Advertisment

ଦେଖି ନଥିବେ ଏମିତି ପ୍ରେମ ଚିଠି; ଦେଖିଲେ ହସି ହସି ଗଡ଼ିଯିବେ

ପ୍ରାୟ ସମସ୍ତେ ତ ପ୍ରେମ ଓ ଭଲ ପାଇବାର କଥାକୁ ଶୁଣିବାକୁ ଭଲ ପାଆନ୍ତି। କିନ୍ତୁ ଆଜିର ଦୁନିଆରେ, ଯେତେବେଳେ ଲୋକେ ସେମାନଙ୍କ ପ୍ରେମିକ ବା ପ୍ରେମିକାକୁ ପ୍ରେମର ଭାଷା କହୁଥିବାର ଦେଖାଯାଏ ତାହା ହସେଇବାକୁ ବାଧ୍ୟକରେ।

author-image
Pramod Behera
ଅଦ୍ୟତନ ହୋଇଛି
Girlfriends Viral Love Letter For Angry Boyfriend

ଦେଖି ନଥିବେ ଏମିତି ପ୍ରେମ ଚିଠି; ଦେଖିଲେ ହସି ହସି ଗଡିଯିବେ

ପ୍ରାୟ ସମସ୍ତେ ତ ପ୍ରେମ ଓ ଭଲ ପାଇବାର କଥାକୁ ଶୁଣିବାକୁ ଭଲ ପାଆନ୍ତି। କିନ୍ତୁ ଆଜିର ଦୁନିଆରେ, ଯେତେବେଳେ ଲୋକେ ସେମାନଙ୍କ ପ୍ରେମିକ ବା ପ୍ରେମିକାକୁ ପ୍ରେମର ଭାଷା କହୁଥିବାର ଦେଖାଯାଏ ତାହା ହସେଇବାକୁ ବାଧ୍ୟକରେ।

Advertisment

ବିଶେଷକରି ଇଣ୍ଟରନେଟର ସେଇ ମୁହୂର୍ତ୍ତର ପ୍ରେମ କାହାଣୀ ଆହୁରି ଆକର୍ଷଣୀୟ। ସମ୍ପ୍ରତି ଏପରି ଏକ ପ୍ରେମ ଚିଠି ଭାଇରାଲ୍‌ ହେବାରେ ଲାଗିଛି, ଯାହା ସୋସିଆଲ ମିଡିଆ ରେ ସମସ୍ତଙ୍କ ମନୋରଞ୍ଜନ କରୁଛି।

ଆପଣ ନିଶ୍ଚୟ ଦେଖିଥିବେ ବା ଶୁଣିଥିବେ ପ୍ରେମରେ ବୁଡିଥିବା ଲୋକେ ପ୍ରେମିକ ବା ପ୍ରେମିକାକୁ ଚନ୍ଦ୍ର, ସୂର୍ଯ୍ୟ, ମେଘ, ପ୍ରଜାପତି ଇତ୍ୟାଦି ସହିତ ତୁଳନା କରିବାର। କିନ୍ତୁ ଭାଇରାଲ୍ ହେଉଥିବା ଏହି ପ୍ରେମ ପତ୍ରରେ ପ୍ରେମିକର ମାନଭଞ୍ଜନ କରିବା ନେଇ ପ୍ରେମିକା ଯେଉଁଭଳି ଭାବେ ଚିଠି ଲେଖିଛନ୍ତି ତାହାକୁ ପଢିଲେ ଆପଣ ନିଶ୍ଚୟ ହସି ହସି ଗଡିଯିବେ।

Advertisment

ଅଧିକ ପଢ଼ନ୍ତୁ: ‘ମୁଁ ଜଣେ ଘରୋଇ ପ୍ରେମିକା; ପ୍ରେମିକର ଟଙ୍କାରେ ମସ୍ତି କରେ’

ଏହି ଚିଠିରେ ସେ ଜାନୁ, ମୁନ୍ନା, ରାଜା, ଟମାଟୋ, କବୁତର ଏବଂ ରସଗୁଲା ଭଳି କିଛି ଶବ୍ଦ ଲେଖି ନିଜ ପ୍ରେମିକଙ୍କୁ ସମ୍ବୋଧିତ କରୁଛନ୍ତି। ଏହି ପୁରା ଚିଠି ପଢିବା ପରେ ଆପଣ ଭାବିବା ଆରମ୍ଭ କରିବେ ଯେ ପ୍ରେମିକା ଜଣଙ୍କ କ’ଣ କହିବାକୁ ଚାହାଁନ୍ତି?

ଏହି ଚିଠିରେ ସେ ନିଜ ପ୍ରେମିକକୁ ଏପରି ଭାବରେ ମନଉଛନ୍ତି ଯେ ହୁଏତ ଏହା ପାଠକଙ୍କୁ ସେପରି ପ୍ରଭାବିତ କରି ନପାରେ, କିନ୍ତୁ ଯେକେହି ବି ନିଜ ହସକୁ ରୋକିପାରିବ ନାହିଁ। ଏହି ପ୍ରେମ ଚିଠି ଏବେ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।

ଚିଠିରେ ସେ ଜାନୁ, ମୁନ୍ନା, ରାଜା, ଟମାଟୋ, କବୁତର ଏବଂ ରସଗୁଲା ଭଳି ଶବ୍ଦ ବ୍ୟବହାର କରି ତାଙ୍କ ପ୍ରେମିକଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି ଆଉ କହୁଛନ୍ତି ‘ସରୀ ଯଦି ମୁଁ କିଛି ଭୁଲ ଲେଖିଛି’। ପୁରା ଚିଠି ସାରା ସେ ଏମିତି ଶବ୍ଦ ବ୍ୟବହାର କରିଥିବା ଦେଖାଯାଏ।

ଏହି ଚିଠିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ରେ theadulthumour ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭାଇରାଲ ଚିଠିକୁ ଅନେକ ଲୋକ ଦେଖୁଛନ୍ତି ଏବଂ ଶେୟାର ମଧ୍ୟ କରୁଛନ୍ତି। ଖବର ଲେଖା ହେବା ବେଳକୁ ଏହି ଚିଠିକୁ ୧୫ ହଜାରରୁ ଅଧିକ ଲୋକ ପସନ୍ଦ କରିସାରିଥିଲେ। ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

Social Media Viral Story
Advertisment
Advertisment