Advertisment

‘ମୁଁ ଜଣେ ଘରୋଇ ପ୍ରେମିକା; ପ୍ରେମିକର ଟଙ୍କାରେ ମସ୍ତି କରେ’

ଆଜିକାଲି ଝିଅମାନେ ପାଠସାଠ ପଢି କିଛି କରିବାର ସ୍ୱପ୍ନ ଦେଖୁଛନ୍ତି। ସେମାନେ କାହା ଉପରେ ନିର୍ଭର ହେବାକୁ ଚାହୁ ନାହାନ୍ତି। କିନ୍ତୁ ଏଠି ଏମିତି ଜଣେ ଝିଅ ଅଛନ୍ତି ଯିଏ ପାଠ ପଢି ମଧ୍ୟ ପ୍ରେମିକ ଉପରେ ନିର୍ଭରଶୀଳ। ଚଳିବା ପାଇଁ ତାଙ୍କ ଘରେ ରହୁଛନ୍ତି….

author-image
Pramod Behera
ଅଦ୍ୟତନ ହୋଇଛି
Girl Stays At Home And Does Cooking And Cleaning For Boyfriend

Girl stays at home and does cooking and cleaning for boyfriend

ଆପଣମାନେ ନିଶ୍ଚିତ ଭାବରେ ଘରେ ରହୁଥିବା ମା’ ବା ସ୍ତ୍ରୀମାନଙ୍କ ବିଷୟରେ ଶୁଣିଥିବେ ଏବଂ ନିଶ୍ଚିତ ଭାବରେ ସେମାନଙ୍କୁ ମଧ୍ୟ ଦେଖିଥିବେ କାରଣ ସେମାନଙ୍କର ଘରେ ରହିବା ପିଲା ଓ ପାରିବାର ପାଇଁ ଆବଶ୍ୟକ ହୋଇଥାଏ। କିନ୍ତୁ ଆପଣ ଏମିତି କୌଣସି ଝିଅ ବିଷୟରେ କେବେ ବି ଶୁଣି ନଥିବେ ଯିଏ ତା’ର ସମସ୍ତ କାମ ଛାଡି ନିଜ ପ୍ରେମିକର ଯତ୍ନ ନେବା ପାଇଁ ଘରେ ରହିଥାଏ।

Advertisment

ଆମେରିକାର ରୋଜ ଡେଭିସ୍ ନାମକ ଝିଅ କୁହନ୍ତି ଯେ ସେ କେବଳ ଘରେ ରହି ନିଜ ପ୍ରେମିକର ଆବଶ୍ୟକତାର ଯତ୍ନ ନିଅନ୍ତି। ଏହାର ପ୍ରତିବଦଳରେ ତାଙ୍କ ପ୍ରେମିକ ତାଙ୍କୁ କିଛି ଅଭାବ କରିବାକୁ ଦିଅନ୍ତି ନାହିଁ।

ଝିଅମାନେ ଯେତେବେଳେ ନିଜେ ଜୀବନରେ କିଛି କରିବାକୁ ସ୍ୱପ୍ନ ଦେଖନ୍ତି, ସେଠି ରୋଜ ଡେଭିସ୍‌ଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଭିନ୍ନ। ରିପୋର୍ଟ ଅନୁଯାୟୀ, ରୋଜ ଦିନସାରା ରାସନ କିଣିବା, ସଫାସଫି କରିବା ଏବଂ ରାନ୍ଧିବାରେ ସମୟ ଦିଅନ୍ତି। ସେ ନିଜକୁ ଭାଗ୍ୟବାନ ମନେକରନ୍ତି ଯେ ତାଙ୍କ ଜୀବନ ବଞ୍ଚେଇବା ପାଇଁ ତାଙ୍କୁ କୌଣସି ଚାକିରି କରିବାକୁ ପଡିବ ନାହିଁ, ତାଙ୍କ ପ୍ରେମିକା ହ୍ୟାରି ତାଙ୍କ ପାଇଁ ସବୁ ବ୍ୟବସ୍ଥା କରନ୍ତି। ସେ କୁହନ୍ତି, “ମୁଁ ଜଣେ ଘରୋଇ ପ୍ରେମିକା। ମୁଁ ମୋ ପ୍ରେମିକର ଟଙ୍କାରେ ମଜା ମସ୍ତି କରେ।”

Advertisment

ଅଧିକ ପଢ଼ନ୍ତୁ: ରବର ମଣିଷ; ଶରୀରକୁ ଯେମିତି ଚାହାନ୍ତି ସେମିତି ମୋଡି ପକାନ୍ତି

ସେ ତାଙ୍କ ଟିକ୍‌ଟକ୍‌ ଆକାଉଣ୍ଟରେ ନିଜର ୩୦ ହଜାର ଅନୁସରଣକାରୀଙ୍କ ସହିତ ନିଜର ରୁଟିନ୍ ଶେୟାର୍ କରନ୍ତି ଏବଂ କୁହନ୍ତି ଯେ ସେ କିପରି ସକାଳୁ ଉଠନ୍ତି ଏବଂ ଘରର ସବୁ କାମକୁ ଆରାମରେ କରନ୍ତି।

୨୬ ବର୍ଷ ବୟସ୍କା ରୋଜ୍‌ଙ୍କ ଏହି ଜୀବନଶୈଳୀ ଦେଖିବା ପରେ କିଛି ଲୋକ ତ ପସନ୍ଦ କରିଛନ୍ତି, କିନ୍ତୁ ଅଧିକାଂଶ ଲୋକ ବୁଝିପାରି ନାହାନ୍ତି ଯେ ସେ କାହିଁକି କିଛି କରୁ ନାହାନ୍ତି? ଅନେକ ଲୋକ ମତ ଦେଇ ପଚାରିଛନ୍ତି ସେ କାହିଁକି କାମଧନ୍ଦା କରୁନାହାଁନ୍ତି? କିଛି ଲୋକ ତ କହିଛନ୍ତି ଯେ ରୋଜ କିଛି ଭଲ କାମ କରିପାରିବେ। ସେହିପରି ଆଉ କିଛି ଲୋକ କହିଛନ୍ତି ଯେ ପୁଅମାନେ ଯଦି ଏମିତି କରିବେ ତେବେ କେତେ ଖରାପ କଥା ହେବ।

ତେବେ କିଛି ଏମିତି ମଧ୍ୟ ଲୋକ ଅଛନ୍ତି ଯେଉଁମାନେ ତାଙ୍କର ଏଭଳି ଜୀବନକୁ ଖୁବ ପସନ୍ଦ କରିଛନ୍ତି ଏବଂ ସେମାନେ ନିଜେ ଏହିପରି ଜୀବନଯାପନ କରିବାକୁ ମଧ୍ୟ ଚିନ୍ତା କରୁଛନ୍ତି।

Ajab Gajab Ajab Gajab News
Advertisment
Advertisment