• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବରଯାତ୍ରୀରେ ଗୀତ ଗାଇଲେ ବର, ବରଯାତ୍ରୀ ଧୁମ୍‌ ନାଚିଲେ । କଥାଟି ଶୁଣିବା ପରେ ଟିକେ ଅଡ଼ୁଆ ଲାଗୁଥିବ । ଆପଣମାନେ ସମସ୍ତେ ଦେଖିଥିବେ ବରଯାତ୍ରୀଙ୍କ ପାଇଁ  ଡିଜେରେ ଗୀତ ବାଜେ ନଚେତ୍‌ ବ୍ୟାଣ୍ତ ପାର୍ଟିର ଗାୟକ ଗୀତ ଗାଆନ୍ତି । ସମସ୍ତେ ଦେଖିଥିବେ ବରଯାତ୍ରୀଙ୍କ ପଛରେ ବର ଗାଡ଼ି ଥାଏ । ଗାଡ଼ି ହେଉ ବା ପାଲିଙ୍କି, ବର ସବୁବେଳେ ବରଯାତ୍ରୀଙ୍କ ନାଚ ଦେଖି ଖୁସି ହୁଏ । କିନ୍ତୁ ଏଠି ଖୋଦ୍‌ ବର ବରଯାତ୍ରୀଙ୍କ ପାଇଁ ଗୀତ ଗାଇ ଖୁସି ହେଉଛନ୍ତି । ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ଭିଡିଓ । 

ଅଧିକ ପଢ଼ନ୍ତୁ: ଘୋଡାରେ ଚଢି ଆସିଲା କନ୍ୟା; ଯାତ୍ରୀ ମଧ୍ୟ ଆସିଥିଲେ

ବାଣ, ବାଜା ରୋଶଣୀର ତାଳେ ତାଳେ ଫୁଲ୍‌ ଜୋସ୍‌ରେ ନାଚୁଛନ୍ତି ବରଯାତ୍ରୀ । ନାଚଗୀତରେ ମସଗୁଲ୍‌ ବରଘର ଲୋକେ । କାହିଁକି ନା ଗୀତ ବାଜୁଛି 'ତେରି ଚୁନରିଆ' । ଆଉ ଗୀତକୁ ବେଶ୍‌ ଆନନ୍ଦରେ ଗାଉଛନ୍ତି ବର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ମଜାଦାର ଭିଡିଓ । ଫିଲ୍ମ 'ହେଲୋ ବ୍ରଦର୍‌'ର ସୁପରହିଟ୍‌ ଗୀତ 'ତେରି ଚୁନରିଆ'କୁ ବର ଏତେ ସୁନ୍ଦର ଭାବେ ଗାଉଛନ୍ତି ଯେ, ବରଯାତ୍ରୀ ରାସ୍ତାରେ ଧୁମ୍‌ ମଚାଉଛନ୍ତି । ବରଯାତ୍ରୀରେ ଯାଇଥିବା ଜଣେ ଅତିଥି ଏହି ଭିଡିଓକୁ ରେକର୍ଡ କରିଛନ୍ତି, ଯାହା ଏବେ ବେଶ୍‌ ଭାଇରାଲ ହେଉଛି ।

କଲୟୁଗ୍‌ ହୁନ୍‌ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଏହି  ଭାଇରାଲ ଭିଡିଓକୁ ସେୟାର କରାଯାଇଛି । ଏହି ଭିଡିଓକୁ ବର୍ତ୍ତମାନ ଯାଏଁ 2.2 ମିଲିୟନ ଲୋକ ଦେଖିସାରିଲେଣି ଏବଂ 1 ଲକ୍ଷ 42 ହଜାର ଲାଇକ୍‌ ମଧ୍ୟ ମିଳିଛି । ବରଯାତ୍ରୀ ଯାଉଥିବା ତାଙ୍କ ସମ୍ପର୍କୀୟ ହସି ହସି ତାଙ୍କୁ ଠଟ୍ଟା କରୁଥିବାର ଦେଖିବାକୁ ମିଳିଛି । କେତେକ ଲୋକ ଏହି ଭିଡିଓରେ କମେଣ୍ଟ କରିଛନ୍ତି ଯେ, ବର ପଇସା ବଞ୍ଚାଇବା ପାଇଁ ନିଜେ ଗୀତ ଗାଉଛନ୍ତି । ଆଉ କିଏ ଲେଖିଛନ୍ତି ଯେ, ବାହାଘର ଦିନ ବି ବର ନିଜ ବ୍ୟବସାୟ ଛାଡ଼ୁନି ।