Advertisment

True love story: ଆଜି ବି ବଞ୍ଚିଛି ପ୍ରକୃତ ପ୍ରେମ; ବିବାହ ପୂର୍ବରୁ ଭାଙ୍ଗିଗଲା ଗୋଡ଼; ସ୍ୱାମୀ କିନ୍ତୁ ଛାଡ଼ିଲେନି ହାତ

ସଚ୍ଚା ପ୍ରେମ କେବଳ ଚଳଚ୍ଚିତ୍ର କିମ୍ବା ଟିଭିରେ ଦେଖିବାକୁ ମିଳେ ନାହିଁ, ଏହା ବାସ୍ତବ ଜୀବନରେ ମଧ୍ୟ ଦେଖାଯାଏ। ଏକ ଯୋଡ଼ି ଏହାକୁ ବାସ୍ତବତାରେ କରି ଦେଖେଇଛନ୍ତି। ଭାଇରାଲ୍ ହେଉଛି ଏହି ଭିଡିଓ। ଆପଣ ଦେଖିଲେ ବି ଭାବପ୍ରବଣ ହୋଇଯିବେ।

author-image
Pramod Behera
ଅଦ୍ୟତନ ହୋଇଛି
Girls leg got fractured in an accident but groom supported her

Girls leg got fractured in an accident but groom supported her

କିଛି ବର୍ଷ ପୂର୍ବେ 'ବିବାହ' ନାମକ ଏକ ଫିଲ୍ମ ଆସିଥିଲା। ଏଥିରେ ସହିଦ କପୁର ଏବଂ ଅମୃତା ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ହୃଦୟକୁ ଛୁଇଁଥିଲା। ଏହାର କାରଣ ଥିଲା, ଏହି ଚଳଚ୍ଚିତ୍ରରେ ଶାହିଦ କପୁରଙ୍କ ତାଙ୍କ ଭାବି ପତ୍ନୀଙ୍କ ପ୍ରତି ସମର୍ପଣଭାବ।

Advertisment

ଏହି ଚଳଚ୍ଚିତ୍ରରେ ଘରେ ନିଆଁ ଲାଗିଯିବାରୁ ହିରୋଇନ୍ ଅମୃତା ରାଓ ଜଳିଯାଇଥିଲେ। ବିବାହ ଭାଙ୍ଗିବାର ସମ୍ଭାବନା ଥିଲା। କିନ୍ତୁ ହିରୋ ତାହା କରି ନଥିଲେ ଏବଂ ସେ ଯେଉଁଭଳି ଭାବେ ବିବାହ କରିଥିଲେ ଏବଂ ସମସ୍ତ ରୀତିନୀତି ପାଳନ କରିଥିଲେ ତାହା ସମସ୍ତଙ୍କ ହୃଦୟକୁ ଜିତିଯାଇଥିଲା।

ଅଧିକ ପଢ଼ନ୍ତୁ: ୬୦ ବର୍ଷ ପରେ ପ୍ରେମକୁ ମିଳିଲା ସ୍ୱୀକୃତି; ବୟସର ଅପରାହ୍ନରେ ହେଲା ବିବାହ

Advertisment

ତେବେ ଏହିପରି ସଚ୍ଚା ପ୍ରେମ କେବଳ ଚଳଚ୍ଚିତ୍ର କିମ୍ବା ଟିଭିରେ ଦେଖିବାକୁ ମିଳେ ନାହିଁ, ଏହା ବାସ୍ତବ ଜୀବନରେ ମଧ୍ୟ ଦେଖାଯାଏ। ଏକ ଯୋଡି ଏହାକୁ ବାସ୍ତବତାରେ କରି ଦେଖେଇଛନ୍ତି।

ଏହା ଶତାକ୍ଷୀ ଏବଂ ପ୍ରତୀକଙ୍କର ଏକ ସୁନ୍ଦର ପ୍ରେମ କାହାଣୀ। ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ହୃଦୟସ୍ପର୍ଶୀ କାହାଣୀ ଭାଇରାଲ୍‌ ହେବାରେ ଲାଗିଛି। ବିବାହ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିଲା। ଏହାରି ଭିତରେ ହଠାତ୍ ଶତାକ୍ଷୀ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ଗୋଡ ଭାଙ୍ଗିଗଲା। ବିବାହକୁ ସ୍ଥଗିତ ରଖିବାକୁ ପଡିଲା। କିନ୍ତୁ ତା’ପରେ ପ୍ରତୀକ ଯାହା କରିଥିଲେ ତାହା ଖୁବ୍ ହୃଦୟସ୍ପର୍ଶୀ। ଏହି ଭାବପ୍ରବଣ ପ୍ରେମ କାହାଣୀ ଚଳଚ୍ଚିତ୍ର 'ବିବାହ'ର ସ୍ମୃତିକୁ ସତେଜ କରିଦେବ।

ଭାଇରାଲ୍ ଭିଡିଓରେ ଶତାକ୍ଷୀ ତାଙ୍କ ସ୍ୱାମୀ ପ୍ରତୀକଙ୍କ ଗୁଣ ଏବଂ ସମର୍ପଣକୁ ଉଲ୍ଲେଖ କରିଛନ୍ତି, ଯାହାକୁ ସେ ସାରା ଜୀବନ ଭୁଲିପାରିବେ ନାହିଁ। ବାସ୍ତବରେ ଶତାକ୍ଷୀ ଏବଂ ପ୍ରତୀକ ସେମାନଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ଥିଲେ। କିନ୍ତୁ ବିବାହର ପ୍ରାୟ ଏକ ମାସ ପୂର୍ବରୁ ଶତାକ୍ଷୀ ଏକ ବଡ ଦୁର୍ଘଟଣାର ଶିକାର ହୋଇଥିଲେ।

ଏହି ଦୁର୍ଘଟଣାରେ ତାଙ୍କ ଗୋଡ ଭାଙ୍ଗିଗଲା, ସେ ଆଉ ସେ ଚାଲିପାରିଲେ ନାହିଁ। ଫଳରେ ବିବାହକୁ ରୋକି ଦିଆଗଲା। କିନ୍ତୁ ଏହି କଷ୍ଟଦାୟକ ପରିସ୍ଥିତିରେ ମଧ୍ୟ ପ୍ରତୀକ ଭାବି ପତ୍ନୀଙ୍କ ହାତ ଛାଡି ନଥିଲେ। ସେ ଏହି ସମ୍ପର୍କକୁ ମଜବୁତ କରିବା ପାଇଁ ଏପରି ଏକ ଚିଠି ଲେଖିଥିଲେ, ​​ଯାହା ସମସ୍ତଙ୍କ ହୃଦୟକୁ ଜିତି ନେଇଥିଲା।

ଶେଷରେ ଏହି ବିବାହ ହେଲା। ବିବାହ ସମୟରେ ଶତାକ୍ଷୀ ଠିକ୍ ଭାବରେ ଚାଲିବାରେ ସକ୍ଷମ ହୋଇନଥିଲେ। ପ୍ରତୀକ ନିଜ ପତ୍ନୀଙ୍କୁ ବାହୁରେ ଧରି ସପ୍ତଘେରା ବୁଲିଥିଲେ। ଏହି ଦୃଶ୍ୟ ଏଭଳି ଥିଲା ଯେ ଏହା ଶାହିଦ କପୁରଙ୍କ ଫିଲ୍ମ 'ବିବାହ'ର ସେହି ଭାବପ୍ରବଣ ଦୃଶ୍ୟକୁ ମନେପକେଇ ଦିଏ।

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଯିଏ ବି ଦେଖୁଛି ସେ ଭାବପ୍ରବଣ ହେଉଛି। ଖାଲି ଭାବପ୍ରବଣ ନୁହେଁ ଏହି ଦମ୍ପତିଙ୍କ ମଙ୍ଗଳ ପାଇଁ ସମସ୍ତେ ପ୍ରାର୍ଥନା ମଧ୍ୟ କରୁଛନ୍ତି। ପ୍ରତୀକ ଶତାକ୍ଷୀଙ୍କୁ ଦେଇଥିବା ପ୍ରତ୍ୟେକ ପ୍ରତିଜ୍ଞା ପାଳନ କରି ପ୍ରେମର ଏକ ଉଦାହରଣ ଦେଇଛନ୍ତି।

ଲୋକମାନେ ଏହି ଦମ୍ପତିଙ୍କୁ ଆଶୀର୍ବାଦ ଦେବା ସହିତ ନିଜର ଭାବନା ପ୍ରକାଶ କରୁଛନ୍ତି। ଜଣେ ଲେଖିଛନ୍ତି – “ଏହି ବିବାହରେ ବାପାମାଆ କେତେ ଖୁସି ହୋଇଥିବେ! ଉଭୟଙ୍କୁ ଅଭିନନ୍ଦନ! ହସ ଖେଳର ସଂସାରରେ କାହାର ନଜର ନ ଲାଗୁ।”
ଅନ୍ୟ ଜଣେ ଲେଖିଛନ୍ତି- “କିଏ କହୁଛି ପ୍ରକୃତ ପ୍ରେମ ହୁଏ ନାହିଁ, ଏମାନକୁ ଦେଖନ୍ତୁ।” ଜଣେ ଲେଖିଛନ୍ତି- ତୁମେ ଦୁହେଁ ଆଜିର ପିଢି ପାଇଁ ପ୍ରେରଣା। ସର୍ବଦା ଏହିପରି ରୁହ, ପ୍ରତ୍ୟେକ ପରିସ୍ଥିତିରେ ପରସ୍ପରକୁ ସମର୍ଥନ କର। ମୁଁ ତୁମ ପାଇଁ ଗର୍ବିତ।”

ଦୁର୍ଘଟଣାରୁ ବିବାହ ସମାରୋହ ପର୍ଯ୍ୟନ୍ତ ଯାତ୍ରା ଗୋଟିଏ ଭିଡିଓରେ ଦେଖାଯାଇଛି। ଏହାକୁ ଅନେକ ଲୋକ ପସନ୍ଦ କରିଛନ୍ତି।

Viral Video Love Story
Advertisment
Advertisment