Advertisment

ଲୁଚିଛପି ପ୍ରେମ କରୁଥିଲା ସ୍ୱାମୀ, ବିଚ୍‌ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ପିଟିଲା ସ୍ତ୍ରୀ...ଭିଡିଓ ଭାଇରାଲ୍‌

ରାସ୍ତା ମଝିରେ ମହିଳା ଜଣକ ଜଣେ ବ୍ୟକ୍ତିଙ୍କ ଶାର୍ଟ ଧରି ତାଙ୍କୁ ଟଣାଓଟରା କରିବା ସହ ବ୍ୟକ୍ତିଙ୍କ ଗାଲକୁ ଚାପୁଡ଼ା ଉପରେ ଚାପୁଡ଼ା ମାରିଛନ୍ତି। ମହିଳା ଜଣକ ସ୍ୱାମୀଙ୍କ ପରକୀୟା ପ୍ରୀତି ସମ୍ପର୍କରେ ଜାଣିବା ପରେ ଏଭଳି କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lady Drags Husband On Streets Over Extramarital Affair

Lady drags husband on streets over extramarital affair

ବିଶ୍ୱାସ ଓ ଭଲ ପାଇବା ଉପରେ ସବୁ ସମ୍ପର୍କ ନିର୍ଭର କରେ। ଥରଟିଏ ବିଶ୍ୱାସ ଭାଙ୍ଗିଗଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ବିଶ୍ୱାସ ବିନା କୌଣସି ସମ୍ପର୍କ ବେଶୀ ଦିନ ତିଷ୍ଠି ପାରେ ନାହିଁ। ତେଣୁ ନିଃସନ୍ଦେହରେ କୁହାଯାଇପାରିବ ଯେ, ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ବିଶ୍ୱାସ ଅତ୍ୟନ୍ତ ଜରୁରୀ। ହେଲେ କିଛି ଲୋକ ଅଛନ୍ତି ଲାଇଫ୍‌ ପାର୍ଟନରଙ୍କ ବିଶ୍ୱାସ ଭାଙ୍ଗି ତାଙ୍କୁ ଧୋକା ଦେଇ ଲୁଚିଛପି ଅନ୍ୟ ଯୁବକ/ଯୁବତୀଙ୍କୁ ପ୍ରେମ କରିଥାନ୍ତି। ହେଲେ ଯେତେବେଳେ ଏହା ଜଣାପଡ଼େ ପରିସ୍ଥିତି ଭୟଙ୍କର ହୋଇଥାଏ। ଏଭଳି ଏକ ଘଟଣା ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହେଉଛି। ଯେଉଁଠି ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପରକୀୟା ପ୍ରୀତି ସମ୍ପର୍କରେ ଜାଣିବା ପରେ ରାଗରେ ବିଚ୍‌ ରାସ୍ତାରେ ସ୍ୱାମୀଙ୍କୁ ପିଟିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଉତୁରିଗଲା ପ୍ରେମ ନିଶା: ବିଚ୍‌ ରାସ୍ତାରେ ମହିଳାଙ୍କୁ ପ୍ରପୋଜ କରି ଚପଲ ମାଡ଼ ଖାଇଲେ କଲେଜ ଯୁବକ

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ରାସ୍ତା ମଝିରେ ମହିଳା ଜଣକ ଜଣେ ବ୍ୟକ୍ତିଙ୍କ ଶାର୍ଟ ଧରି ତାଙ୍କୁ ଟଣାଓଟରା କରୁଛନ୍ତି। ବିବାହ ପରେ ସେ କିଭଳି ସଂଘର୍ଷ କରିଛନ୍ତି ସମ୍ପୃକ୍ତ ମହିଳା ଏହା କହିବା ସହ ବ୍ୟକ୍ତିଙ୍କ ଗାଲକୁ ଚାପୁଡ଼ା ଉପରେ ଚାପୁଡ଼ା ମାରୁଛନ୍ତି। ଏହି ସମୟରେ ମହିଳା ଜଣକ କହୁଛନ୍ତି, ‘ଦ୍ୱିତୀୟ ବିବାହ କରିବ, ତୁମେ ଦ୍ୱିତୀୟ ବିବାହ କରିବ ?’।  ଏହାପରେ ବିଚ୍‌ ରାସ୍ତାରେ ଶାର୍ଟ ଧରି ଘୋଷାଡ଼ି ଘୋଷାଡ଼ି ଉକ୍ତ ମହିଳା ମାଡ଼ ମାରୁଥିବା ନଜର ଆସିଛି।

Advertisment

ଭାଇରାଲ୍ ଭିଡିଓଟି Arhant Shelby ପକ୍ଷରୁ ଟ୍ୱିଟର ରେ ଶେୟାର ହୋଇଛି। ଯାହାକି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଅଧିକାଂଶ ଲୋକ ମହିଳାଙ୍କ ଏଭଳି କାମ ପାଇଁ ପ୍ରଶଂସା କରିଛନ୍ତି। କାରଣ ନିଜର ହକ୍‌ ପାଇଁ ମହିଳା ଜଣକ ଯେଭଳି ଭାବେ ସଂଘର୍ଷ କରୁଥିଲେ ଲୋକମାନେ ଏନେଇ ମହିଳାଙ୍କୁ ପ୍ରଶଂସା କରିଛନ୍ତି।

Viral Video
Advertisment
Advertisment