• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାହାଘର...ଜୀବନରେ ଥରେ ମାତ୍ର ହୁଏ । ତେଣୁ ଏହାକୁ ସ୍ମରଣୀୟ କରିବା ଲାଗି ସମସ୍ତେ ଚାତକ ପରି ଅନାଇ ରୁହନ୍ତି । କେମିତି ନିଜ ବାହାଘରକୁ ଆକର୍ଷଣୀୟ କରାଯିବ, ସେନେଇ ଅନେକ ପ୍ରକାର ଆୟୋଜନ ବି କରାଯାଏ । ବାହାଘରକୁ ସ୍ମରଣୀୟ କରିବା ଲାଗି ଏଇ ବର କିଛି ଏମିତି ହରକତ କରିଛନ୍ତି ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ।

 

ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି କି, କନିଆଁକୁ ଖୁସି କରିବାକୁ ଯାଇ ବର ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ସିଏ ପୁଣି ଟ୍ରେଣ୍ଡିଂ ଗୀତରେ । ଏହି ଭାଇରାଲ ଭିଡ଼ିଓ କୁ ଟ୍ୱିଟର ରେ ଅଦିତି ନାମକ ଜଣେ ୟୁଜର୍ସ ସେୟାର କରିଛନ୍ତି । ଟ୍ୱିଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, କନିଆଁ ପ୍ରବେଶ କରିବା ମାତ୍ରେ ବରପାତ୍ର ଜଣକ ତାଙ୍କୁ ଗୋଲାପ ଫୁଲ ଦେଉଛନ୍ତି । ଖାଲି ଫୁଲ ଦେଉଛନ୍ତି ତାହା ନୁହେଁ ବରଂ ତୁ ମେରୀ ଜାନ ଗୀତରେ ନାଚିବା ଆରମ୍ଭ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ୱେଡିଂ ଭେନ୍ୟୁରେ ଧମାକା, ଛାନିଆ ହୋଇଗଲା ବର..

ବାହାଘରରେ ହଠାତ୍‌ ବର ନାଚିବା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ ଉଭୟେ କନିଆଁ ଓ ବର ପକ୍ଷ । ଏମିତିକି ତାଙ୍କ ନାଚକୁ ଚାହିଁରହିଥିଲେ ବରପକ୍ଷ ଲୋକେ । ହେଲେ କାହାକୁ ଖାତିର ନକରି ନାଚିବାରେ ମଜିଯାଇଛନ୍ତି ବର । ହେଲେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ବରକୁ ଟ୍ରୋଲ କରିବାରେ ଲାଗିଛନ୍ତି ୟୁଜର୍ସ । ଖାଲି ଟ୍ରୋଲ କରିଛନ୍ତି ତାହା ନୁହେଁ ବରଂ ବିଭିନ୍ନ ପ୍ରକାର କମେଣ୍ଟ ବି ଦେଉଛନ୍ତି।