Advertisment

ଯେଉଁଆଡ଼େ ଚାହିଁଲେ କୁମ୍ଭୀର ହିଁ କୁମ୍ଭୀର, ତଥାପି ଜୀବନକୁ ପାଣି ଛଡ଼ାଇ ଗଲେ...

ଦେଖନ୍ତୁ ଏହି ଭୟଙ୍କର ଭିଡିଓ

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Crocodiles Viral Video

Boat passes through narrow passage with hundreds of crocodiles around scary

ସାମାଜିକ ଗଣମାଧ୍ୟମରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହା ବେଳେବେଳେ ବିଶ୍ୱାସ କରିହୁଏ ନାହିଁ। କେହି କେହି ଭିଡିଓଟିକୁ ନକଲି ବୋଲି ମଧ୍ୟ କହିଥାଆନ୍ତି । କିଛି ଭିଡିଓ ଲୋକଙ୍କୁ ଦେଖିବାକୁ ବାଧ୍ୟ କରିଦଏ। ଆଉ କିଛି ଭିଡିଓ ଆଶ୍ଚର୍ଯ୍ୟ କରିଦିଏ ଆଜିର ମଣିଷଙ୍କୁ। ସେହିପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି । ଯାହାକି ଲୋକ ମାନଙ୍କୁ ଚକିତ କରୁଛି।

Advertisment

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଗୋଟିଏ ବୋଟ୍ ଓ ଅନେକ ଗୁଡ଼ିଏ କୁମ୍ଭୀର। ବୋଟ୍‌ରେ କିଛି ଲୋକ ଏକ ନଦୀ ପାର୍‌ ହେଉଥିବା ଦେଖିବାକୁ ମିଳୁଛି। ସେହି ନଦୀରେ ଶହ ଶହ କୁମ୍ଭୀର ରହିଛନ୍ତି।

ଅଧିକ ପଢ଼ନ୍ତୁ: କୁମ୍ଭୀର ଡ୍ରେସ ପିନ୍ଧି ସତ କୁମ୍ଭୀର ପାଖରେ ଶୋଇଛି ମଣିଷ, ତା ଗୋଡ଼କୁ ବି ଟାଣିଦେଉଛି ! ଦେଖନ୍ତୁ ଭିଡିଓ

Advertisment

ବୋଟ୍‌ଟି ନଦୀ ଅତିକ୍ରମ କରିବା ମାତ୍ରେ କୁମ୍ଭୀର ଗୁଡ଼ିକ ନଦୀ ନୂଳ ଆଡ଼କୁ ଯିବାକୁ ଚେଷ୍ଟା କରୁଛନ୍ତି । ସମ୍ପୂର୍ଣ୍ଣ ଭିଡିଓଟି ମାତ୍ର ୩୯ ସେକେଣ୍ଡର ହୋଇଥିବା ବେଳେ ଭିଡିଓଟି କେତେ ଯେ ଭୟଙ୍କର ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି ।

ନଦୀରେ କୌଣସି କାରଣରୁ ଯଦି ଦୁର୍ଘଟଣା ଘଟେ । ଆଉ ବୋଟ୍‌ଟି ଦୁର୍ଘଟଣାଗ୍ରସ୍ତ ହୁଏ ତେବେ ସ୍ଥିତି କେତେ ଯେ ଭୟଙ୍କର ହେବ ତାହା ଅନୁମାନ କରାଯାଇପାରୁଛି । ବର୍ତ୍ତମାନ ସୁଦ୍ଧା ଭାଇରାଲ ହେଉଥିବା ଏହି ଭିଡିଓଟିକୁ ୭ ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି ।

ସେହିପରି ଏକ ଲକ୍ଷ ୪୮ ହଜାରରୁ ଅଧିକ ଲାଇକ୍‌ ଓ ୨ହଜାର ୮ଶହରୁ ଅଧିକ ଦର୍ଶକ ତାଙ୍କର ମତାମତ ଦେଇଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ କିଛି ଦର୍ଶକ ତାଙ୍କ ମତାମତରେ ଏହା ନକଲି ଭିଡିଓ ନାଁ ଅସଲି ଭିଡିଓ ବୋଲି ପ୍ରଶ୍ନ କରିଛନ୍ତି ।

Viral Video Crocodile Viral News
Advertisment
Advertisment