• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଦ ନିଶା ମଣିଷକୁ ପଶୁ କରିଦିଏ । ଖାଲି ମଦ ନିଶା ନୁହେଁ, ଯେକୌଣସି ମାଦକ ଦ୍ରବ୍ୟ ବା ନିଶା ଦ୍ରବ୍ୟ, ମଣିଷକୁ ରାକ୍ଷସରେ ପରିଣତ କରିଥାଏ । ନିଶା ସେବନ ପରେ ମଣିଷ ନିଜେ ନିଜକୁ ବି ଚିହ୍ନି ପାରେ ନାହିଁ । ଆପଣ ସୋସିଆଲ ମିଡିଆରେ ଅନେକ ମଦୁଆଙ୍କ ଭିଡିଓ ଦେଖିଥିବେ । ମଦ୍ୟପଙ୍କ ଉନ୍ମତ କାଣ୍ଡ ବି ଆପଣ ଦେଖିଥିବେ । ଠିକ୍‌ ଏମିତି କିଛି କାହାଣୀ ଆମେ ଆଜି ଆପଣଙ୍କୁ କହିବୁ । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ବଲାଙ୍ଗିର ପାଟଣାଗଡ଼ରେ ଦେଖିବାକୁ ମିଳିଛି ଜଣେ ମଦ୍ୟପଙ୍କ ଉନ୍ମତକାଣ୍ଡ । ମଦ ପିଇଲେ ପୁଣି ନିଜ ଜୀବନକୁ ବାଜି ଲଗାଇଲେ । ତାଙ୍କ କାରନାମା ଦେଖିଲେ ଯିଏ କେହି ବି ହସିବ ଆଉ ଚିନ୍ତାରେ ପଡ଼ିଯିବ । କାରଣ ମଦ ପିଇ ଯୁବକ ଜଣକ ୨୫ ଫୁଟ୍ ଉଚ୍ଚ ସାଇନବୋର୍ଡ ଉପରେ ଚଢ଼ିଗଲେ । ଆଉ ସେଠାରେ ବ୍ୟାୟାମ କରିବାକୁ ଲାଗିଲେ । ଇଏ ସେହି ସାଇନ୍‌ବୋର୍ଡ ଯାହାକି ରାସ୍ତା ଉପରେ ଲାଗିଥାଏ ଏବଂ ଏଥିରେ କେଉଁ ସ୍ଥାନକୁ କେତେ କିଲୋମଟର ଲେଖାଯାଇଥାଏ ।

ଏହି ସାଇନ୍‌ବୋର୍ଡ ଉପରେ ଚଢ଼ି ଜଣେ ଯୁବକ ବ୍ୟାୟାମ କରୁଥିଲେ । ଆଉ ଫୁଲ୍ ସ୍ପିଡ୍‌ରେ ଗାଡ଼ି ମଟର ତଳେ ଯାଉଥାଏ । ଯଦି ମଦ୍ୟପ ଜଣକ ଟିକେ ବି ଭାରସାମ୍ୟ ହରାଇ ତଳେ ପଡ଼ନ୍ତି ତେବେ ତାଙ୍କ ଜୀବନ ଚାଲିଯିବା ପ୍ରାୟ ନିଶ୍ଚିତ । ଏହି ପୁରା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଲୋକେ ଏହି ଭଡିଓ ଦେଖି ଯେତିକି ମଜା ଉଠାଇବା କଥା ଉଠାଉଛନ୍ତି ସତ ହେଲେ ସମସ୍ତେ ଯୁବକଙ୍କ ଏଭଳି କାଣ୍ଡ କାରନାମାକୁ ନେଇ ଚିନ୍ତା ମଧ୍ୟ କରୁଛନ୍ତି । କାରଣ ଜୀବନ ଚାଲିଯିବାର ଭୟ ମଧ୍ୟ ରହୁଛି ।

ତେବେ ଏହି ଖବର ସ୍ଥାନୀୟ ଅଞ୍ଚଳରେ ନିଆଁ ଭଳି ବ୍ୟାପିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ହେଲେ ଯୁବକ ଜରକ ଓହ୍ଳାଇବାକୁ ନାରାଜ ଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ନାକେଦମ ହେଲା । ଶେଷରେ ଉଦ୍ଧାର କରିବାରେ ପୋଲିସ ସଫଳ ହେଲା । ତେବେ ସବୁଠାରୁ ମଜାଦାର କଥା ହେଲା ମଦ୍ୟପ ଜଣକ ତଳକୁ ଓହ୍ଲାଇବା ପାଇଁ ପୋଲିସକୁ ମଦ ମାଗିଥିଲେ । କହିଲେ ମଦ ଦେଲେ ମୁଁ ତଳକୁ ଓହ୍ଲାଇବି । ନଚେତ୍‌ ଓହ୍ଲାଇବିନି । 

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ଯୁବକ ଜଣକ ପୁସ୍‌ ଅପ୍‌ ମାରୁଛନ୍ତି। ତଳେ ଠିଆ ହୋଇ ଲୋକେ ଦେଖୁଛନ୍ତି, ଅନେକ ମଜା ବି ନେଉଛନ୍ତି। ଯୁବକ ଜଣକ ହେଲେ ପାଟଣାଗଡ଼ ବଥର୍ଲା ଗାଁର । ଗଙ୍ଗାସାଗର ଗାଁର ଦୁଇ ଜଣ ସାଙ୍ଗ ତାଙ୍କୁ ମଦ ପିଇବାକୁ ଦେବେ ବୋଲି କହିଥିଲେ । ତେବେ ମଦ ନଦେବାରୁ ହିରୁ ଗେଟ ଉପରେ ଚଢ଼ି ଯାଇ ଏଭଳି କାଣ୍ଡ କରିଥିବା ସୂଚନା ମିଳିଛି।