• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ ସୋସିଆଳ ମିଡିଆ ରେ ଅନେକ କାହାଣୀ ଶୁଣୁଥିବେ । ଅନେକ ଭିଡିଓ ଦେଖୁଥିବେ । ହେଲେ କିଛି ଭିଡିଓ ଟ୍ରେଣ୍ଡିଂକୁ ଚାଲିଆସେ । ଅର୍ଥାତ ସେହି ଭିଡିଓ ସବୁ ଲୋକଙ୍କୁ ଅଧିକ ପସନ୍ଦ ଆସେ । ଆମେ ଯଦି ତୁଳନା କରିବା, ତେବେ ଲୋକଙ୍କୁ ସେହି ଭିଡିଓ ଅଧିକ ଭଲ ଲାଗିଥାଏ ଯେଉଁ ଭିଡିଓରେ ସତ୍ୟତା ଥାଏ । ଆଉ ଆତ୍ମିୟତା ଥାଏ । ଏମିତିକି ସାଧାରଣ ଲୋକଙ୍କ ସହ ଜଡ଼ିତ ଭିଡିଓ ଅଧିକାଂଶ ୟୁଜର୍ସଙ୍କୁ ଆକୃଷ୍ଠ କରିଥାଏ ।

ଅଧିକ ପଢ଼ନ୍ତୁ: ଟଙ୍କିକିଆ କଏନ୍‌ ଦେଇ ଦାମୀ ସ୍ପୋର୍ଟର୍ସ ବାଇକ୍‌ କିଣିଲେ ଛାତ୍ର

ଠିକ୍‌ ସେମିତି ଏକ ଭିଡିଓ ଏବେ ଆମ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ଦୀର୍ଘ ଦିନର ସଞ୍ଚୟକୁ ଧରି ସିଧା ଆସି ପହଞ୍ଚିଲେ ଗାଡ଼ି ସୋ’ ରୁମ୍‌ରେ । ଆଉ ଲକ୍ଷ ଥିଲା ଗାଡ଼ି କିଣିବେ ।ଏହା ହିଁ ତାଙ୍କ ଜୀବନର ଏକ ବଡ଼ ସ୍ୱପ୍ନ । ତେବେ ଏତିକି କଥା ଜାଣିବା ପରେ ଆପଣ ଭାବୁଥିବେ ଏଥିରେ କିଛି ନୂଆ କଥା ନାହିଁ । ଆଜ୍ଞା ହଁ ଆମେ ଏପର୍ଯ୍ୟନ୍ତ ଯାହା କହିଛୁ ତାହା ନୂଆ କଥା ନୁହେଁ କିନ୍ତୁ ଆଗକୁ ଯାହା କହିବୁ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଉ କହିବେ ହଁ ସତରେ ଜଣେ ବ୍ୟକ୍ତି କ’ଣ ଏମିତି କରିପାରନ୍ତି । ତେବେ ଉତ୍ତର ଆସିବ ହଁ । କାରଣ ସେହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଆଉ ଲାଇକ୍‌ କମେଣ୍ଟ ସହ ଅନେକ ଳୋକ ଭିଡିଓକୁ ସେୟାର ମଧ୍ୟ କରୁଛନ୍ତି । 

ତେବେ ପୁରା ଘଟଣାଟି ହେଲା ଆସାମ୍‌ର ଜଣେ ବ୍ୟକ୍ତି ମହମ୍ମଦ ସୈଦୁଲ ହକ୍ । ସେ ଦାରଙ୍ଗ ଜିଲ୍ଲା ସିଝର ଅଞ୍ଚଳର ବାସିନ୍ଦା । ତାଙ୍କର ଏକ ବଡ଼ ସ୍ୱପ୍ନ ଥିଲା ସେ ଦିନେ ନିଜ ରୋଜଗାରରେ ଦୁଇ ଚକିଆ ଗାଡ଼ି କିଣିବେ । ସେହି ସ୍ୱପ୍ନ ତାଙ୍କର ପୁରଣ ହୋଇଛି । ତେବେ ନିଜ ସ୍ୱପ୍ନ ପୁରଣ କରିବା ପାଇଁ ସୈଦୁଲ ଗୋଟିଏ ଗୋଟିଏ ଟଙ୍କା ଯୋଡ଼ିବାକୁ ଲାଗିଲେ । ଏଭଳି କିଛି ବର୍ଷ ମଧ୍ୟରେ ତାଙ୍କ ପାଖରେ ଗାଡ଼ି କିଣିବା ପାଇଁ ଟଙ୍କା ଗଚ୍ଛିତ ହେଲା । ହେଲେ ସବୁଠାରୁ ବଡ଼ କଥା ହେଲା ଏହି  ଟଙ୍କା କୌଣସି ବ୍ୟାଙ୍କ କିମ୍ବା ବଡ଼ ନୋଟ୍‌ରେ ନଥିଲେ । ଏହା ଥିଲା କେବଳ କଏନ୍‌ ।  

ନ୍ୟୁଜ୍‌ ଏଜେନ୍ସି ANI ଦ୍ୱାରା ଟ୍ୱିଟର ରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ସୈଦୁଲ ଏକ ବସ୍ତାରେ ୯୦ ହଜାର ଟଙ୍କାର କଏନ୍‌ ଧରି ଗାଡ଼ି ସୋରୁମ୍‌କୁ ଆସୁଛନ୍ତି । ସୋରୁମ୍‌ ଚଟାଣରେ ବସି ସେଠାକାର ଜଣେ କର୍ମଚାରୀଙ୍କ ସହ ମିଶି ଟଙ୍କା ଗଣୁଛନ୍ତି । ଆଉ କଏନ୍‌ ଗଣି ସାରିବା ପରେ ସ୍କୁଟର କିଣିଛନ୍ତି । କଏନ୍ ଦେଇ ସ୍କୁଟରର ସମସ୍ତ କାଗଜପତ୍ରରେ ବି ସେ ଦସ୍ତଖତ କରିଛନ୍ତି । 

ସୈଦୁଲ କହିଛନ୍ତି ‘ସ୍କୁଟର କିଣିବା ମୋର ଗୋଟିଏ ବଡ଼ ସ୍ୱପ୍ନ ଥିଲା । ୫-୬ ବର୍ଷ ହେବ ସେଥିପାଇଁ ମୁଁ ଟଙ୍କା ସଞ୍ଚୟ କରୁଥିଲି । ଆଜି ମୋର ସ୍ୱପ୍ନ ପୁରଣ ହୋଇଛି । ମୁଁ ବହୁତ ଖୁସି ।’

ସୈଦୁଲଙ୍କ ଏଭଳି ଇଚ୍ଛାଶକ୍ତିକୁ ସମସ୍ତେ ପ୍ରଶଂସା କରିଛନ୍ତି । ଯିଏ ବି ଶୁଣୁଛନ୍ତି ସିଏ ବାହାବାହ କରିଛନ୍ତି । ଏମିତିକି ସୋ-ରୁମ୍‌ ମାଲିକ କହିଛନ୍ତି ଏହି ଲୋକ ଆଜି କଏନ୍‌ ଧରି ସ୍କୁଟର କିଣିଛି କାଲି କାର କିଣିବାର କ୍ଷମତା ବି ତାର ରହିଛି ।