Advertisment

Viral Video: ଭାବପ୍ରବଣ କରୁଛି ବାପା ପ୍ରତି କୁନି ଝିଅର ଭଲ ପାଇବା

ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କ ହୃଦୟ ଜିତିଛି। ଏହି ଭିଡିଓରେ ବାପା ପ୍ରତି କୁନି ଝିଅର ଭଲପାଇବା ଦେଖିବାକୁ ମିଳିଛି। ଦେଖନ୍ତୁ କୁନି ଝିଅ କିପରି ବାପାକୁ ଖାଇବାକୁ ଦେଉଛି।

author-image
Pramod Behera
ଅଦ୍ୟତନ ହୋଇଛି
Little Girl Feeds Father Fruits In Mumbai Local Train

Little girl feeds father fruits in Mumbai local train

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ନୂଆ ଭିଡିଓ ଦେଖାଯାଏ। କେତେକ ଏତେ ଭାବପ୍ରବଣ ହୋଇଥାଏ ଯେ ସେସବୁ ବାରମ୍ବାର ଦେଖିବାକୁ ଇଛା ହୁଏ। ଆଜିକାଲି ସୋସିଆଲ ମିଡିଆ ରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କ ହୃଦୟ ଜିତିଛି। ଏହି ଭିଡିଓରେ ବାପା ପ୍ରତି କୁନି ଝିଅର ଭଲପାଇବା ଦେଖିବାକୁ ମିଳିଛି।

Advertisment

ଭିଡିଓରେ ଦେଖାଯାଏ ଯେ ବାପା ଟ୍ରେନର କବାଟ ପାଖରେ ବସିଛନ୍ତି ଏବଂ ଜଣେ ନିରୀହ ଝିଅ ତାଙ୍କ ପାଖରେ ଠିଆ ହୋଇଛି। ପିଲାଟି ସ୍ନେହପୂର୍ଣ୍ଣ ଭାବରେ ତା’ ବାପାଙ୍କୁ କୁନି ହାତରେ ଖାଇବାକୁ ଦେଉଛି। ଟ୍ରେନ୍‌ରେ ଜଣେ ଯାତ୍ରୀ ତାଙ୍କ କ୍ୟାମେରାରେ ଏହି ହୃଦୟସ୍ପର୍ଶୀ ଦୃଶ୍ୟ କଏଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଭାବପ୍ରବଣ ହୋଇପଡିଛନ୍ତି।

ଏହି ଭାଇରାଲ୍ ଭିଡିଓ ରେ ବାପ-ଝିଅର ଶୁଦ୍ଧ ପ୍ରେମର କଥା କହୁଛି। ଏହି ଭିଡିଓ ଇନଷ୍ଟାଗ୍ରାମ ରେ @sankisakshi ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓର କ୍ୟାପ୍‌ସନ୍‌ରେ ଲେଖା ହୋଇଛି, ଏପରି ମୁହୂର୍ତ୍ତ ପାଇଁ ବଞ୍ଚିବାକୁ ଚାହୁଁଛ!

Advertisment

ଅଧିକ ପଢ଼ନ୍ତୁ: ରାସ୍ତା କଡରେ ପିଜୁଳି ବିକୁଥିଲେ ବୁଢୀ ମାଉସୀ; ପୋଲିସ୍ କଲେ ଏମିତି

ହଜାର ହଜାର ଲୋକ ଏହାକୁ ପସନ୍ଦ କରୁଥିବା ବେଳେ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଏହି ଭିଡିଓ ଦେଖିଛନ୍ତି। କୁହାଯାଇଛି ଯେ ଏହି ଭିଡିଓଟି ମୁମ୍ବାଇର ଏକ ଲୋକାଲ୍ ଟ୍ରେନ୍‌ରେ ରେକର୍ଡ କରାଯାଇଛି।

ବାପା-ଝିଅର ଏହି ପବିତ୍ର ପ୍ରେମ ଦେଖି ଲୋକେ ନିଜ ନିଜ ମତାମତ ଦେଉଛନ୍ତି। କିଛି ଉପଭୋକ୍ତା ଏହାକୁ ସୋସିଆଲ ମିଡିଆରେ ସବୁଠାରୁ ସୁନ୍ଦର ଭିଡିଓ ବୋଲି କହୁଛନ୍ତି। ଜଣେ ଲେଖିଛନ୍ତି ‘ବାପା ଓ ଝିଅ ମଧ୍ୟରେ ଅଦ୍ଭୁତ ପ୍ରେମ।‘

Instagram Viral Video Social Media
Advertisment
Advertisment