• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ କେବେ ଭାବିଛନ୍ତି ଆପଣଙ୍କୁ ଅଫିସ ଅଚାନକ ଛୁଟି ଦେବ । ଆଉ ତାହା ପୁଣି ରେଷ୍ଟ ନେବା ଉଦ୍ଦେଶ୍ୟରେ । ଯଦି ଆପଣଙ୍କୁ ଆପଣଙ୍କ ଅଫିସ ଅଚାନକ ମେଲ୍‌ କରିବ ଯେ, ‘ଆଜି ଅଫିସ ଛୁଟି ଆପଣ ଘରେ ଆରାମରେ ଶୁଅନ୍ତୁ’ , ତେବେ ଆପଣଙ୍କୁ କେମିତି ଅନୁଭବ ହେବ । ନିହାତି ଭାବେ ଆପଣ କହିବେ ବହୁତ ଖୁସି ଲାଗିବ । ଆଉ ସେହି ଛୁଟି ଯଦି ୱିକେଣ୍ଡକୁ ଲାଗିକି ଥିବ ତେବେ ଖୁସି ଡବଲ ହୋଇଯିବ ।

ଅଧିକ ପଢ଼ନ୍ତୁ: ଏମିତି ଚାକିରି ଭାଗ୍ୟରେ ଥିଲେ ମିଳେ... ଖାଲି ଖାଇବ ଆଉ ଶୋଇବ...

Mail(Mail)

ଆଜ୍ଞା ହଁ । ଆମେ ଯାହା କହୁଛୁ ସବୁ ସତ କହୁଛୁ । ବେଙ୍ଗାଲୁରୁର ଏକ ସଂସ୍ଥା ଆଜି ସକାଳୁ ଅଚାନକ ସମସ୍ତ କର୍ମଚାରୀଙ୍କୁ ମେଲ୍‌ କରି ଘରେ ଶୋଇବା ପାଇଁ କହିଛି । ଅର୍ଥାତ୍ ଆଜି ତାଙ୍କୁ ଛୁଟି ଦିଆଯାଇଛି । ଆଜି ଯେହେତୁ ଶୁକ୍ରବାର ଛୁଟି ମିଳୁଛି ତେବେ ଆଗାମୀ ଦୁଇ ଦିନ ମଧ୍ୟ ଛୁଟି । କାରଣ ସାଧାରଣତଃ ଶନିବାର ଓ ରବିବାର ୱିକେଣ୍ଡ । ଏହି କାରଣରୁ ଉକ୍ତ କମ୍ପାନୀର କର୍ମଚାରୀଙ୍କ ଖୁସି କହିଲେ ନସରେ । କିଛି କର୍ମଚାରୀ ନିଜ ସଂସ୍ଥାର ଏଭଳି ନିଷ୍ପତ୍ତିରେ ଅତ୍ୟନ୍ତ ଖୁସି ହୋଇ ଟ୍ୱିଟରରେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି ।

Mail(Mail)

ଖାଲି ସେତିକି ନୁହେଁ ସଂସ୍ଥା ପକ୍ଷରୁ ସକାଳୁ ସକାଳୁ ଆସିଥିବା ସର୍ପ୍ରାଇଜ୍‌ ହଲିଡେ ମେଲ୍‌ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଆପଣ ଭାବୁଥିବେ କମ୍ପାନୀ ଏଭଳି କାହିଁକି ନିଷ୍ପତ୍ତି ନେଲା । ଆମେ ଆପଣଙ୍କୁ ଏଠି କହି ରଖୁଛୁ ଯେ, ଆଜି ହେଉଛି ମାର୍ଚ୍ଚ ୧୭ ତାରିଖ, ଅର୍ଥାତ୍‌ ଆନ୍ତର୍ଜାତିକ ନିଦ୍ରା ଦିବସ । ଏହି ଦିବସ ପାଳନ କରିବା ପାଇଁ ଆଜି ସକାଳୁ କମ୍ପାନୀ ପକ୍ଷରୁ ସବୁ କର୍ମଚାରୀଙ୍କୁ ସର୍ପ୍ରାଇଜ୍ ହଲିଡେ ମେଲ୍‌ କରାଯାଇଛି । ଏଥିରେ ସ୍ପଷ୍ଟ ଭାବେ ନିଦ୍ରା ଦିବସ ପାଇଁ ଶୁଭେଚ୍ଛା ଦିଆଯାଇଥିବା ବେଳେ କର୍ମଚାରୀ ଚାହିଁଲେ ଆଜି ଛୁଟି ନେଇପାରିବେ ବୋଲି ଲେଖାଯାଇଛି । ମେଲ୍‌ ଉପରେ ଲେଖାଯାଇଛି ଯେ, Gift Of Sleep । ଅର୍ଥାତ ଅଫିସ୍ ତରଫରୁ ନିଦ୍ରା ଉପହାର ।

Mail(Mail)

ତେବେ ଏହି କଂପାନୀ ସବୁବେଳେ ନିଜ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବା ସହ ମାନସିକ ସ୍ଥିତି ପ୍ରତି ମଧ୍ୟ ଯତ୍ନବାନ ରହିଆସିଛି । ଏଭଳି ସର୍ପ୍ରାଇଜ୍‌ ଗିଫ୍ଟ, ପୂର୍ବରୁ ମଧ୍ୟ ନିଜ କର୍ମଚାରୀଙ୍କୁ ଏହି କମ୍ପାନୀ ଦେଇ ଚର୍ଚ୍ଚାରେ ରହିଛି । ଗତବର୍ଷ ଅଚାନକ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ କୁହାଯାଇଥିଲା ଯେ, ଆପଣମାନେ ଶୋଇପଡ଼ନ୍ତୁ । ୩୦ ମିନିଟ୍ ପର୍ଯ୍ୟନ୍ତ କାମ ଛାଡ଼ି ଶୁଅନ୍ତୁ ଆଉ ରେଷ୍ଟ ନିଅନ୍ତୁ ।

ସଂସ୍ଥାର ଏଭଳି ନିଷ୍ପତି ସୋସିଆଲ ମିଡିଆ ରେ ଖୁବ୍‌ ଭାଇରାଲ ହେଉଛି । ଅନ୍ୟ ସଂସ୍ଥାମାନେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେବା ବା କର୍ମଚାରୀଙ୍କ ପ୍ରତି ଗୁରୁତ୍ୱ ଦେବାକୁ ଅନେକ ୟୁଜର ପରାମର୍ଶ ଦେଇଛନ୍ତି ।