/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753450476.jpg)
Narendra Modi
ଭାରତୀୟ ରାଜନୀତିରେ ଆଉ ଏକ ଇତିହାସ ସୃଷ୍ଟି କଲେ ନରେନ୍ଦ୍ର ମୋଦି । ସେ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଯିଏ ସର୍ବାଧିକ ସମୟ ପାଇଁ ନିରନ୍ତର ଭାବରେ ତାଙ୍କ ପଦବୀରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଶାସନ କରିବାରେ ମୋଦି ପୂର୍ବତନ PM ଇନ୍ଦିରା ଗାନ୍ଧୀଙ୍କୁ ଟପିଛନ୍ତି । ଲଗାତାର ୪ ହଜାର ୭୭ ଦିନ ପ୍ରଧାନମନ୍ତ୍ରୀ ଭାବେ ଶାସନ କରିଥିଲେ ଇନ୍ଦିରା ଗାନ୍ଧି। ତେବେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୪ ହଜାର ୭୮ ଦିନ ଶାସନ କରି ଇନ୍ଦିରାଙ୍କୁ ଅତିକ୍ରମ କରିଛନ୍ତି ।
ଇନ୍ଦିରା ଗାନ୍ଧୀ ୨୪ ଜାନୁଆରୀ ୧୯୬୬ରୁ ୨୪ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ । ସେ ୪ହଜାର ୭୭ ଦିନ ଅର୍ଥାତ୍ ୧୧ ବର୍ଷ ୨ ମାସ ପର୍ଯ୍ୟନ୍ତ ନିରନ୍ତର ଭାବେ ଏହି ପଦବୀରେ ରହିଥିଲେ । ସେହିପରି ମୋଦି ୨୬ ମେ’ ୨୦୧୪ରୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହି, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଅତିକ୍ରମ କରିଛନ୍ତି ।
ତେବେ ଲଗାତାର ପ୍ରଧାନମନ୍ତ୍ରୀ ଭାବେ ଶାସନ କରିବାରେ ସବୁଠୁ ଆଗରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ । ସେ ପ୍ରାୟ ୧୬ ବର୍ଷ ୯ ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଶାସନ କରି ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟର ରହିବାର ରେକର୍ଡ କରିଛନ୍ତି । ପଣ୍ଡିତ ନେହେରୁ ୧୫ ଅଗଷ୍ଟ ୧୯୪୭ ରୁ ୨୭ ମଇ ୧୯୬୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ସେ ପ୍ରାୟ ୧୬ ବର୍ଷ ୯ ମାସ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୨୦୦୧ରୁ ମେ ୨୦୧୪ ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ । ସେ ସର୍ବାଧିକ ସମୟ ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ମଧ୍ୟ କରିଛନ୍ତି । ଏବେ ସେ ପ୍ରଧାନମନ୍ତ୍ରୀ ଭାବେ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି ।
ଦେଶ ସ୍ୱାଧୀନତା ପରେ ଜନ୍ମଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ସେ ସବୁଠାରୁ ଅଧିକ ସମୟ ପାଇଁ ପଦବୀରେ ଥିବା ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ । ମୋଦି ପ୍ରଥମ ଏବଂ ଏକମାତ୍ର ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏ ଅତି କମରେ ଦୁଇଟି ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଛନ୍ତି । ପଣ୍ଡିତ ନେହେରୁଙ୍କ ପରେ, ମୋଦି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଏକ ଦଳର ନେତା ଭାବରେ ଲଗାତାର ତିନୋଟି ସାଧାରଣ ନିର୍ବାଚନରେ ବିଜୟୀ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)