Advertisment

Viral Video: ବଡି ବିଲ୍‌ଡର ସାଜିଲେ କନିଆଁ; ବାଇସେପ୍ ଦେଖାଇ ଲୋକଙ୍କୁ କଲେ ତାଜୁବ୍

କନିଆଁ ସାଜିଛନ୍ତି କର୍ଣ୍ଣାଟକର ଜଣେ ବଡି ବିଲ୍‌ଡର। ସେ ଉଭୟ ପରମ୍ପରା ଏବଂ ଶକ୍ତିକୁ ନିଜର କରି ଏକ ସୁନ୍ଦର ହଳଦିଆ ଏବଂ ନୀଳ ରଙ୍ଗର କାଞ୍ଜୀବମ ଶାଢି ପିନ୍ଧି ନିଜ ଫିଟ୍ ଶରୀରକୁ ଶୋ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Bodybuilder bride wedding look video goes viral

Bodybuilder bride wedding look video goes viral

କର୍ଣ୍ଣାଟକର ଜଣେ ବଡି ବିଲ୍‌ଡର ତଥା ଫିଟ୍‌ନେସ୍‌ ପ୍ରଶିକ୍ଷକ ଇନଷ୍ଟାଗ୍ରାମରେ ତାଙ୍କ ବିବାହ ଲୁକ୍‌ର ଭିଡିଓ ଶେୟାର କରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉଭୟ ପରମ୍ପରା ଏବଂ ଶକ୍ତିକୁ ନିଜର କରି ଚିତ୍ରା ପୁରୁଷୋତ୍ତମ ଏକ ସୁନ୍ଦର ହଳଦିଆ ଏବଂ ନୀଳ ରଙ୍ଗର କାଞ୍ଜୀବମ ଶାଢି ପିନ୍ଧି ନିଜ ଫିଟ୍ ଶରୀରକୁ ଶୋ କରିଛନ୍ତି।

Advertisment


 
 
 
 
 
 
 
 
 
 
 
 
 
 

A post shared by Nagaraj gowda g (@nagaraj_gowda1995)

ସେ ନିଜ ଶାଢି ସହିତ ବ୍ଲାଉଜ ପିନ୍ଧି ନାହାନ୍ତି ଏବଂ ଅଣ୍ଟା ବିଛା, ମଥାମଣୀ, କାନଫୁଲ ଏବଂ ଚୁଡି ସହିତ ପାରମ୍ପରିକ ସୁନା ଅଳଙ୍କାରରେ ନିଜର ବ୍ରାଇଡାଲ୍ ଲୁକ୍ ସମାପ୍ତ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଶାଳୀନତାର ସୀମା ପାର୍ କଲେ ଶର୍ଲିନ୍ ଚୋପ୍ରା; ସମସ୍ତଙ୍କ ସାମ୍ନାରେ ପାପାରାଜୀଙ୍କୁ କିସ୍

ଏଠାରେ ମେକଅପ୍ କଥା କହିଲେ ଚିତ୍ରା ପୁରୁଷୋତ୍ତମ କେବଳ ନିଜ ଆଇ ଲାଇନ୍ ଓ ଲାଲ୍ ଲିପଷ୍ଟିକ୍‌କୁ ଅଧିକ ଗୁରୁତ୍ୱ ଦେଇଛନ୍ତି ଏବଂ ମଲ୍ଲି ଫୁଲରେ ତାଙ୍କ ଚୁଟିକୁ ସଜାଇଛନ୍ତି।

ଚିତ୍ରା ତାଙ୍କ ପୋଷ୍ଟ୍‌ର କ୍ୟାପ୍‌ସନ୍‌ରେ କହିଛନ୍ତି ଯେ, “ମାନସିକତା ହିଁ ସବୁକିଛି।” ଏହି ଭାଇରାଲ୍ ଭିଡିଓରେ ସେ ତାଙ୍କ ବାଇସେପ୍ ଦେଖାଉଛନ୍ତି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୭ ମିଲିୟନରୁ ଅଧିକ ଭିୟୁ ମିଳିସାରିଥିଲା।

ଇନଷ୍ଟାଗ୍ରାମରେ ୧୩୮k ଫଲୋର୍ସ ଥିବା ଚିତ୍ରା ପୁରୁଷୋତ୍ତମ ଅନେକ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ଏବଂ ମିସ୍ ଇଣ୍ଡିଆ ଫିଟ୍‌ନେସ୍, ୱେଲ୍‌ନେସ୍, ମିସ୍ ସାଉଥ୍ ଇଣ୍ଡିଆ ଏବଂ ମିସ୍ କର୍ଣ୍ଣାଟକ ଭଳି ଅନେକ ଟାଇଟଲ୍ ଜିତିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚିତ୍ରା ପୁରୁଷୋତ୍ତମ ତାଙ୍କ ଦୀର୍ଘ ଦିନର ପ୍ରେମିକ କିରଣ ରାଜଙ୍କୁ ବିବାହ କରିଛନ୍ତି।

ଅଧିକ ପଢ଼ନ୍ତୁ: ମହଙ୍ଗା ପଡିଲା ବୋଲ୍ଡ ଲୁକ୍‌ରେ ଫ୍ୟାସନ ପୋଜ; କଚଡା ଖାଇଲେ କଙ୍ଗନା

Viral Video Ajab Gajab
Advertisment
Advertisment