• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାପ୍‌ରେ.. ବଢ଼ିଆ ଚାକିରି । ଖାଇବ ଶୋଇବ ଦରମା ନେବ । ଆମେ ସମସ୍ତେ କେତେବେଳେ ନା କେତେବେଳେ ଭାବିଥାନ୍ତି ଯେ, ଏ ମଣିଷକୁ କେତେ କାମ କରିବାକୁ ପଡ଼ୁଛି । ଏମିତି କିଛି ଚାକିରି ମିଳନ୍ତାନି ଯେଉଁଥିରେ କିଛି କାମ ନଥାନ୍ତା । ଖାଲି ମାସକୁ ମାସ ଦରମା ଆସନ୍ତା । ଶାନ୍ତିରେ ଖାଇ ପିଇ ଶୋଇବା ପାଇଁ ଚାକିରି ମିଳନ୍ତା । ତେବେ କେତେ ଭଲ ହୁଅନ୍ତା । ଖାଇ ପିଇ ମଣିଷ ଶାନ୍ତିରେ ଶୁଅନ୍ତା । ହେଲେ ଏମିତି ଚାକିରି ଭାଗ୍ୟରେ ଥିଲେ ମିଳେ ।

ଠିକ୍ ଏମିତି କିଛି ଚାକିରି ବିଷୟରେ ଏବେ ଆମେ କହିବାକୁ ଯାଉଛୁ । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏକ ୟୁରୋପିଅନ ମାଟ୍ରିସ୍‌ କମ୍ପାନୀ ଯିଏ କି ଏଭଳି ଚାକିରି ଦେଉଛି । ଏହି ଚାକିରିରେ କାମ ହେଲା କେବଳ ଖାଇବା ଆଉ କମ୍ପାନୀ ଦ୍ୱାରା ପ୍ରସ୍ତୁତ ମାଟ୍ରିସ୍‌ରେ ଶୋଇବା । ଆଉ ସକାଳୁ ନିଦ ଭାଙ୍ଗିବା ପରେ ରାତିରେ କେମିତି ନିଦ ହେଲା ତାହା ବଖାଣିବା । କେଉଁ ସ୍ୱପ୍ନ ଦେଖିଲେ ବା ନଦେଖିଲେ ତାକୁ ବଖାଣିବା । ଏହା ହିଁ ଏହି ଚାକିରି

ତେବେ ପୁରା ଘଟଣାଟି ହେଲା, ଚିଜ୍‌ ଖାଇ ରାତିରେ ଶୋଇଲେ ଦୁଃସ୍ୱପ୍ନ ଆସେ ବୋଲି ୟୁରୋପିଆନ୍‌ ଲୋକଙ୍କର ବିଶ୍ୱାସ ରହିଛି । ତେଣୁ ସେମାନେ ରାତିରେ ଚିଜ୍‌ ଖାଆନ୍ତି ନାହିଁ । ଏହି ବିଶ୍ୱାସ୍‌କୁ ପରଖିବା ପାଇଁ ଉକ୍ତ ମାଟ୍ରିସ୍‌ କମ୍ପାନୀ ନିଜେ ପରୀକ୍ଷା କରିବାକୁ ଚାହିଁଲା । କିଛି ଭଲ୍ୟୁଣ୍ଟରଙ୍କୁ ସେ ଆମନ୍ତ୍ରଣ କଲା । ଯେଉଁମାନେ କି ରାତିରେ ଚିଜ୍‌ ଖାଇବେ ଆଉ ତାଙ୍କ ମାଟ୍ରିସ୍‌ରେ ଶୋଇବେ । ଏଥିପାଇଁ ତାଙ୍କୁ ୧୦୦୦ ଡଲାର ଦିଆଯିବ । ପ୍ରାୟ ୩ ମାସ ପର୍ଯ୍ୟନ୍ତ ଏହି ରିସର୍ଚ୍ଚ ଚାଲିବ ।

ତେବେ ସେମାନଙ୍କୁ ଯେଉଁ ଚିଜ୍‌ ଦିଆଯିବ ତାହା ‘ଡାଇରୀ ଡ୍ରିମର୍ସ’ର ବୋଲି ଜଣାପଡ଼ିଛି । ଏହି ରିସର୍ଚ୍ଚରେ ଯେଉଁମାନେ ସାମିଲ ହେବେ ସେମାନେ ଡାଇରୀ ଡ୍ରିମର୍ସର ଅଫିସିଆଲ୍‌ ଟେଷ୍ଟର ବୋଲି ଧରାଯିବ । ଏଥିପାଇଁ ୫ ଜଣଙ୍କୁ ସଂସ୍ଥା ଚାକିରି ଦେଇଛି । ତିନିମାସ ପର୍ଯ୍ୟନ୍ତ ସେମାନେ ଏହି ରିସର୍ଚ୍ଚ ସହ ଜଡ଼ିତ ରହିବେ ।

ପ୍ରତି ସପ୍ତାହରେ ସେମାନଙ୍କ ବିଭିନ୍ନ ପ୍ରକାର ଚିଜ୍‌ ଖାଇବାକୁ ଦିଆଯିବ । ସେଥିରେ ବ୍ଲୁ-ଚିଜ୍, ହାର୍ଡ, ସଫ୍ଟ ଚିଜ୍ ଆଦି ରହିବ । ପ୍ରତ୍ୟେକ ଦିନ ସେମାନଙ୍କୁ ସମାନ ସମୟରେ ଚିଜ୍‌ ଖାଇବାକୁ ଦିଆଯିବ । ଏହାପରେ ସକାଳୁ ଉଠିବା ପରେ ସେମାନଙ୍କ ଅନୁଭୂତି ରେକର୍ଡ କରାଯିବ । ସେମାନଙ୍କର ଶକ୍ତି ପରୀକ୍ଷା ମଧ୍ୟ ହେବ । ସେମାନେ ଦୁର୍ବଳ ଅନୁଭବ କରୁଛନ୍ତି ନା ସୁସ୍ଥ ରହୁଛନ୍ତି ତାହା ମଧ୍ୟ ଯାଞ୍ଚ କରାଯିବ ।