Advertisment

ରାସ୍ତା ମଝିରେ ଡ୍ୟାନ୍ସିଂ ଷ୍ଟାଇଲ ବାଇକ୍‌ ଷ୍ଟଣ୍ଟ କରୁଥିଲେ ‘ପାପା କି ପରୀ’, ଘଟିଲା ଏମିତି କିଛି...

ଡ୍ୟାନ୍ସିଂ ଷ୍ଟାଇଲରେ ଜଣେ ଯୁବତୀ ବିଚ୍‌ ରାସ୍ତାରେ ବାଇକ୍‌ ଚଲାଉଥିବା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bike Stunts Viral Video

Girl performs crazy bike stunts on busy road video

ଦିନ ଥିଲା ମହିଳାଙ୍କୁ ଘର ବାହାରକୁ ଯିବା ପାଇଁ ଅନୁମତି ମିଳୁ ନଥିଲା। ଘର ଭିତରେ ରହି ଘର କାମ କରିବା ସହ ପରିବାର ଲୋକଙ୍କ ଦେଖାଶୁଣା କରିବା ଏତିକିରେ ସୀମିତ ରହୁଥିଲେ।ହେଲେ ଏବେ ସମୟ ବଦଳିବା ସହ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳିଛି। ମହିଳାମାନେ ଆଉ ପୂର୍ବଭଳି ନିଜକୁ ଚାରି କାନ୍ଥ ଭିତରେ ଆବଦ୍ଧ କରି ରଖୁ ନାହାନ୍ତି। ବର୍ତ୍ତମାନ ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ସମକକ୍ଷ କରିପାରିଛନ୍ତି। ବୈଜ୍ଞାନିକ, ଇଞ୍ଜିନିୟର, ଡାକ୍ତର ହେବା ସହ ପରିବାର କଥା ମଧ୍ୟ ଭଲ ଭାବରେ ବୁଝୁଛନ୍ତି ଆଜିର ମହିଳା। ହେଲେ କିଛି ‘ପାପା କି ପରୀ’ଙ୍କ ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଡ୍ୟାନ୍ସିଂ ଷ୍ଟାଇଲରେ ଜଣେ ଯୁବତୀ ବିଚ୍‌ ରାସ୍ତାରେ ବାଇକ୍‌ ଚଲାଉଥିବା ଭିଡିଓ ଏବେ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହେଉଛି। ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। 

Advertisment

ଅଧିକ ପଢ଼ନ୍ତୁ: ଷ୍ଟଣ୍ଟ୍ ହେଲା କାଳ; ଏମିତି ଆସିଲା ବିପଦ

ଭାଇରାଲ୍‌ ଭିଡିଓ କୁ ଦେଖିଲେ ଆପଣ ମଧ୍ୟ ଭୟଭୀତ ହୋଇଯିବେ। କାରଣ ଯେଭଳି ଭାବେ ଯୁବତୀ ଜଣକ ନିଜ ଜୀବନକୁ ବିପଦ ମହୁଁକୁ ଠେଲି ବାଇକ୍‌ ଚଲାଉଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଛି। ଖାଲି ନିଜ ଜୀବନକୁ ବିପଦ ମୁହଁକୁ ଠେଲି ନୁହେଁ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ସେ ବିପଦରେ ପକାଇଛନ୍ତି। ଭିଡିଓଟି ଇନଷ୍ଟାଗ୍ରାମ ରେ ଜଣେ ୟୁଜର ଶେୟାର କରିଛନ୍ତି। ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ‘ପାପା କି ପରୀ’ ବ୍ୟସ୍ତବହୁଳ ରାସ୍ତାରେ ବେଖାତିର୍‌ ଭାବେ ଡ୍ୟାନ୍ସିଂ ଷ୍ଟାଇଲରେ ବାଇକ୍‌ ଚଲାଉଛନ୍ତି। କେତେବେଳେ ରାସ୍ତାର ଡାହାଣ ପାର୍ଶ୍ୱରେ ଗାଡ଼ି ଚଲାଉଛନ୍ତି ତ ଆଉ କେତେବେଳେ ବାମ ପାର୍ଶ୍ୱରେ, ପୁଣି କେତେବେଳେ ରାସ୍ତା ମଝିକୁ ଆସି ଗାଡ଼ି ଚଲାଉଛନ୍ତି।

Advertisment

ଏହି ସମୟରେ ବାଇକ୍‌ରେ ଯାଉଥିବା କପଲ୍‌ଙ୍କୁ ଯୁବତୀ ଜଣକ ବାଇକ୍‌ରେ ଧକ୍କା ଦେଇଥିଲେ। ଫଳରେ ରାସ୍ତା ମଝିରେ କପଲ୍‌ ତଳେ ପଡ଼ି ଯାଇଥିଲେ। ଏହାପରେ ମଧ୍ୟ ‘ପାପା କି ପରୀ’ଙ୍କ କୌଣସି ଫରକ୍‌ ପଡ଼ିନଥିଲା। ସେମିତି ସେ ରାସ୍ତାରେ ଡ୍ୟାନ୍ସିଂ ଷ୍ଟାଇଲରେ ଗାଡ଼ି ଚଲାଇଥିଲେ। ଏହାଦ୍ୱାରା ସେ କେବଳ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ନଥିଲେ ବରଂ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ସେ ବିପଦରେ ପକାଇଥିଲେ। ଭିଡିଓ ଭାଇରାଲ୍‌ ପରେ ୟୁଜର୍ସମାନେ ଯୁବତୀଙ୍କ ଏଭଳି ଡ୍ରାଇଭିଂକୁ ନେଇ ଟ୍ରୋଲ୍‌ କରିବା ସହ ସମାଲୋଚନା କରିଛନ୍ତି। 

Traffic Rule Violation Viral Video
Advertisment
Advertisment