Advertisment

ନିଜର ଜୀବନଶୈଳୀ ବିଷୟରେ କହିଲେ ମାର୍କ ଜୁକରବର୍ଗ...ସକାଳୁ ଉଠି କରନ୍ତି ଏହି କାମ...

Meta CEO: ଫେସ୍‌ବୁକ୍‌ ମାଲିକଙ୍କର ଦିନ କେମିତି ଆରମ୍ଭ ହୁଏ ?  ମେଟା ସିଇଓ ମାର୍କ ଜୁକରବର୍ଗ ତାଙ୍କର ଦୌନନ୍ଦିନ କାର୍ଯ୍ୟକୁ ପ୍ରକାଶ କରିଛନ୍ତି । ସକାଳୁ ଉଠି କରନ୍ତି ଏହି କାମ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Mark Zuckerberg

Mark Zuckerberg

ଆଜିର ଯୁବପିଢି ସକାଳୁ ଉଠିବା ମାତ୍ରେ ଆଗେ ସୋସିଆଲ୍‌ ମିଡ଼ିଆ ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଅନେକ ସୋସିଆଲ ମିଡ଼ିଆ କମ୍ପାନୀର ମାଲିକ ମାର୍କ ଜୁକରବର୍ଗ ଦିନ କେମିତି କଟେ ? ଭାବୁଛନ୍ତି କି ଏତେ ଟଙ୍କାର ମାଲିକଙ୍କର ଦିନ କେମିତି କଟୁଥିବ ? ମାର୍କ ଜୁକରବର୍ଗ ସୋସିଆଲ ମିଡ଼ିଆ ବ୍ୟବହାର କରନ୍ତି କି ? ତେବେ ଆସନ୍ତୁ ଜାଣିବା ଏସବୁର ଉତ୍ତର...

Advertisment

ମେଟା ସିଇଓ ମାର୍କ ଜୁକରବର୍ଗ ତାଙ୍କର ଦୌନନ୍ଦିନ କାର୍ଯ୍ୟକୁ ପ୍ରକାଶ କରିଛନ୍ତି । ୩୯ ବର୍ଷିୟ ମାର୍କ ଜୁକରବର୍ଗଙ୍କ ଦୌନନ୍ଦିନ କାର୍ଯ୍ୟ ମଧ୍ୟ କୌଣସି ସାଧାରଣ ବ୍ୟକ୍ତିଙ୍କ ଭଳି । ଫେସବୁକ୍, ମେସେଞ୍ଜର, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ତଥା ମେସେଜିଂ ପ୍ଲାଟଫର୍ମର ମାଲିକ ମାର୍କ ଜୁକରବର୍ଗ ଫେସବୁକରେ ଏକ ଲାଇଭ୍‌ ଆସି ନିଜର ଦୌନନ୍ଦିନ କାର୍ଯ୍ୟକୁ ପ୍ରକାଶ କରିଛନ୍ତି । ମାର୍କ ପ୍ରାୟତଃ ଫେସବୁକ୍‌ରେ ଲାଇଭ୍ ଆସନ୍ତି ଓ ତାଙ୍କର ଆଗ୍ରହ ଥିବା ବିଷୟରେ ଆଲୋଚନା କରନ୍ତି । 

ଆପଣ ସକାଳୁ ଉଠିବା ମାତ୍ରେ ଏହି କାମ କରନ୍ତୁ...

ଫେସବୁକର ସିଇଓ ମେଟା ଲାଇଭ୍‌ରେ କହିଛନ୍ତି ଯେ ସେ ସକାଳ ପ୍ରାୟ ୮ଟାରେ ଉଠନ୍ତି । ସକାଳେ ଉଠିବା ପରେ ସେ କଫି କିମ୍ବା ଚା’ ପିଅନ୍ତି ନାହିଁ । କିନ୍ତୁ ତାଙ୍କ ବିଶ୍ୱସ୍ତ ସାଥୀ ଅର୍ଥାତ୍ ସ୍ମାର୍ଟଫୋନ୍ ଉଠାନ୍ତି । ଏହା ପରେ, ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆସୁଥିବା ମେସେଜ୍‌ଗୁଡ଼ିକୁ ଦେଖନ୍ତି - ଫେସବୁକ୍, ମେସେଞ୍ଜର ଓ ହ୍ୱାଟ୍ସଆପ୍ ଯାହା ଦ୍ୱାରା ସେ ସାରା ବିଶ୍ୱରେ ଘଟୁଥିବା କାର୍ଯ୍ୟକଳାପ ବିଷୟରେ ଅପଡେଟ୍ ରହିପାରିବେ । 

Advertisment

ଅଧିକ ସମୟ ବ୍ୟାୟାମ କରନ୍ତୁ...

ଲାଇଭ୍‌ରେ ମାର୍କ ଜୁକରବର୍ଗ କହିଥିଲେ ଯେ, ‘ସେ ତାଙ୍କର ଦିନ ଆରମ୍ଭ କରିବା ପୂର୍ବରୁ ଡିଜିଟାଲ୍ ସହିତ ଲୋକଙ୍କ ସହ ଯୋଡିଥାନ୍ତି । ତେବେ ମାର୍କ ଜୁକରବର୍ଗ ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ୍‌ ରୁହନ୍ତି ନାହିଁ । ନିକଟରେ ମାର୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଆଉ ଏକ ଆଗ୍ରହ ବିଷୟରେ ପ୍ରକାଶ କରିଥିଲେ । ସେ ମିକ୍ସଡ ମାର୍ଶଲ ଆର୍ଟ (MMA) ରେ ତାଲିମ ନେଉଛନ୍ତି । କେବଳ ଏତିକି ନୁହେଁ, ସେ ପ୍ରତିଦିନ କାମ କରି  ୪୦୦୦ କ୍ୟାଲୋରୀ କମାନ୍ତି । ’

ଅବଶ୍ୟ, ଏହି ଲାଇଭ୍‌ରେ ମାର୍କ ଜୁକରବର୍ଗ ତାଙ୍କର ଅନ୍ୟ କୌଣସି ଅଭ୍ୟାସ ବିଷୟରେ ପ୍ରକାଶ କରିନଥିଲେ । ଲାଇଭ୍‌ରେ ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତିତ୍ୱ ମାର୍କ ଜୁଗରବର୍ଗ ମଧ୍ୟ ତାଙ୍କ ସୋସିଆଲ ମିଡିଆ କମ୍ପାନୀ ମେଟାର ଭବିଷ୍ୟତ ବିଷୟରେ ସୂଚନା ଦେଇଥିଲେ । ଏହି ଡିଜିଟାଲ୍ ଯୁଗରେ, କେବଳ ଆପଣ ନୁହଁନ୍ତି, ମାର୍କ ଜୁକରବର୍ଗଙ୍କ ପରି ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଅଛନ୍ତି, ଯିଏ ସକାଳୁ ଉଠିବା ମାତ୍ରେ ନିଜ ସ୍ମାର୍ଟଫୋନ୍‌କୁ ଦେଖନ୍ତି ଏବଂ ସାରା ବିଶ୍ୱରେ ଘଟୁଥିବା କାର୍ଯ୍ୟକଳାପ ଉପରେ ନଜର ରଖନ୍ତି ଏବଂ ଅପଡେଟ୍ ହୋଇ ରହିଥା’ନ୍ତି ।

Facebook Mark Zuckerberg
Advertisment
Advertisment