Advertisment

Viral Video: ଦାମୀ ଫୁଲ ସଜା କାର ନାହିଁ, ସିଧା ବାଇକ୍‌ରେ ଆସି ପହଞ୍ଚିଲା ବର

ଏହି ବାହାଘରିଆ ଫଟୋ ଭିଡିଓ ଭିତରେ ଆମ ସାମ୍ନାକୁ ଏମିତି ଏକ ଭିଡିଓ ଆସିଛି ଯାହା ଦେଖିଲେ ଆପଣ ବି ଖୁସି ହେବେ ଏବଂ ଟିକେ ଆଶ୍ଚର୍ଯ୍ୟ ବି ହେବେ । ଆଉ କହିବେ ଏଇ ବୋଧେ ଭଲ ପାଇବା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Viral Video

Viral Video

ଏବେ ଭାଇରାଲ ଭିଡିଓର ଜମାନା । ଆଖିକୁ କିଛି ବି ନୂଆ ଦେଖାଗଲେ ଲୋକେ ତାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆ ରେ ଅପ୍‌ଲୋଡ୍ କରୁଛନ୍ତି ବା ପୋଷ୍ଟ କରୁଛନ୍ତି । ତେବେ ଏମିତି ନୂଆ ନୂଆ ଭିଡିଓ ତଥା ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ନିୟମିତ ଭାବେ ଦେଖିବାକୁ ମିଳୁଛି । 

Advertisment

ଏବେ ବାହାଘରିଆ ସିଜିନ୍‌ ଆରମ୍ଭ ହୋଇସାରିଛି । ଆଉ ସୋସିଆଲ ମିଡିଆ ଖୋଲିଲାମାନେ କେବଳ ବାହାଘରିଆ ଫଟୋ ଭିଡିଓ ଦେଖିବାକୁ ମିଳୁଛି । ତେବେ ଏହି ବାହାଘରିଆ ଫଟୋ ଭିଡିଓ ଭିତରେ ଆମ ସାମ୍ନାକୁ ଏମିତି ଏକ ଭିଡିଓ ଆସିଛି ଯାହା ଦେଖିଲେ ଆପଣ ବି ଖୁସି ହେବେ ଏବଂ ଟିକେ ଆଶ୍ଚର୍ଯ୍ୟ ବି ହେବେ । ଆଉ କହିବେ ଏଇ ବୋଧେ ଭଲ ପାଇବା ।

ଆମ ସାମ୍ନାକୁ ଆସିଥିବା ଭାଇରାଲ ଭିଡିଓ ରେ ଜଣେ ବ୍ୟକ୍ତି ନିଜ କୁକୁରକୁ ବାଇକ୍‌ରେ ବସାଇ ମଣ୍ଡପ ପାଖରେ ପହଞ୍ଚିଛନ୍ତି । ଯାହାକି ଏବେ ଖୁବ୍‌ ଭାଇରାଲ ହେଉଛି । ଲୋକମାନେ ନିଜ ବାହାଘରକୁ ସ୍ମରଣୀୟ କରିବା ପାଇଁ କେତେ କ’ଣ କରୁଛନ୍ତି । ବିରାଟ ପଟୁଆର ସହ ଡିଜେ ଏବଂ ବିଭିନ୍ନ ପ୍ରକାର ବ୍ୟାଣ୍ଡ ବାଜା ଧରି ମଣ୍ଡପକୁ ଯାଉଛନ୍ତି । ହେଲେ ଏଠି ବର, ବର ବେଶରେ ଏକ ବାଇକ୍‌ରେ ନିଜ କୁକୁରକୁ ଆଗରେ ବସାଇ ବାହା ମଣ୍ଡପରେ ପହଞ୍ଚିଛି । ଯେଉଁଠି ଆମ ସମାଜରେ ବାହାଘର ବେଳେ ବର ପାଖରେ ମାର୍କୋଣ୍ଡି ବସିବା କଥା ସେଠି କୁକୁର ବସିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Advertisment

ଅଧିକ ପଢ଼ନ୍ତୁ: ଭୁଲ୍‌ କଲେ ଭଗବାନଙ୍କ ଆଖିରୁ ବର୍ତ୍ତିଯିବ ! ହେଲେ ସୋସିଆଲ ମିଡିଆରୁ ଅସମ୍ଭବ..

ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଏହାକୁ ଅନେକ ପସନ୍ଦ କରିଛନ୍ତି ମଧ୍ୟ । କେହି କେହି କହିଛନ୍ତି କୁକୁର ହିଁ ସଚ୍ଚା ସାଥି । ଆଉ କେହି କେହି କହିଛନ୍ତି ମଣିଷ ଓ କୁକୁର ମଧ୍ୟ ଏକ ନିସ୍ୱାର୍ଥ ସମ୍ପର୍କ ଥାଏ ।

Social Media Viral Video
Advertisment
Advertisment