫ୍ୟାକ୍ଟ ଚେକିଂ’ ବଦଳରେ ଆଣିବ ‘କମ୍ୟୁନିଟି ନୋଟ୍ସ’

ଜୁକରବର୍ଗ ତାଙ୍କର ପୋଷ୍ଟରେ ଲେଖିଛନ୍ତି,ଏହା ଦ୍ୱାରା ବିଭିନ୍ନ ବର୍ଗର ୟୁଜର୍ସମାନଙ୍କ ସହାୟତାରେ କୌଣସି ପୋଷ୍ଟ ଭ୍ରମାତ୍ମକ କି ନୁହେଁ ତାହା ‘କମ୍ୟୁନିଟି ନୋଟ୍ସ’ ନିର୍ଣ୍ଣୟ ନେଇ ପାରବ । ଏଠି କହିରଖିବୁ, ଫେସବୁକର ଫ୍ୟାକ୍ଟ ଚେକିଂ ପ୍ରୋଗ୍ରାମ ୨୬ଟି ଭାଷାରେ ପରିଚାଳିତ ହେଉଛି । ଏଥିସହିତ ଏଏଫପି ସମେତ ୮୦ରୁ ଅଧିକ ମିଡିଆ ସଂଗଠନ ସହ ମିଶି କାର୍ଯ୍ୟ କରୁଛି।

ଅଦ୍ୟତନ ହୋଇଛି
ମେଟାରୁ ହଟିବ ଫ୍ୟାକ୍ଟ ଚେକିଂ

ମେଟାରୁ ହଟିବ ଫ୍ୟାକ୍ଟ ଚେକିଂ

Advertisment

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ଇନଷ୍ଟାରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଏ ନେଇ ସୂଚନା ଦେଇଛନ୍ତି ମେଟା ମୁଖ୍ୟ ମାର୍କ ଜୁକରବର୍ଗ । ଜୁକରବର୍ଗ କହିଛନ୍ତି, ତାଙ୍କ କମ୍ପାନୀ ଥାର୍ଡ ପାର୍ଟି ‘ଫ୍ୟାକ୍ଟ ଚେକିଂ’ ପ୍ରୋଗ୍ରାମକୁ ବନ୍ଦ କରିଦେବ । ତା ବଦଳରେ ଆସିବ ‘କମ୍ୟୁନିଟି ନୋଟ୍‌ସ’ ନାମକ ଏକ ନୂଆ ପ୍ରୋଗ୍ରାମ । ମେଟା ତାର ପ୍ରତିଦ୍ୱନ୍ଦ୍ୱୀ ଏକ୍ସ (ଟୁଇଟର)କୁ ଅନୁକରଣ କରି ଏହି ନୂଆ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି ଯେଉଁଥିରେ ୟୁଜର୍ସମାନେ ସେମାନଙ୍କର ତଥ୍ୟ ରଖି ପାରିବେ । ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରୋଗ୍ରାମ ସର୍ବ ପ୍ରଥମେ ଆମେରିକାରେ ଲାଗୁ କରାଯିବ ।

Advertisment

ଅଧିକ ପଢ଼ନ୍ତୁ: ନିଜର ଜୀବନଶୈଳୀ ବିଷୟରେ କହିଲେ ମାର୍କ ଜୁକରବର୍ଗ...ସକାଳୁ ଉଠି କରନ୍ତି ଏହି କାମ... 

ଜୁକରବର୍ଗ ତାଙ୍କର ପୋଷ୍ଟରେ ଲେଖିଛନ୍ତି,ଏହା ଦ୍ୱାରା ବିଭିନ୍ନ ବର୍ଗର ୟୁଜର୍ସମାନଙ୍କ ସହାୟତାରେ କୌଣସି ପୋଷ୍ଟ ଭ୍ରମାତ୍ମକ କି ନୁହେଁ ତାହା ‘କମ୍ୟୁନିଟି ନୋଟ୍ସ’ ନିର୍ଣ୍ଣୟ ନେଇ ପାରବ । ଏଠି କହିରଖିବୁ, ଫେସବୁକର ଫ୍ୟାକ୍ଟ ଚେକିଂ ପ୍ରୋଗ୍ରାମ ୨୬ଟି ଭାଷାରେ ପରିଚାଳିତ ହେଉଛି । ଏଥିସହିତ ଏଏଫପି ସମେତ ୮୦ରୁ ଅଧିକ ମିଡିଆ ସଂଗଠନ ସହ ମିଶି କାର୍ଯ୍ୟ କରୁଛି।

Advertisment

ମାର୍କ ଜୁକରବର୍ଗ ଏକ ଭିଡିଓ ଜାରି କରି କହିଛନ୍ତି, ମେଟା ଏପରି ନିଷ୍ପତ୍ତି ନେବା ପଛରେ କାରଣ ରହିଛି । ଏକ୍ସପର୍ଟ ଫ୍ୟାକ୍ଟ ଚେକର୍ସ ନିଜ ସୁବିଧାକୁ ଦେଖି କୌଣସି ଗୋଟିଏ ପକ୍ଷର ସମର୍ଥନ କରିପାରନ୍ତି । ଏହି କାରଣରୁ ଅଧିକ କଣ୍ଟେଣ୍ଟ ଫ୍ୟାକ୍ଟ ଚେକିଂ ଲିଷ୍ଟକୁ ଆସୁଥିଲା । ଏବେ ଏସବୁ କମ୍ୟୁନିଟି ନୋଟ୍ସ ମଡେଲ ଅନୁସାରେ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ସେ ଆହୁରି କହିଛନ୍ତି, ଫ୍ୟାକ୍ଟ ଚେକର୍ସ ରାଜନୈତିକ ଦୃଷ୍ଟିକୋଣରୁ ପକ୍ଷପାତୀ ରହୁଥିଲେ । ସେମାନେ ଯେତିକି ଭରସା ସୃଷ୍ଟି କରୁଥିଲେ ସେତିକି ଭରସା ଭାଙ୍ଗୁ ଥିଲେ ମଧ୍ୟ । ତେଣୁ କମ୍ପାନୀ ତାର ମୂଳକୁ ପୁଣି ଫେରୁଛି ଏବଂ ତ୍ରୁଟି ହ୍ରାସ କରିବାକୁ, ନିଜର ନୀତିକୁ ସରଳ କରିବାକୁ ତଥା ନିଜ ପ୍ଲାଟଫର୍ମରେ ମୁକ୍ତ ଅଭିବ୍ୟକ୍ତି ରଖିବାର ବିକଳ୍ପ ଆଣିବାକୁ ଚେଷ୍ଟା କରୁଛି । ଏହି ପରିବର୍ତ୍ତନ ଫେସବୁକ, ଇନଷ୍ଟା ଏବଂ ଥ୍ରେଡରେ ଉପଲବ୍ଧ ହେବ ।

Advertisment

କ’ଣ ଏହି କମ୍ୟୁନିଟି ନୋଟ୍ସ ?

ଯେତେବେଳେ କୌଣସି ଏକ୍ସ ପୋଷ୍ଟରେ କିଛି ତଥ୍ୟକୁ ଯୋଡା ଯାଏ ସେତେବେଳେ ଏହା ‘ପାଠକ ଯୋଡିଥିବା ତଥ୍ୟ’ ନାମରେ ଏକ ଛୋଟ ବକ୍ସରେ ୟୁଜର୍ସଙ୍କ ସାମ୍ନାରେ ଡିସପ୍ଲେ ହୋଇଥାଏ । ଏହି ପୋଷ୍ଟକୁ ତ୍ରୁଟିଶୂନ୍ୟ କରିବା ପାଇଁ ଏଥିରେ ସାଧାରଣତଃ ସଂକ୍ଷିପ୍ତ ଏବଂ ତଥ୍ୟାତ୍ମକ, ମୂଳ ପୋଷ୍ଟର ବିସ୍ତାର କିମ୍ବା ବିରୋଧାଭାସ କରୁଥିବା ତଥ୍ୟ ଏବଂ ଏହି ପ୍ରସଙ୍ଗ ସହ ଜଡିତ ଲିଙ୍କକୁ ବି ସାମିଲ କରାଯାଇଥାଏ ।

୨୦୨୧ ଜାନୁଆରୀରେ ‘ବାର୍ଡୱାଚ’ ନାମରେ ଏହି କମ୍ୟୁନିଟି ନୋଟ୍ସ ଆରମ୍ଭ ହୋଇଥିଲା । ହେଲେ ୨୦୨୨ ଶେଷ ବେଳକୁ ଏଲନ ମସ୍କ ଟୁଇଟରକୁ ନିଜ ଅଧୀନକୁ ନେଇଥିଲେ ଏବଂ ଏହାର ନାମ ପରିବର୍ତ୍ତନ କରି ଏକ୍ସ ରଖିଥିଲେ । ଏହା ପରେ ସେ ଏହି କମ୍ୟୁନିଟି ନୋଟସକୁ ବିଶେଷ ଗୁରୁତ୍ୱ ଦେଇଥିଲେ । ଏବେ ଏହି କମ୍ୟୁନିଟ ନୋଟ୍ସକୁ ୪୪ ଦେଶର ୟୁଜର୍ସମାନେ ଦେଖି ପାରୁଛନ୍ତି ।

ସେ ସମୟରେ ମସ୍କ ଏକ ପୋଷ୍ଟରେ ଲେଖିଥିଲେ, ସୋସିଆଲ ନେଟୱର୍କ ସାରା ଦୁନିଆ ବିଷୟରେ ସୂଚନା ଦେବାର ଏକ ସଠିକ ଉତ୍ସ ହେବାର ଆବଶ୍ୟକତା ରହିଛି ।

ଅଧିକ ପଢ଼ନ୍ତୁ: ଏମିତି କ’ଣ ହେଲା ଯେ ସମସ୍ତଙ୍କ ଆଗରେ ଭୁଲ୍ ମାଗିଲେ ଜୁକରବର୍ଗ ? 

କିଏ ଲେଖେ ଏହି କମ୍ୟୁନିଟି ନୋଟ୍ସ?

ଯେ କୌଣସି ଏକ୍ସ ୟୁଜର୍ସ ଚାହିଁଲେ କମ୍ୟୁନିଟି ନୋଟ୍ସରେ ସାଇନ ଅପ୍ କରିପାରିବେ । ତେବେ ନିଜ ନୋଟ୍ସ ଲେଖିବା ପୂର୍ବରୁ ସେମାନଙ୍କୁ କିଛି ସମୟ ଦେଇ ଅନ୍ୟ ଲୋକଙ୍କ ଦ୍ୱାରା ପରାମର୍ଶିତ ନୋଟସକୁ ରେଟିଂ କରିବାକୁ ପଡିବ । ଯଦ୍ୱାରା ସେମାନେ ଏହି ପ୍ରକ୍ରିୟାରେ ଯୋଗ ଦେଇ ନିଷ୍ପତ୍ତି ନେଇ ପାରିବେ ଯେ ଏହା ପ୍ରକାଶିତ ହୋଇ ପାରିବ କି ନାହିଁ ।

ଏପରିକି ଯଦି ଜଣଙ୍କୁ ନୋଟ୍‌ସ ଲେଖିବା ପାଇଁ ଅନୁମତି ମଳିଲା ଏବଂ ଅନ୍ୟମାନେ ତାଙ୍କୁ ରେଟିଂ କରି ଅଦରକାରୀ ବୋଲି ମତ ଦେଲେ ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଲେଖିବାର ଅଧିକାର ହରାଇବାକୁ ପଡିବ ।

ନୋଟ୍ସରେ ମତଦାନ ସାଧାରଣ ବହୁମତରେ ଯେ ହୁଏ ନାହିଁ ଏହା ଉପରେ ଏକ୍ସ ଯଥେଷ୍ଟ ଗୁରୁତ୍ୱ ଦିଏ । ଅନ୍ୟପକ୍ଷେ, କମ୍ପାନୀ ସେହି ମୂଲ୍ୟାଙ୍କନକର୍ତ୍ତାଙ୍କ ମଧ୍ୟରେ ସହମତିକୁ ଖୋଜିଥାଏ ଯେଉଁମାନେ ପୂର୍ବରୁ ଅସମହତ ଥାନ୍ତି । ଏହା ଦ୍ୱାରା ଏକତରଫା ରେଟିଂ କମ୍ ହୋଇଥାଏ ଏବଂ ହେରାଫେରିକୁ ମଧ୍ୟ ରୋକା ଯାଇପାରିଥାଏ ।

Twitter Facebook Mark Zuckerberg Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ