/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684847944.jpg)
Doctor dance on ilu ilu song in operation theater
ଜଣେ ଡ୍ୟାନ୍ସ ପ୍ରିୟ ହୋଇଥିବ ଆଉ ଡ୍ୟାନ୍ସର ଉତ୍ସାହ ମୁଣ୍ଡକୁ ଉଠିଗଲା, ପାଦ ସ୍ଥିର ହୋଇ ରହିବ, ଏହା କେବେ ବି ସମ୍ଭବ ନୁହେଁ। ସେ ନାଚିବାକୁ ବାଧ୍ୟ। ଆଜିର ସମୟରେ ପିଲାମାନଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ରଙ୍ଗରେ ରଙ୍ଗିନ ହେବା ଦେଖାଯାଏ। ଇଣ୍ଟର୍ନେଟ୍ରେ ମଧ୍ୟ, ନାଚ ସମ୍ବନ୍ଧୀୟ ଏକରୁ ଅଧିକ ମଜାଦାର ଭିଡିଓ ଭାଇରାଲ ହୁଏ, ଯାହା ଟ୍ରେଣ୍ଡରେ ରହିଥାଏ।
ଏବେ ମଧ୍ୟ ନାଚ ସହ ଜଡିତ ଏକ ଭିଡିଓ ଲୋକଙ୍କ ହୃଦୟ ଜିତୁଛି। ଏଥିରେ ଜଣେ ଡାକ୍ତର ଅପରେସନ୍ ଥିଏଟର ଭିତରେ ‘ଇଲୁ ଇଲୁ’ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ଏବେ ଜୋର୍ଦାର୍ ଭାଇରାଲ୍ ହେବାରେ ଲାଗିଛି।
ଅଧିକ ପଢ଼ନ୍ତୁ: ଖୋଲା ମନରେ ନାଚିଲେ ପୋଲିସ ବାବୁ, ଆପଣ ବି ଦେଖିଲେ ବିଭୋର ହେବେ
ଆଜିଯାଏ ଆପଣମାନେ ନିଶ୍ଚୟ ଦେଖିଥିବେ ଡାକ୍ତରମାନେ ଲୋକଙ୍କୁ ଚିକିତ୍ସା କରୁଥିବାର୍ କିମ୍ବା ଆଇସିୟୁରେ ଅସ୍ତ୍ରୋପଚାର କରୁଥିବାର। ନିକଟରେ କିନ୍ତୁ ହୋଇଥିବା ଏହି ଭିଡିଓରେ ଜଣେ ଡାକ୍ତର ଚିକିତ୍ସା ନୁହେଁ, ଅପରେସନ୍ ଥିଏଟରରେ ତାଙ୍କର ଜବରଦସ୍ତ ଡ୍ୟାନ୍ସ ମାଧ୍ୟମରେ ଲୋକଙ୍କ ସାମ୍ନାରେ ଷ୍ଟାର୍ ହୋଇଯାଇଛନ୍ତି।
ଏହି ଭାଇରାଲ୍ ଭିଡିଓରେ, ଜଣେ ଡାକ୍ତର ସାହେବ ଅପରେସନ୍ ଥିଏଟର ଭିତରେ ‘ସୌଦାଗର୍’ ଚଳଚ୍ଚିତ୍ରର ପ୍ରସିଦ୍ଧ ଗୀତ ‘ଇଲୁ-ଇଲୁ’ରେ ଆଶ୍ଚର୍ଯ୍ୟଜନକ ଭାବେ ନାଚୁଥିବାର ନଜର ଆସିଛନ୍ତି। ତେବେ ଏହି ଡାକ୍ତର ସାହେବଙ୍କ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିବା ଏହା ପ୍ରଥମ ଘଟଣା ନୁହେଁ। ଏହ ପୂର୍ବରୁ ତାଙ୍କର ଏକରୁ ଅଧିକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି।
ଚାପ ହ୍ରାସ କରିବାର ଏହି ସର୍ବୋତ୍ତମ ଉପାୟକୁ ଡାକ୍ତର ସାହେବ ସୋସିଆଲ ମିଡିଆରେ ଦେଖେଇଛନ୍ତି ଆଉ ଏହାକୁ ଲୋକେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଭିଡିଓଟି ଇନଷ୍ଟାଗ୍ରାମ ରେ ଶେୟାର କରାଯାଇଛି। ଖବର ଲେଖାହେବା ବେଳକୁ ଏହା ୩ ମିଲିୟନରୁ ଅଧିକ ଲୋକ ଦେଖିଥିବାବେଳେ ୨ ଲକ୍ଷ ୩୪ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି।
A post shared by Drdipak Parmar (@drdipakparmar)
ଚଳିତ ବର୍ଷ ମାର୍ଚ୍ଚ ୧୪ ରେ ଶେୟାର ହୋଇଥିବା ଏହି ଭିଡିଓକୁ ବହୁତ ପସନ୍ଦ କରାଯାଉଛି। ଏହି ଭିଡିଓରେ ଲୋକେ ବିଭିନ୍ନ ମଜାଳିଆ ପ୍ରତିକ୍ରିୟା ଦେଉଥିବାବେଳେ ଡାକ୍ତରଙ୍କୁ ପ୍ରଶଂସା କରିବାରେ କୁଣ୍ଠାବୋଧ କରୁ ନାହାନ୍ତି। ଜଣେ ଲେଖିଛନ୍ତି, “ସାର୍ କ’ଣ କଲେ। ସୁପର୍। ଆମ ତରଫରୁ ସାଲ୍ୟୁଟ୍ ସାର୍। କାରଣ ଖୁସିରେ ରହିବା ପାଇଁ ବୟସକୁ ଦେଖାଯାଏ ନାହିଁ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)