/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747481548.jpg)
Father makes reels as boy cries after monkey snatches food from his hands
ସୋସିଆଲ ମିଡିଆରେ ଏବେ ଦେଖିବାକୁ ମିଳୁଛି ଏକ ଛୋଟ ପିଲାର କରୁଣ ଭିଡିଓ। ଏହି ଭିଡିଓକୁ ନେଇ ନେଟିଜେନ୍ମାନଙ୍କ ମଧ୍ୟରେ ବଢିଯାଇଛି ଆଲୋଚନା। ପିଲାଟିର କରୁନ ଅବସ୍ଥା ସତ୍ତ୍ୱେ ବାପାର କଠୋର ହୃଦୟକୁ ଲୋକେ ଘୃଣା କରୁଛନ୍ତି।
ଏହି ଭାଇରାଲ୍ ଭିଡିଓରେ ଏକ ମାଙ୍କଡ ଆସି ପିଲାଟିର ହାତରୁ ରୁଟି ଛଡ଼ାଇ ନିଏ ଆଉ ପିଲାଟି ପାଖରେ ବସି ଖାଇବା ଆରମ୍ଭ କରେ। ଏହି ସମୟରେ, ପିଲାଟି ଜୋର୍ରେ କାନ୍ଦୁଥିବା ଦେଖାଯାଏ। ସବୁଠାରୁ ଦୁଃଖର କଥା ହେଲା ଏଠାରେ ପିଲାଟିର ବାପାର କଠୋର ହୃଦୟ ଦେଖିବାକୁ ମିଳେ। ଏଭଳି ପରିସ୍ଥିତିରେ ବାପା ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରୁଥିବା ଦେଖାଯାଏ।
ବ୍ୟକ୍ତି ଜଣଙ୍କ ତାଙ୍କ ପିଲାକୁ ସୁରକ୍ଷା ଦେବା ପରିବର୍ତ୍ତେ ରିଲ୍ ତିଆରି କରିଚାଲିଥିବାରୁ ଅନେକ ଲୋକ ତାଙ୍କ ବାପାଙ୍କୁ ସମାଲୋଚନା କରିଛନ୍ତି।
ଅଧିକ ପଢ଼ନ୍ତୁ:ପାଣିରେ ପହଁରୁଛି ବିଶାଳ ଆନାକୋଣ୍ଡା; ଭିଡିଓ ଦେଖି ଶ୍ୱାସ ଅଟକିଯିବ!
ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ X ରେ @gharkekalesh ନାମକ ଏକ ଆକାଉଣ୍ଟ ଦ୍ୱାରା ଶେୟାର କରାଯାଇଥିବା ୩୭ ସେକେଣ୍ଡର ଏହି କ୍ଲିପ୍ରେ ଜଣେ ଛୋଟ ପିଲା ଏକ ଟେବୁଲରେ ବସିଥିବାର ଦେଖାଯାଏ। ଏହି ସମୟରେ ହଠାତ୍ ଏକ ମାଙ୍କଡ଼ ଚାଲିଆସେ ଆଉ ପିଲାଟି ଧରିଥିବା ରୁଟିଟିକୁ ଛଡ଼ାଇ ନିଏ। ଏହା ପରେ ଭୟରେ ପିଲାଟି ଜୋରରେ କାନ୍ଦିବାକୁ ଲାଗେ। ମାଙ୍କଡ଼ଟି କିନ୍ତୁ ସେଠାରୁ ନ ଯାଇ ତା’ ପାଖରେ ବସି ରୁଟିଟି ଖାଉଥିବା ଦେଖାଯାଏ।
ଏହି ସମୟରେ ବାପା ସେଠାରେ ଥିଲେ ମଧ୍ୟ ପିଲାଟିକୁ ରକ୍ଷା କରୁ ନାହାନ୍ତି। ଇଣ୍ଟର୍ନେଟ୍ରେ ବାପାଙ୍କ ପ୍ରତିକ୍ରିୟା ଲୋକମାନଙ୍କୁ କ୍ରୋଧିତ କରିଛି। ପିଲାଟିକୁ ସାହାଯ୍ୟ କରିବା ପରିବର୍ତ୍ତେ, ସେ ଘଟଣାର ଭିଡିଓ କରିଚାଲିଛନ୍ତି ଏବଂ କହୁଛନ୍ତି, "ବସିଥା, କାନ୍ଦେନି, କାମୁଡ଼ିବ ନାହିଁ।"
ପିଲାଟି କିନ୍ତୁ କାନ୍ଦିବା ବନ୍ଦ କରୁନି। ଏହି ସମୟରେ ପଛପଟରୁ ଜଣେ ମହିଳାଙ୍କ ସ୍ୱର ଶୁଣାଯାଏ ଯେ ସେ ଛୋଟ ପିଲାଟିକୁ ବଞ୍ଚାଇବା ପାଇଁ କାହାକୁ ଅନୁରୋଧ କରୁଛନ୍ତି ଆଉ କହୁଛନ୍ତି, "ଆରେ, ସେ କାନ୍ଦୁଛି। ତାକୁ ନେଇଯାଅ।" ଏଥିରେ କିନ୍ତୁ ବାପାଙ୍କ ଉପରେ କୌଣସି ପ୍ରଭାବ ପଡେନି। ସେ ଆରାମରେ ଭିଡିଓ କରିଚାଲିଛନ୍ତି ଆଉ କହୁଛନ୍ତି, "ଆରେ କାମୁଡିବ ନାହିଁ, ବାପା ଅଛନ୍ତି ବା।"
Wholesome Kalesh b/w a Monkey and a Kid: pic.twitter.com/kjbaAyL7Ky
— Ghar Ke Kalesh (@gharkekalesh) May 16, 2025
ଛୋଟ ପୁଅର ସୁରକ୍ଷା ଏବଂ ଭାବପ୍ରବଣ ଅପେକ୍ଷା ସୋସିଆଲ ମିଡିଆ କଣ୍ଟେଣ୍ଟ୍କୁ ପ୍ରାଥମିକତା ଦେଇଥିବାରୁ କମେଣ୍ଟ୍ ସେକ୍ସନ୍ରେ, ସୋସିଆଲ ମିଡିଆ ୟୁଜର୍ମାନେ ପିଲାଟିର ବାପାଙ୍କୁ ଖୁବ ନିନ୍ଦା କରୁଛନ୍ତି। ଅନ୍ୟପକ୍ଷରେ, ଏହି ଭାଇରାଲ୍ ଭିଡିଓଟି କଣ୍ଟେଣ୍ଟ୍ ପାଇଁ ପିଲାମାନଙ୍କୁ ଭିଡିଓ କରିବାର ବଢ଼ୁଥିବା ଟ୍ରେଣ୍ଡ୍ ବିଷୟରେ ମଧ୍ୟ ଆଲୋଚନାକୁ ବଢାଇ ଦେଇଛି।
ଅଧିକ ପଢ଼ନ୍ତୁ:ସ୍କୁଲ୍ ହେଲା ଆଖଡାଶାଳ; ପ୍ରିନ୍ସିପାଲ୍-ଲାଇବ୍ରେରିଆନ୍ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ
Viral Video: ଜେଜେବାପା ଦେଖାଇଲେ ତାଉ; ୭୦ ବର୍ଷରେ କାର୍କୁ ଏମିତି ଉଡେଇଲେ, ସମସ୍ତେ କାବା

Viral Video: ସ୍କୁଲ୍ ହେଲା ଆଖଡାଶାଳ; ପ୍ରିନ୍ସିପାଲ୍-ଲାଇବ୍ରେରିଆନ୍ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

Viral Video: ପାଣିରେ ପହଁରୁଛି ବିଶାଳ ଆନାକୋଣ୍ଡା; ଭିଡିଓ ଦେଖି ଶ୍ୱାସ ଅଟକିଯିବ!

Viral Video: ଆଶ୍ଚର୍ଯ୍ୟ ! ଦୁଇ ହାତରେ ୬ଟା ଗୋଲ୍ଡେନ୍ ଘଣ୍ଟା, ପକେଟ୍ରେ ଡଜନେ ଗୋଲ୍ଡେନ୍ ପେନ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)