Advertisment

Viral Video: ବୃଦ୍ଧା ମହିଳାଙ୍କୁ ଟେକି ଟେକି ଆଣିଲେ, ରାସ୍ତାରେ ଫିଙ୍ଗି ଚାଲିଗଲେ

ପୋଲିସ ବୃଦ୍ଧା ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ ରେକର୍ଡ ହୋଇଛି। ପୋଲିସ ମହିଳାଙ୍କର ପରିଚୟ ଜାଣିବାକୁ ଚେଷ୍ଟା କରୁଛି।

author-image
Manasranjan Mohanty
Viral Video

Viral Video

ବୟସ ଅପରାହ୍ଣରେ ପହଞ୍ଚିବା ପରେ କିଛି ପରିବାର ପାଇଁ ଅଲୋଡ଼ା ହୋଇପଡ଼ନ୍ତି ବୟସ୍କ। ଏମିତିକି ତାଙ୍କୁ ଅଜଣା ଓ ପର ବୋଲି ପ୍ରମାଣିତ କରିବାକୁ ପଛାନ୍ତି ନାହିଁ କିଛି ଲୋକ। ଧର୍ମ ନଗରୀ ଅଯୋଧ୍ୟାରେ ଦେଖିବାକୁ ମିଳିଛି କିଛି ସେଭଳି ଦୃଶ୍ୟ। ପରିବାରର ଲୋକମାନେ ଜଣେ ବୃଦ୍ଧା ମହିଳାଙ୍କୁ ଅଯୋଧ୍ୟା କୋତୱାଲିର କିଶନଦାସପୁରରେ ରାତି ଅଧରେ ରାସ୍ତା କଡ଼ରେ ଫୋପାଡ଼ି ଚାଲିଯାଇଛନ୍ତି।

Advertisment

ପୋଲିସ ବୃଦ୍ଧା ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ ରେକର୍ଡ ହୋଇଛି। ପୋଲିସ ମହିଳାଙ୍କର ପରିଚୟ ଜାଣିବାକୁ ଚେଷ୍ଟା କରୁଛି। ଅନ୍ୟପକ୍ଷରେ, ମହିଳାଙ୍କୁ ଆଣି ଛାଡ଼ିଥିବା ଇ-ରିକ୍ସାର ମଧ୍ୟ ଖୋଜାଖୋଜି ଚାଲିଛି।

Advertisment

ଇ-ରିକ୍ସା ଦ୍ୱାରା ହିଁ ରାତିରେ ବୃଦ୍ଧା ମହିଳାଙ୍କୁ ଛାଡ଼ି ଦିଆଯାଇଥିଲା। ବୃଦ୍ଧା ମହିଳାଙ୍କୁ କେଉଁ ପରିସ୍ଥିତିରେ ଆଣି ଛାଡ଼ି ଦିଆଗଲା, ତାଙ୍କ ପରିବାର ଲୋକ କିଏ ? ଅନେକ ପ୍ରଶ୍ନ ଉଠୁଛି। ଯଦିଓ ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ହାତରେ କୌଣସି ତଥ୍ୟ ଲାଗିନି ।

ଅଧିକ ପଢ଼ନ୍ତୁ: ଥାଅଟୋରେ ୨୦ ମିନିଟ ଧରି ଫସିରହିଲା ଘୋଡା, ଭିଡିଓ ଭାଇରାଲ

ପୋଲିସ କହିଛି ଗୁରୁବାର ସକାଳ ୯:୩୦ରେ ଜଣେ ବୃଦ୍ଧା ମହିଳା ରାସ୍ତା କଡ଼ରେ ପଡ଼ିଥିବାର ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ପୁଲିସ ତାଙ୍କୁ ନେଇ ମେଡିକାଲ କଲେଜରେ ଭର୍ତ୍ତି କରାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ କହିଛି ମହିଳାଙ୍କୁ ଛାଡ଼ିବାର ଏକ ସିସିଟିଭି ଫୁଟେଜ ମିଳିଛି।

ଏଥିରେ ଜଣେ ପୁରୁଷ ଏବଂ ଦୁଇ ଜଣ ମହିଳା ଦେଖାଯାଉଛନ୍ତି। ବୃଦ୍ଧା ମହିଳାଙ୍କୁ ଛାଡ଼ିଥିବା ବ୍ୟକ୍ତିମାନଙ୍କର ପରିଚୟ ଜାଣିବାକୁ ଚେଷ୍ଟା କରାଯାଉଛି। ଏହା ସହିତ ମହିଳାଙ୍କର ମଧ୍ୟ ପରିଚୟ ଜାଣିବାକୁ ଚେଷ୍ଟା ଚାଲିଛି। ପୋଷ୍ଟମର୍ଟମ ପରେ ଦୋଷୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଧିକ ପଢ଼ନ୍ତୁ: ଥାନାର ତୃତୀୟ ମହଲାରେ ଫସିଗଲା ଷଣ୍ଢ, ନାକେଦମ ପୋଲିସ...ଭାଇରାଲ ହେଲା ଭିଡିଓ

Viral Video Ayodhya
Advertisment
Related Articles
Advertisment