/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682007251.jpg)
Lions Break Out Of Circus Enclosure In China
ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଅନେକ କିଛି ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥାଏ । ଜୀବନ-ମରଣକୁ ନେଇ କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ଯାହାକୁ ଦର୍ଶକମାନେ ଦେଖିବାମାତ୍ରେ ନିଜର ପ୍ରତିକ୍ରିୟା କମେଣ୍ଟ ବକ୍ସ ମାଧ୍ୟମରେ ରଖିଥାନ୍ତି ।
ଆଉ କିଛି ଭିଡିଓ ଦର୍ଶକମାନଙ୍କୁ ଚକିତ କରିଥାଏ । ବର୍ତ୍ତମାନ ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓଟିକୁ ଦେଖିବା ମାତ୍ରେ କିଛି ଦର୍ଶ ନିଜର ମତାମତ ରଖିଛନ୍ତି । ଭିଡିଓଟିରେ ୨ଟି ସିଂହକୁ ନେଇ ସର୍କସ ମାଷ୍ଟର ଏକ ଏନକ୍ଲୋଜରରେ ସର୍କସ ଦେଖାଉଛନ୍ତି । ପରେ ପରେ ଏନକ୍ଲୋଜରର କବାଟ ଖୋଲାଥିବାରୁ ସିଂହମାନେ ବାହାରକୁ ଚାଲିଆସୁଛନ୍ତି ।
ସିଂହମାନଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ଦର୍ଶମାନେ ଦୌଡି ବାହାରକୁ ଚାଲିଯିବାକୁ ଚେଷ୍ଟା କରୁଛନ୍ତି । କିଛି ଦର୍ଶକ ନିଜ ପିଲାମାନଙ୍କୁ ଜାବୁଡ଼ି ଧରି ବାହାରିଯିବାକୁ ଉଦ୍ୟମ କରୁଥିବାବେଳେ ଚତ୍କାର ମଧ୍ୟ ଶୁଣିବାକୁ ମିଳୁଛି । ଘଟଣାଟି ଚୀନର ହେନନରେ ହୋଇଥିବା ଜଣାପଡ଼ିଛି ।
ସମ୍ପୂର୍ଣ୍ଣ ଘଟଣାକୁ ନେଇ ଜଣେ ଦର୍ଶକ ନିଜର ମତାମତ ରଖିଛନ୍ତି । ସେ କହିଛନ୍ତି, ଏନକ୍ଲୋଜରର କବାଟ ଠିକ୍ ଭାବେ ବନ୍ଦ କରାଯାଇନଥିଲା । ଫଳରେ ସିଂହମାନେ ବାହାରକୁ ଚାଲିଆସିଥିଲେ । ସିଂହମାନଙ୍କୁ ଦେଖି ଦର୍ଶକମାନେ ଭୟରେ ଚାଲିଯାଇଥିଲେ । ପରେ ସିଂହମାନଙ୍କୁ ଧରାଯିବା ସହ ଏନକ୍ଲୋଜର ଭିତରକୁ ଅଣାଯାଇଥିଲା । ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ।
Luoyang, Henan, China
Everything went wrong!
It is clear that these animals do not want to do these silly tricks. Leave the animals alone and let them live their lives in peace.
I think these lions look skinny. How are they punished now? Beating and starving?#animalcrueltypic.twitter.com/ypkV4HNx7c
— We Are Not Food (@WeAreNotFood) April 16, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)