Advertisment

୮୦ ଲକ୍ଷ ଖର୍ଚ୍ଚ କରି ପୋଷା ବିଲେଇଙ୍କ ପାଇଁ ବୋମା ଘର ତିଆରି କଲେ ଭାରତୀୟ ନାଗରିକ

ୟୁକ୍ରେନ୍‌ରେ ଫସିଛନ୍ତି ଭାରତୀୟ ଡାକ୍ତର। ନିଜ ପୋଷା ବିଲେଇଙ୍କୁ ରକ୍ଷା କରିବା ନେଇ ତିଆରି କଲେ ବୋମା ଆଶ୍ରୟସ୍ଥଳ ଓ ବାଡ। ଏନେଇ ସେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି।

author-image
Pramod Behera
In Ukraine Indian man builds bomb shelter worth rs 80 lakh

In Ukraine Indian man builds bomb shelter worth rs 80 lakh

ଆନ୍ଧ୍ରପ୍ରଦେଶର ଜଣେ ଭାରତୀୟ ନାଗରିକ, ୟୁକ୍ରେନର ଡୋନ୍‌ବାସ୍ ଅଞ୍ଚଳରେ ଫସି ରହିଥିବା ବେଳେ ତାଙ୍କ ପୋଷା ବିଲେଇମାନଙ୍କ ପାଇଁ ଏକ ବୋମା ଆଶ୍ରୟସ୍ଥଳ ଏବଂ ଏକ ବାଡ ନିର୍ମାଣ କରୁଛନ୍ତି। ତାଙ୍କ ପାଖରେ ଏକ ୨୨ ମାସର ଜାଗୁଆର ଏବଂ ଏକ ୯ ମାସର ପାନ୍ଥର ଅଛି।

Advertisment

ଜାଗୁଆର କୁମାର ନାମରେ ଜଣାଶୁଣା ଡକ୍ଟର ଗିରି କୁମାର ପାଟିଲ ଋଷର ସେନା ଦ୍ୱାରା ନିୟନ୍ତ୍ରିତ ଡୋନ୍‌ବାସ୍‌ ଅଞ୍ଚଳରୁ ବାହାରିବା ନେଇ ଅସୁବିଢାରେ ଅଛନ୍ତି। ଏହି ଆସିଷ୍ଟାଣ୍ଟ ଅର୍ଥୋପେଡିକ୍ ସର୍ଜନ ବାଡ ନିର୍ମାଣ ପାଇଁ ତାଙ୍କର ସମସ୍ତ ସମ୍ପତ୍ତି ଏବଂ କାର୍‌କୁ ବିକ୍ରି କରିଦେଇଛନ୍ତି।

ଏକ ସାକ୍ଷାତକାରରେ ପାଟିଲ କହିଛନ୍ତି ଯେ ସେ ଜଣେ କେୟାର୍‌ଟେକ୍‌ର ନିଯୁକ୍ତ କରିବେ ଏବଂ ଆଶ୍ରୟସ୍ଥଳ ପ୍ରସ୍ତୁତ ହେବା ପରେ ସେ ଭାରତକୁ ଫେରିବେ।

Advertisment

ପାଟିଲ କହିଛନ୍ତି “ମୁଁ ପ୍ରାୟ ୨୦୦ ମିଟର ଲମ୍ବ ବୋମା ଆଶ୍ରୟସ୍ଥଳ ସହିତ ଏକ ବାଡ ନିର୍ମାଣ କରୁଛି। ମୁଁ ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ମୋ ପାଖରେ ଆଉ କୌଣସି ବିକଳ୍ପ ନଥିଲା କାରଣ ଏଠାରେ ଥିବା ପ୍ରାଣୀ ଉଦ୍ୟାନଗୁଡ଼ିକ ବଡ ବିଲେଇମାନଙ୍କୁ ରଖିବାକୁ ଚାହୁଁ ନଥିଲେ। ଥରେ ଆଶ୍ରୟସ୍ଥଳ ପ୍ରସ୍ତୁତ ହୋଇଗଲେ ମୋତେ ମାନବ କରିଡର୍‌ ଖୋଲିବାକୁ ଅପେକ୍ଷା କରିବାକୁ ପଡିବ।”

ଯେତେବେଳେ ଭାରତ ସରକାର ୟୁକ୍ରେନରୁ ଅନ୍ୟ ଭାରତୀୟ ନାଗରିକଙ୍କ ସହ ପାଟିଲଙ୍କୁ ସ୍ଥାନାନ୍ତର କରିବାକୁ ଚାହୁଁଥିଲେ, ସେତେବେଳେ ସେ ତାଙ୍କ ବିଲେଇମାନଙ୍କୁ ଛାଡି ଯିବାକୁ ମନା କରିଦେଇଥିଲେ ଏବଂ ତାଙ୍କ ପାନ୍ଥର ଏବଂ ଜାଗୁଆରକୁ ଭାରତ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ।

ଏହା ପରେ ସେଣ୍ଟ୍ରାଲ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ବିଲେଇଙ୍କ ପାଇଁ ଏକ ନୂଆ ଘର ଖୋଜିବା ପାଇଁ ଭାରତର ବିଭିନ୍ନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଥିଲେ।

ମୈସୁର୍ ପ୍ରାଣୀ ଉଦ୍ୟାନର ଅଧିକାରୀମାନେ ବଡ଼ ବିଲେଇମାନଙ୍କୁ ନେବାକୁ ଇଚ୍ଛା ପ୍ରକାଶ କରି କହିଛନ୍ତି ଯେ ସେମାନଙ୍କ ପାଖରେ ଆବଶ୍ୟକ ବାଡ ଏବଂ ଅଭିଜ୍ଞତା ଅଛି।

ପାଟିଲ ଭାରତ ସରକାରଙ୍କୁ ଲେଖିଛନ୍ତି, “ତାଙ୍କୁ ଭାରତର ଯେକୌଣସି ପ୍ରାଣୀ ଉଦ୍ୟାନକୁ ତାଙ୍କ ପାନ୍ଥର ଏବଂ ଜାଗୁଆର ପଠାଇବାକୁ ବିକଳ୍ପ ଦିଆଯାଇଥିଲା। ସେମାନେ ମୈସୁର୍ ପ୍ରାଣୀ ଉଦ୍ୟାନକୁ ବାଛିଥିଲେ ଯାହା ଆମକୁ ଜଣେଇଥିଲେ। ଆମ ସଦସ୍ୟ ସଚିବଙ୍କୁ ଦିଲ୍ଲୀରୁ ସୂଚନା ଦିଆଯାଇଥିଲା। ୨୫ ବର୍ଷ ଧରି ଆମର ପ୍ରାଣୀ ଉଦ୍ୟାନରେ କଳା ପାନ୍ଥର୍ ଏବଂ ଜାଗୁଆର୍ ରହିଛି। ପଶୁମାନଙ୍କ ପାଇଁ ଆମ ପାଖରେ ଉତ୍ତମ ପରିବେଶ ଅଛି। ସେମାନଙ୍କ ପାଇଁ ଆମର ଏକ ଅଲଗା ଏନ୍‌କ୍ଲୋଜର ଅଛି ବୋଲି କର୍ଣ୍ଣାଟକର ପ୍ରାଣୀ ଉଦ୍ୟାନର ଅଧ୍ୟକ୍ଷ ମହାଦେବସ୍ୱାମୀ କହିଛନ୍ତି।”

ତଥାପି, ବଡ ବିଲେଇମାନଙ୍କୁ ସ୍ଥାନାନ୍ତର କରିବା ସହଜ ହୋଇ ନପାରେ। ଏହି କ୍ଷେତ୍ରକୁ ଉଭୟ ସ୍ଥଳ ଏବଂ ବାୟୁମାର୍ଗରୁ ଋଷର ସୈନିକମାନେ ଟାର୍ଗେଟ କରିଛନ୍ତି। ଡନବାସ୍ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି ବୋଲି ପାଟିଲ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ମତେ ଲାଗୁ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ବିନା ସ୍ଥାନାନ୍ତର ସମ୍ଭବ ହେବ। ଏଠାରେ ଯୁଦ୍ଧ ଜାରି ରହିଛି। ପ୍ରତିଦିନ ଆମେ ରକେଟ୍‌ ବିସ୍ଫୋରଣ, ଏୟାର ଷ୍ଟ୍ରାଇକ୍, ଟ୍ୟାଙ୍କ୍‌ ଆଦି ଦେଖୁଛୁ।

Ukraine Russia War
Advertisment
Advertisment