/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744461247.jpg)
Man fixed water bottle in ceiling fan for jugaad to get cool air
ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ AC ଏବଂ କୁଲରର ବ୍ୟବସ୍ଥା କରିବା ଆରମ୍ଭ କରିଦିଅନ୍ତି। ଆର୍ଥିକ ଦୃଷ୍ଟିରୁ ସବଳ ଲୋକମାନେ ଏସି ବ୍ୟବହାର କରନ୍ତି, କିନ୍ତୁ ଯେଉଁମାନଙ୍କ ପାଖରେ AC ପାଇଁ ଟଙ୍କା ନ ଥାଏ, ସେମାନେ ଗରମକୁ ଆଦରି ରହିବା ଛଡା ଅନ୍ୟ ବାଟ ନ ଥାଏ।
ଏପରି ପରିସ୍ଥିତିରେ, ଜଣେ ବ୍ୟକ୍ତି ଏକ ଅନନ୍ୟ ଯୁଗାଡ଼ ତିଆରି କରିଛନ୍ତି, ଯାହାକୁ ଦେଖିବା ପରେ ଖାଲି ନୁହେଁ ଟେକ୍ନିକାଲ୍ ବ୍ୟକ୍ତିମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଏହାକୁ ଦେଖି ଅନେକ ପ୍ରଶଂସା କରୁଥିବା ବେଳେ, କିଛି ଲୋକ ଏହାର ମଜା ମଧ୍ୟ କରୁଛନ୍ତି।
ଏହି ବ୍ୟକ୍ତି ଜଣକ ସିଲିଂ ଫ୍ୟାନ୍ ଉପରେ ଏକ ପାଣି ବୋତଲ ଫିଟ୍ କରିଛନ୍ତି। ପାଣି ବୋତଲ୍ଟି ଏମିତି ଫିଟ୍ ହୋଇଛି ଯେ ପଙ୍ଖା ଚାଲୁଥିବା ବେଳେ ଏଥିରୁ ଟିକେ ଟିକେ ପାଣି ପଡୁଛି ଆଉ ରୁମ୍ ସାରା ସ୍ପ୍ରେ ହୋଇଯାଉଛି।
ଅଧିକ ପଢ଼ନ୍ତୁ: ସୋସିଆଲ୍ ମିଡିଆରେ ମା-ପୁଅଙ୍କ ରୋମାଣ୍ଟିକ୍ ଭିଡିଓ; ଲୋକେ କହିଲେ ଏମିତି
ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ଯେ ବ୍ୟକ୍ତି ଜଣକ ସିଲିଂ ଫ୍ୟାନ୍ କଡରେ ଏକ ପ୍ଲାଷ୍ଟିକ୍ ପାଣି ବୋତଲ ଝୁଲାଇ ରଖିଛନ୍ତି। ଏଥିରେ ସେ ଏକ ଛୋଟ କଣା କରିଛନ୍ତି। ଏହି କଣା ମାଧ୍ୟମରେ, ପାଣି ବୁନ୍ଦା ଧୀରେ ଧୀରେ ଫ୍ୟାନ୍ ବ୍ଲେଡ୍ ଉପରେ ପଡୁଛି ଏବଂ ଫ୍ୟାନ୍ ବୁଲିବା ଦ୍ୱାରା ରୁମ୍ ସାରା ପାଣି ସ୍ସ୍ରେ ହେଉଛି।
ତେବେ ଏହି ଆଇଡିଆଟି ବହୁତ ଉପଯୋଗୀ ମନେ ହେଉଛି। କିନ୍ତୁ ଏହି ଜୁଗାଡ ବିପଦପୂର୍ଣ୍ଣ ମଧ୍ୟ ହୋଇପାରେ। କାରଣ ପାଣି ବୋତଲକୁ ବିଶ୍ୱାସ କରାଯାଇପାରିବ ନାହିଁ; ଏହା ଯେକୌଣସି ସମୟରେ ପଡ଼ିଯାଇପାରେ।
ଯଦି ପାଣି ବୋତଲଟି ଭୁଲରେ ବି ପଡ଼ିଯାଏ, ତେବେ ଏହା କ୍ଷତି କରିପାରେ। ଏହା ଛଡା ଯଦି ବି ବୋତଲରୁ ପାଣି ଢାଳିଯାଏ, ତେବେ ଫ୍ୟାନର ତାର ସର୍ଟ ସର୍କିଟ୍ ହେବାର ଆଶଙ୍କା ଅଛି। ଏପରି ପରିସ୍ଥିତିରେ, ଏହି ଭାଇରାଲ୍ ଜୁଗାଡ୍ ସମସ୍ୟା ସୃଷ୍ଟି କରିପାରେ। ତେଣୁ ଆପଣ କେବେ ବି ଏହି ଜୁଗାଡ୍ କରିବାକୁ ଚେଷ୍ଟା ନ କଲେ ଭଲ।
ପ୍ରାୟ ୧୦ ସେକେଣ୍ଡର ଏହି କ୍ଲିପ୍ ଇଣ୍ଟରନେଟରେ ବହୁତ ପ୍ରତିକ୍ରିୟା ପାଉଛି। ଏହି ରିଲ୍ଟିକୁ Instagramରେ @reelbuddy9 ଆକାଉଣ୍ଟରୁ ଶେୟାର କରାଯାଇଛି। ଖବର ଲେଖା ହେବା ବେଳକୁ ଭିଡିଓଟି ୧୨ ଲକ୍ଷରୁ ଅଧିକ ଭିୟୁ ପାଇସାରିଥିଲା। ଏହା ସହ ୩୪ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍ କରିଥିଲେ।
ଭିଡିଓଟି ଉପରେ ଲୋକମାନେ ବହୁତ ମତାମତ ଦେଉଛନ୍ତି। ଜଣେ ଲେଖିଛନ୍ତି - ଭାରତରେ ସବୁକିଛି ସମ୍ଭବ। ଆଉ ଜଣେ ଲେଖିଛନ୍ତି - ଆମେ ଏହି କାରିଗରଙ୍କୁ ୫ ଲକ୍ଷ ନୁହେଁ, ୫୦ ଲକ୍ଷ ଦେବୁ।
ଆଉ ଜଣେ ଲେଖିଛନ୍ତି - ଏହା ହେଉଛି ChatGPTର ଆଇଡିଆ। ଅନ୍ୟ ଜଣେ ଲେଖିଛନ୍ତି - ଭାରତ ବିଗିନର୍ମାନଙ୍କ ପାଇଁ ନୁହେଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)