Advertisment

ଟଙ୍କିକିଆ କଏନ୍‌ ଦେଇ ଦାମୀ ସ୍ପୋର୍ଟର୍ସ ବାଇକ୍‌ କିଣିଲେ ଛାତ୍ର

ସୋରୁମ୍‌ର ମ୍ୟାନେଜରଙ୍କୁ ସବୁ କଥା କହିବା ସହ ବାଇକ୍‌ କିଣିବାକୁ ଅନୁରୋଧ କରିଥିଲେ। ଯୁବକଙ୍କ ଆଗ୍ରହ ଦେଖି ମ୍ୟାନେଜର ବି କେବଳ କଏନ୍ ନେଇ ବାଇକ୍ ବିକ୍ରି କରିବାକୁ ରାଜି ହୋଇଯାଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Telangana Man Buy Sports Bike

Telangana Man Pays Rs 2.85 Lakh To Buy His Dream Sports Bike

ସ୍ୱପ୍ନକୁ ସାକାର କରିବା ପାଇଁ ଉତ୍ସାହ, ଲକ୍ଷ୍ୟ ଓ ସମୟ ଆବଶ୍ୟକ। ଆଉ ଏହି ତିନୋଟିକୁ ପାଥେୟ ନିଜ ସ୍ୱପ୍ନକୁ ହାସଲ କରିଛନ୍ତି ତେଲେଙ୍ଗାନାର ଜଣେ ଯୁବକ। ସ୍ପୋର୍ଟର୍ସ ବାଇକ୍‌ କିଣିବା ପାଇଁ ତାଙ୍କର ଇଚ୍ଛା ଥିଲା ଆଉ କିଣିଲେ ମଧ୍ୟ। ହେଲେ ଭାବୁଥିବେ ଜଣେ ଯୁବକ ବାଇକ୍‌ କିଣିଲେ, ଏଥିରେ ଆଶ୍ଚର୍ଯ୍ୟ ହେବା କାହିଁକି। ହଁ ଆଜ୍ଞା...କାହିଁକିନା ପିଲାଦିନୁ କେବଳ କଏନ୍ ସଂଚୟ କରି ଶେଷରେ ସେ ବାଇକ୍‌ କିଣିଛନ୍ତି। ଟଙ୍କିକିଆ କଏନ୍‌ ଭର୍ତ୍ତି ୧୧୨ଟି ବ୍ୟାଗ୍‌କୁ ଦେଇ ସେ ଗୋଟିଏ ସ୍ପୋର୍ଟର୍ସ ବାଇକ୍‌ କିଣିଛନ୍ତି। 

Advertisment

ନ୍ୟୁଜ୍‌ ୧୮ର ରିପୋର୍ଟ ଅନୁସାରେ ତେଲେଙ୍ଗାନାର ମାଞ୍ଚେରିଆଲ ଜିଲ୍ଲା ରାମକୃଷ୍ଣପୁର ତାରକର୍ମ କଲୋନୀର ଜଣେ ଯୁବକ ଭେଙ୍କଟେସ୍ ପଲିଟେକନିକ୍‌ରେ ଅଧ୍ୟୟନ କରନ୍ତି। ଭେଙ୍କଟେସ୍‌ ନିଜେ ଏକ ସ୍ପୋର୍ଟର୍ସ ବାଇକ୍‌ କିଣିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସ୍ୱପ୍ନର ବାଇକ୍‌କୁ କିଣିବା ପାଇଁ ସେ ଟଙ୍କା ସଂଚୟ କରିବା ଆରମ୍ଭ କରିଦେଇଥିଲେ। ଏନେଇ ସେ ଟଙ୍କିକିଆ କଏନ୍‌ ସଂଚୟ କରିଥିଲେ।  ବାଇକ୍‌ର ଦାମ୍‌ ୨.୮୫ ଲକ୍ଷ ଟଙ୍କା। ଏହି ସ୍ପୋର୍ଟର୍ସ ବାଇକ୍‌କୁ କିଣିବା ପାଇଁ ଯେତିକି ଟଙ୍କା ଆବଶ୍ୟକ,ଏଥିପାଇଁ ତାଙ୍କୁ ୧୧୨ଟି ବ୍ୟାଗ୍‌ରେ କଏନ୍‌ ଭର୍ତ୍ତି କରିବାକୁ ପଡ଼ିଥିଲା। 

ଅଧିକ ପଢ଼ନ୍ତୁ: ସାକାର ହେଲା ସ୍ୱପ୍ନ: ଟ୍ରେନ୍‌ ଗଡ଼ାଇଲେ ଓଡ଼ିଆ ଝିଅ

ଆଉ କଏନ୍‌ ଭର୍ତ୍ତି ୧୧୨ଟି ବ୍ୟାଗକୁ ନେଇ ସୋରୁମ୍‌ରେ ପହଞ୍ଚିଥିଲେ ଭେଙ୍କଟେସ୍‌। ସୋରୁମ୍‌ର ମ୍ୟାନେଜରଙ୍କୁ ସବୁ କଥା କହିବା ସହ ବାଇକ୍‌ କିଣିବାକୁ ଅନୁରୋଧ କରିଥିଲେ। ପ୍ରଥମେ କଏନ୍ ନେଇ ବାଇକ୍ ବିକ୍ରି କରିବାକୁ ସେଲ୍ସମ୍ୟାନ୍ ଜଣଙ୍କ ଅମଙ୍ଗ ହୋଇଥିଲେ। କିନ୍ତୁ ଯୁବକଙ୍କ ଆଗ୍ରହ ଦେଖି ସେଲ୍ସମ୍ୟାନ୍ ଏ ସଂପର୍କରେ ମ୍ୟାନଜରଙ୍କୁ ଜଣାଇବା ସହ ୧୧୨ଟି ବ୍ୟାଗ୍‌ରେ ଭର୍ତ୍ତି ଥିବା କଏନ୍‌କୁ ଗଣିବା ଆରମ୍ଭ କରିଥିଲେ ଏବଂ ଏହି କଏନ୍ ଗଣିବାକୁ ପାଖାପାଖି ଅଧାଦିନ ଲାଗିଯାଇଥିଲା। ଗୋଟିଏ ବାଇକ୍‌ କିଣିବା ପାଇଁ ସବୁ ସଂଚୟ ଟଙ୍କାକୁ ଦେଇଥିଲେ ଭେଙ୍କଟେସ୍‌। କଏନ୍‌ ଗଣିବା ଶେଷ ହେବା ପରେ ପଲିଟେକନିକ୍‌ ଛାତ୍ରଙ୍କୁ ନୂଆ ବାଇକ୍‌ ଦିଆଯାଇଥିଲା।     

Advertisment
Advertisment
Advertisment