• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିବାହକୁ ନେଇ ପ୍ରାୟ ସମସ୍ତେ କିଛି ସ୍ୱପ୍ନ ଦେଖିଥା’ନ୍ତି । ନିଜ ବାହାଘରକୁ ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରିଥା’ନ୍ତି । ବାହାଘରର ବହୁ ପୂର୍ବରୁ ପ୍ରସ୍ତୁତି ମଧ୍ୟ କରାଯାଇଥାଏ । ବିବାହ ଉତ୍ସବ ପାଇଁ ସୁନ୍ଦର ତୋରଣ, ଆକର୍ଷଣୀୟ ସାଜସଜ୍ଜା ଏବଂ ଭୋଜିରେ ଅତିଥିମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ହୋଇଥାଏ । ଯାହାକୁ ନିମନ୍ତ୍ରିତ ଅତିଥିମାନେ ଖୁବ୍‌ ଉପଭୋଗ କରିଥା’ନ୍ତି ।

ହେଲେ ଏସବୁ ଭିତରେ ବାହାଘରକୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀଙ୍କ ବାହାଘର ହେଉଛି । ସାଧାରଣତଃ ଯେପରି ବିବାହ ହୋଇଥାଏ ସେହିପରି ସମସ୍ତ ପ୍ରସ୍ତୁତି ମଧ୍ୟ କରାଯାଇଛି । ହେଲେ ବିବାହରେ ଅତିଥିମାନଙ୍କ ପାଇଁ କୌଣସି ଭୋଜିଭାତର ବ୍ୟବସ୍ଥା ହୋଇନାହିଁ । ବରଂ ଅତିଥିମାନଙ୍କ ପାଇଁ କେବଳ ହୋଇଛି ପାଣିର ବ୍ୟବସ୍ଥା ।

ଅଧିକ ପଢ଼ନ୍ତୁ: ବିବାହରେ ଅଜବ ଚୁକ୍ତି; ପ୍ରଥମ ସ୍ତ୍ରୀ ପାଖରେ ତିନିଦିନ, ଦ୍ୱିତୀୟ ସ୍ତ୍ରୀ ପାଖେ ତିନିଦିନ

ବିବାହ ଉତ୍ସବରେ ଯୋଗଦେଇ ଅତିଥିମାନେ କେବଳ ପାଣି ପିଇପାରିବେ ବୋଲି କୁହାଯାଇଛି । କୌଣସି ବ୍ୟକ୍ତିମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇନାହିଁ । ଏକଥା ଆଉ କେହିନୁହେଁ, ଖୋଦ୍‌ କହିଛନ୍ତି ବିବାହ କରିବାକୁ ଯାଉଥିବା ଯୁବତୀ ଅର୍ଥାତ୍‌ କନ୍ୟା। ଏପରି ଏକ ଅଜବ କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦିଆଯାଇଥିବା ତଥ୍ୟ ଅନୁସାରେ, ଏହି ବିବାହରେ ଯୋଗଦେବାକୁ ଥିବା ଅତିଥିମାନେ କେବଳ ପାଣି ପିଇପାରିବେ । ହେଲେ ଖାଦ୍ୟ ଖାଇପାରିବେ ନାହିଁ । ବିବାହ ଉତ୍ସବ ଶେଷ ହେବା ପରେ ଅତିଥିମାନେ ନିଜ ନିଜଘରେ ପହଞ୍ଚି ଖାଦ୍ୟ ଖାଇବେ ।

ବିବାହକୁ ନେଇ ନିଜେ କନ୍ୟା କହିଛନ୍ତି, ରୀତିନୀତି ଅନୁସାରେ ସେ ଉପବାସ କରୁଛନ୍ତି । ତେଣୁ ସେ ଅତିଥିମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିନାହାଁନ୍ତି। ଜୁସ ଓ କ୍ଷୀର ପିଇବା ପାଇଁ ତାଙ୍କୁ କେବଳ ଅନୁମତି ରହିଛି । ତେଣୁ ଅତିଥିମାନେ ତାଙ୍କ ବିବାହ ଉତ୍ସବରେ ପାଣି ପିଇପାରିବେ ।

କନ୍ୟାଙ୍କ ଏପରି ବ୍ୟବସ୍ଥାକୁ ନେଇ କିଛି ଅତିଥି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଯାହା ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିଲା ।

AITA for having a dry wedding and serving only water for drinks?
by u/Odd_Conversation5087 in AmItheAsshole