• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟେଲର ସ୍ୱିଫ୍ଟ ହେଉଛନ୍ତି ବିଶ୍ୱର ଜଣେ ଜଣାଶୁଣା ପପ୍‌ ଷ୍ଟାର । ସେ ଖୁବ୍ ନାମୀ ଏବଂ ଦାମୀ ମଧ୍ୟ । ତାଙ୍କୁ ଗ୍ରାମୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । ସଂଗୀତ ଦୁନିଆର ସେ ଜଣେ ମହାନ ବ୍ୟକ୍ତିତ୍ୱ ଭାବେ ବେଶ ପରିଚିତ । ଅନେକ ସମୟରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଥାଏ । ହେଲେ ଏବେ ଆମେ ଯେଉଁ କଥା କହିବୁ ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏଥର ଚର୍ଚ୍ଚା ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ପୋଷା ବିଲେଇକୁ ନେଇ ।

ଯେଉଁମାନେ ଟେଲରଙ୍କୁ ଜାଣିଛନ୍ତି ବା ସୋସିଆଲ ମିଡିଆ ରେ ତାଙ୍କୁ ଅନୁସରଣ କରୁଛନ୍ତି ତେବେ ସେମାନେ ନିଶ୍ଚିତ ଜାଣିଥିବେ ଯେ, ପପ୍‌ଷ୍ଟାର ଟେଲର ତାଙ୍କ ବିଲେଇକୁ କେତେ ପସନ୍ଦ କରନ୍ତି । ଆଉ ତାଙ୍କ ବିଲେଇକୁ କେତେ ଗୁରୁତ୍ୱ ଦିଅନ୍ତି । ଆଉ ତାଙ୍କ ବିଲେଇର ନାଁ ଓଲିଭା ବେନ୍‌ସନ୍‌ । ଏହି ବିଲେଇ ହେଉଛି ବିଶ୍ୱର ୩ ନମ୍ବର ଦାମୀ ବିଲେଇ । ଯାହାର ମୂଲ୍ୟ ୮୦୦ କୋଟି ଟଙ୍କା ।

AllAboutCats.com ଅନୁଯାୟୀ ଓଲିଭା ହେଉଛି ବର୍ତ୍ତମାନ ବିଶ୍ୱର ତିନି ନମ୍ବରରେ ଥିବା ସବୁଠାରୁ ଦାମୀ ପୋଷା ଜନ୍ତୁ । ୨୦୧୪ ପରଠାରୁ ଓଲିଭା ନାଁରେ ଏହି ରେକର୍ଡ ରହିଛି । ଟେଲରଙ୍କ ପାଖରେ ଆହୁରି ଦୁଇଟି ବିଲେଇ ମଧ୍ୟ ରହିଛି । ଜଣଙ୍କ ନାଁ ମେରିଡ୍‌ଥ୍‌ ଗ୍ରେ ଓ ଅନ୍ୟଟି ବେଞ୍ଜାମିନ୍ ବଟନ୍‌ । ଖାଲି ସେତିକି ନୁହେଁ ଟେଲରଙ୍କ ଏହି ଓଲିଭା ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ଖୁବ୍ ପପୁଲାର । ସେ ନିଜେ ମଧ୍ୟ ଖୁବ୍‌ ରୋଜଗାର କରୁଛି । ହାଇବଜେଟ୍ ବିଜ୍ଞାପନ କରିବା ସହ ଅନେକ ଗୀତରେ ମଧ୍ୟ ସେ ନଜର ଆସିଛି ।

ଅଧିକ ପଢ଼ନ୍ତୁ: ୮୦ ଲକ୍ଷ ଖର୍ଚ୍ଚ କରି ପୋଷା ବିଲେଇଙ୍କ ପାଇଁ ବୋମା ଘର ତିଆରି କଲେ ଭାରତୀୟ ନାଗରିକ