/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747399971.jpg)
Elderly man drives ford mustang like a racer
ବୟସ ଯାହା ହେଉନା କାହିଁକି, ମଜା-ମସ୍ତି କେବେବି ବନ୍ଦ ହେବା ଉଚିତ ନୁହେଁ। ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ଏହାର ପ୍ରମାଣ। ହରିୟାଣାର ଜଣେ ଜେଜେବାପା ଏହାର ପ୍ରମାଣ ଦେଇଛନ୍ତି।
ଆଜିର ସମୟରେ, ଯୁବପିଢ଼ି ରାସ୍ତାରେ ରକେଟ୍ ପରି ବାଇକ୍ ଏବଂ କାର୍ ଉଡ଼ାଇବେ, କିନ୍ତୁ ଆପଣ କ’ଣ ବିଶ୍ୱାସ କରିପାରିବେ ଯେ ଆଜି ଜଣେ ୬୫ରୁ ୭୦ ବର୍ଷ ବୟସ୍କ ଜେଜେବାପା ଫୋର୍ଡ ମୁଷ୍ଟାଙ୍ଗ(Ford Mustang) କାରକୁ ଧୂଆଁରେ ପରିଣତ କରିଦେଇଥିବେ?
ଯଦି ଆପଣ ଏଜି ଜେବେବାପାଙ୍କ ଏହି ଆଖିଦୃଶିଆ ଷ୍ଟଣ୍ଟ ଦେଖିନାହାନ୍ତି, ତେବେ ଆପଣ କିଛି ଦେଖିନାହାନ୍ତି। ଯଦି ଆପଣ ଫାଷ୍ଟ୍ ଆଣ୍ଡ୍ ଫ୍ୟୁରିଅସ୍ ସିନେମା ଦେଖି ନାହାଁନ୍ତି, ତେବେ ଆପଣ ଏହି କାର୍ ଷ୍ଟଣ୍ଟ୍କୁ ବୁଝିପାରିବେ ନାହିଁ। ଧଳା କୁର୍ତ୍ତା-ପାଇଜାମା ପିନ୍ଧିଥିବା ଏହି ଜେଜେବାପାଙ୍କ ଏନର୍ଜି ଏବଂ ଆତ୍ମବିଶ୍ୱାସର ସ୍ତର ପୂରା ଅଲଗା ପ୍ରକାରର।
ଅଧିକ ପଢ଼ନ୍ତୁ:ପାଣିରେ ପହଁରୁଛି ବିଶାଳ ଆନାକୋଣ୍ଡା; ଭିଡିଓ ଦେଖି ଶ୍ୱାସ ଅଟକିଯିବ!
ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ନାତି ତାଙ୍କ ଜେଜେବାପାଙ୍କୁ ଲାଲ ରଙ୍ଗର ଫୋର୍ଡ ମୁଷ୍ଟାଙ୍ଗ କାର୍ର ଚାବି ଦେଉଛି ଏବଂ କହୁଛି, 'ଜେଜେ, ଧୀରେ ଚଲାଇବ'। ଏହା ପରେ ଜେବେ ଚାବି ନେଇ ପଡିଆରେ ଗାଡ଼ି ଘୂରାଇବା ଆରମ୍ଭ କରନ୍ତି। ଏସବୁ ଦେଖି ନାତି ଆଶ୍ଚର୍ଯ୍ୟ ହୋଇଯାଏ ଏବଂ ତାଙ୍କ ଜେଜେବାପାଙ୍କୁ ପଚାରେ 'ଏ କଣ କରିଦେଲ'।
ଜେଜେବାପା ଏକ ପ୍ରଭାବଶାଳୀ ସ୍ୱରରେ କୁହନ୍ତି, “ମୁଁ ହରିୟାଣାର ଜଣେ ଜାଟ୍। ଯେତେବେଳେ ମୁଁ ଟ୍ରାକ୍ଟର ଚଲାଉଥିଲି, ଆଗ ଟାୟାର ଉଠାଇ ୨ କିଲୋମିଟର ଦୌଡୁଥିଲି।” ବର୍ତ୍ତମାନ ଜେବେବାପାଙ୍କ ଏହି ଦମଦାର ଗାଡି ଚାଳନା ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି।
ଖବର ଲେଖାହେବା ବେଳକୁ ଏହି ଭିଡିଓଟିକୁ ୫୦ ମିଲିୟନରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୫୦ ଲକ୍ଷରୁ ଅଧିକ ଲାଇକ୍ କରିସାରିଥିଲେ। ଏହି ଭିଡିଓର ବକ୍ସ ଲୋକଙ୍କ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟରେ ପରିପୂର୍ଣ୍ଣ।
ଜେଜେବାପାଙ୍କ ଏଭଳି କାର୍ ଷ୍ଟଣ୍ଟ୍ ଉପରେ ଜଣେ ଲେଖିଛନ୍ତି, - ଜେଜେବାପା ଦୋହଲେଇଦେଲେ, ନାତି ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ଜଣେ ଲେଖିଛନ୍ତି – ଜେଜେବାପା ତ ନିଆଁ ଲଗାଇ ଦେଇଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି - ଜେଜେବାପାଙ୍କୁ ଶିଖାଅ ନାହିଁ, ସେ ତ ପୁରୁଣା ଖେଳାଳି।' ଆଉ ଜଣେ ଲେଖିଛନ୍ତି – ଜେଜେବାପା ସିଷ୍ଟମକୁ ହଲାଇ ଦେଇଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, 'ଜେଜେ ଜଣେ ହେଭୀ ଡ୍ରାଇଭର ହୋଇ ବାହାରିଲେ।
ଲୋକମାନେ ଏହି ଭିଡିଓ ଉପରେ ଜେଜେଙ୍କ ଗାଡି ଚଲାଇବା ଉପରେ ଏପରି ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ପୋଷ୍ଟ କରୁଛନ୍ତି। ସେହିପରି, କମେଣ୍ଟ ବକ୍ସ ମଧ୍ୟ ଫାୟାର୍ ଏବଂ ଆଶ୍ଚର୍ଯ୍ୟଜନକ ଇମୋଜିରେ ପରିପୂର୍ଣ୍ଣ।
ଅଧିକ ପଢ଼ନ୍ତୁ:ସ୍କୁଲ୍ ହେଲା ଆଖଡାଶାଳ; ପ୍ରିନ୍ସିପାଲ୍-ଲାଇବ୍ରେରିଆନ୍ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ
Viral Video: ଗଛ ଉପରେ ଝୁଲୁଛି କାର୍; ଏହା କ’ଣ ଦୁର୍ଘଟଣା…

Viral Video: ସ୍କୁଲ୍ ହେଲା ଆଖଡାଶାଳ; ପ୍ରିନ୍ସିପାଲ୍-ଲାଇବ୍ରେରିଆନ୍ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

Viral Video: ପାଣିରେ ପହଁରୁଛି ବିଶାଳ ଆନାକୋଣ୍ଡା; ଭିଡିଓ ଦେଖି ଶ୍ୱାସ ଅଟକିଯିବ!

Viral Video: ଆଶ୍ଚର୍ଯ୍ୟ ! ଦୁଇ ହାତରେ ୬ଟା ଗୋଲ୍ଡେନ୍ ଘଣ୍ଟା, ପକେଟ୍ରେ ଡଜନେ ଗୋଲ୍ଡେନ୍ ପେନ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)