• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଥାରେ ଅଛି ଜୋରଜାର ମୁଲକ ତାର । ବଳ ଯାହାର ଅଛି ବିଜୟ ତା’ର ହିଁ ହୁଏ । ହଁ ଦର୍ଶକ ବନ୍ଧୁ. . . ଦେଖୁନାହାନ୍ତି... ଏହି ଭିଡିଓଟି ସେଇଆ ହିଁ ବୟାନ କରୁଛି । ଶହଶହ ଜଳହସ୍ତୀକୁ ଘଉଡ଼ାଇ ଦେଉଛି ଗୋଟିଏ ହାତୀ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ।

ଗୋଟିଏ ହାତୀ ଏକ ନଦୀ ଭିତରେ ପଶିବା ସହ ଅନେକ ଜଳହସ୍ତୀ ଗୁଡ଼ିକୁ ତାର ଶୁଣ୍ଢରେ ବାହାରକୁ ଘଉଡାଇଦେଉଥିବା ଭାଇରାଲ ଭିଡିଓ ରେ ଦେଖିବାକୁ ମିଳୁଛି । ଭିଡିଓଟି ବେଶ୍ ମନଲୋଭା। ଏହି ଭିଡିଓ ହାତୀଟିର ବଳକୁ ମଧ୍ୟ ବୟାନ କରୁଛି । କାରଣ ନିରୀହ ଜଳହସ୍ତୀ ଗୁଡ଼ିକ ହାତୀକୁ ସାମ୍ନା କରିବାକୁ ସାହସ କରିପାରୁନାହାନ୍ତି ।

ଅଧିକ ପଢ଼ନ୍ତୁ: ଯେଉଁଆଡ଼େ ଚାହିଁଲେ କୁମ୍ଭୀର ହିଁ କୁମ୍ଭୀର, ତଥାପି ଜୀବନକୁ ପାଣି ଛଡ଼ାଇ ଗଲେ...

ଫଳରେ ଜଳହସ୍ତୀ ଗୁଡ଼ିକ ଚୁପ୍‌ଚାପ୍‌ ପାଣି ଭିତରୁ ବାହାରକୁ ଚାଲିଯାଉଛନ୍ତି । ଖାଲି ସେତିକି ନୁହେଁ ନିଜର ସରଳତା ଓ ଲଢେଇ କରିବାର ମନୋଭାବର ଅଭାବ ଯୋଗୁଁ ଶହଶହ ଜଳହସ୍ତୀ ଏହି ହାର୍‌ର ସ୍ୱୀକାର କରୁଛନ୍ତି । ଆଉ ଭିଡିଓଟି ହାତୀର ବଳକୁ ସୂଚାଇ ଦେଉଛି ।

ବର୍ତ୍ତମାନ ଏହି ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଜଣେ ୟୁଜର୍ସ ଏହାକୁ ତାଙ୍କ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଭିଡିଓକୁ ୨ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୩ଶହରୁ ଅଧିକ ରିଟ୍ୱିଟ୍‌ ଓ ୫ହଜାରରୁ ଅଧିକ ଦର୍ଶକ ତାଙ୍କର ମତାମତ ଦେଇଛନ୍ତି ।