/odishatv-khabar/media/post_attachments/uploadimage/library/16_9/16_9_0/Engagement_1679576698.jpg)
Engagement
କଥାରେ ଅଛି ପ୍ରେମ ଆଗରେ ବୟସର କିଛି ମାନେନାହିଁ । ସୁନ୍ଦର ଚେହେରା, ଜାତି ଏବଂ କୌଣସି ବାଧାବିଘ୍ନ ତାକୁ ରଖିପାରେନି । ଶେଷରେ ପ୍ରେମର ଦୁଇ ପକ୍ଷୀ ଏକାଠି ହୋଇଯାଆନ୍ତି । କୁହାଯାଏ ଅଢ଼େଇ ଅକ୍ଷରର ପ୍ରେମ ଆଗରେ ସବୁକିଛି ହାର୍ ମାନିଯାଏ ।
ବର୍ତ୍ତମାନ ସେହିପରି ଏକ ଖବର ସାମ୍ନାକୁ ଆସିଛି । ୬୦ ବର୍ଷ ପରେ ଏକାଠି ହୋଇଛନ୍ତି ପ୍ରେମୀ ଯୁଗଳ । ବାପା-ମା’ଙ୍କ ଅନିଚ୍ଛା କାରଣରୁ ଉଭୟ ବିବାହ କରିନଥିଲେ । ଆଉ ଏବେ ପରିଣତ ବୟସରେ ନିଜର ପ୍ରେମର ସ୍ୱପ୍ନକୁ ସାକାର କରିଛନ୍ତି । ବିବାହ ବନ୍ଧନରେ ଆବଦ୍ଧ ହୋଇ ବନିଯାଉଛନ୍ତି ସ୍ୱାମୀ-ସ୍ତ୍ରୀ ।
ସୂଚନା ମୁତାବକ ଉଭୟ ୬୦ ବର୍ଷ ପୂର୍ବରୁ ପ୍ରେମରେ ପଡ଼ିଥିଲେ । ନବ ବିବାହିତ ଲେନ୍ ଅଲବ୍ରାଇଟ୍ସଙ୍କ ବର୍ତ୍ତମାନ ବୟସ ହେଉଛି ୭୯ ବର୍ଷ ଆଉ ତାଙ୍କ ପତ୍ନୀ ଜାନେଟ୍ ଷ୍ଟିରଙ୍କ ବୟସ ହେଉଛି ୭୮ ବର୍ଷ । ୧୯୬୩ ମସିହାରେ ଉଭୟ ପଠପଢ଼ିବା ସମୟରେ ସେମାନଙ୍କର ପ୍ରେମ ଆରମ୍ଭ ହୋଇଥିଲା ।
ସେତେବେଳେ ଲେନ୍ଙ୍କ ବୟସ ୧୯ ବର୍ଷ ହୋଇଥିବାବେଳେ ଜାନେଟଙ୍କ ବୟସ ୧୮ ବର୍ଷ ରହିଥିଲା । ଉଭୟ ନର୍ସିଂ ପାଠ ବଢ଼ିବା ସୟରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ହେଲେ ସେମାନଙ୍କ ସମ୍ପର୍କକୁ ଉଭୟ ପରିବାର ଲୋକଙ୍କ ସହମତି ମିଳିନଥିଲା । ତେଣୁ ଉଭୟଙ୍କୁ ଅଲଗା ହେବା ସହ ଅନ୍ୟତ୍ର ବିବାହ କରିବାକୁ ପଡ଼ିଥିଲା ।
ଖାଲି ସେତିକି ନୁହେଁ ଲେନ୍ଙ୍କ ୩ଟି ସନ୍ତାନ ରହିଥିବା ବେଳେ ଜାନେଟ୍ଙ୍କର ମଧ୍ୟ ୨ଟି ସନ୍ତାନ ରହିଥିବା ଜଣାପଡ଼ିଛି । ଏହାପରେ ମଧ୍ୟ ଉଭୟ ବର୍ତ୍ତମାନ ପ୍ରେମ ବନ୍ଧନରେ ଆବଦ୍ଧ ହୋଇ ପୁଣି ଥରେ ବିବାହ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)