Advertisment

Viral Video: ମହାପ୍ରଭୁଙ୍କ ପାଖେ ଅଧିଆ ପଡିଛି କୁକୁଡ଼ା; ଜଣାଉଛି ଦୁଃଖ...

ସତେ ଯେମିତି ସେ ମହାବାହୂଙ୍କୁ କହୁଛି ହେ ଚକ୍ରଧର ଏ କୁକୁଡା ଜୀବନରୁ ମତେ ଉଦ୍ଧାର କର। ସବୁବେଳେ ଭୟ ଲାଗୁଛି ହେ କଳା ସାଆନ୍ତେ। ମଣିଷମାନଙ୍କ ଗହଣରେ ଅଛି ପରା। ଏମାନଙ୍କ ଉପରେ କ’ଣ ଭରସା ଅଛି।

author-image
Sonali Ojha
cock

cock

ମହାପ୍ରଭୁ ଜଗନ୍ନାଥଙ୍କ ପାଖେ ଅଧିଆ ପଡିଛି କୁକୁଡା। ନତମସ୍ତକ ହୋଇ ପ୍ରାର୍ଥନା କରୁଛି। ଟିଏ ମୁହଁ ଟେକୁଛି କ’ଣ ଟିକିଏ କହିଦେଉଛି, ପରେ ଧିରେ ଧିରେ ବାହିରି ଚାଲି ଆସୁଛି। ଏ ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଲୋକେ କହୁଛନ୍ତି କୁକୁଡାଟି କାଳେ ବିଶ୍ୱନିୟନ୍ତାଙ୍କୁ ନିଜ ଦୁଃଖ ଜଣାଉଛି ।

Advertisment

ସତେ ଯେମିତି ସେ ମହାବାହୂଙ୍କୁ କହୁଛି ହେ ଚକ୍ରଧର ଏ କୁକୁଡା ଜୀବନରୁ ମତେ ଉଦ୍ଧାର କର। ସବୁବେଳେ ଭୟ ଲାଗୁଛି ହେ କଳା ସାଆନ୍ତେ। ମଣିଷମାନଙ୍କ ଗହଣରେ ଅଛି ପରା। ଏମାନଙ୍କ ଉପରେ କ’ଣ ଭରସା ଅଛି। ଆଜି ନିଜ ସ୍ୱାର୍ଥ ପାଇଁ ମୋତେ ଘରେ ପୋଷିଛନ୍ତି। ଖାଇବା ପିଇବାକୁ ଦେଇ ସାଇତି ରଖିଛନ୍ତି। ହେଲେ ଯେବେ ସବୁ ସ୍ୱାର୍ଥ ସାଧନ ହୋଇଯିବ, ଏମାନେ ମୋ ଜୀବନ ନେବା ପୂର୍ବରୁ ତିଳେ ହେଲେ ଭାବିବେ ନାହିଁ।

ମୋତେ ମାରି ମୋ ଶରୀରକୁ ଖିନ ଭିନ କରି ଖାଇବେ। ଭୁଲିଯିବେ ଦିନେ ତାଙ୍କର ମୋ ପ୍ରତି ଥିବା ସ୍ନେହ, ପ୍ରେମ, ଭଲପାଇବାକୁ। ଏ ମଣିଷ ତ ନିଜ ସ୍ୱାର୍ଥ ସାଧନ ପାଇଁ ନିଜ ଲୋକଙ୍କ ବି ଛାଡୁନାହାନ୍ତି। ମୁଁ ତ ଛାର ପକ୍ଷୀଟିଏ। ମୋ ଜୀବନ ତାଙ୍କ ପାଇଁ କି ମୂଲ୍ୟ ରଖେ।ମୋ ଆଖି ଆଗରେ ମୋ ପରିବାରକୁ ମରିବାର ଦେଖିଛି। ତାଙ୍କ ଚିତ୍କାର ଶୁଣି ମୋ ଆଖିରେ ବି ଲୁହ ଆସିଛି, ରାଗ ବି ଲାଗିଛି ହେଲେ ମୁଁ ଛାର ପକ୍ଷୀଟିଏ ତାଙ୍କର କଣ ଅବା କରିପାରିବି। ମୁଁ ଆଜି ଅଛି କାଲିକି ନଥିବି, ତେଣୁ ଏତିକି କରୁଣା କର ମଣିମା ଆର ଜନମରେ ମୋତେ ଏ କୁକୁଡ଼ା ଜୀବନ ନଦିଅ। ଏ ନର୍କ ଯନ୍ତ୍ରଣା ମୁଁ ସହି ପାରୁନି ମହାବାହୁ।

Advertisment
Lord Jagannath Social Media Viral Video
Advertisment
Advertisment