/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676013326.jpg)
Viral Video
ଦୁଇ ଦିନ ହେବ ସୋସିଆଲ ମିଡିଆ ରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ସେଥିରେ ନା ଅଛି ଏଡଟିଂ ନା ଅଛି ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ ବା ଇଫେକ୍ଟ । ସେଥିରେ ଖର୍ଚ୍ଚ କରାଯାଇନି ମୋଟା ଅଙ୍କର ଅର୍ଥ ନା ତାକୁ କେହି କରିଛନ୍ତି ପେଡ୍ ପ୍ରମୋସନ୍ । ସେଥିରେ ନା ଅଛି ଅଶ୍ଲିଳତା ନା ରହିଛି ଅଙ୍ଗ ପ୍ରଦର୍ଶନ । ତଥାପି ନିଆଁ ଭଳି ଭାଇରାଲ ହେଉଛି ସେହି ଭିଡିଓ । ମୋବାଇଲ ସ୍କ୍ରଲ କରୁ କରୁ ଯଦି ସାମ୍ନାକୁ ଆସିଗଲା ସେହି ଭିଡିଓ, ତେବେ ଆପଣ ବି ଟିକେ ଅଟକି ଯିବେ । ଖାଲି ଆପଣ ନୁହଁନ୍ତି ଯିଏ ବି ସେହି ଭିଡିଓ ଦେଖୁଛି ଟିକେ ଥମି ଯାଉଛି । ମୋବାଇଲ ସ୍କ୍ରଲିଂ ତାର ସେତିକିରେ ଅଟକୁଛି ।
ଅଧିକ ପଢ଼ନ୍ତୁ: ଆଖିକୁ ଦେଖାଯାଉନି କିନ୍ତୁ କଣ୍ଠରୁ ଗୀତ ଶୁଣିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ.. ଶୁଣନ୍ତୁ
ତେବେ ଭିଡିଓରେ ଜଣେ ୮୫ ବର୍ଷିୟ ବୃଦ୍ଧ ଗୀତ ଗାଉଛନ୍ତି । ଲିଜେଣ୍ଡ ଗାୟକ ମହମ୍ମଦ ରଫିଙ୍କ ‘ଫୁକାରତା ଚଲା ହୁଁ’ ଗୀତ ଗାଉଛନ୍ତି ବୃଦ୍ଧ ଜଣକ । ଆଉ ୮୫ ବର୍ଷ ବୟସରେ ତାଙ୍କ କଣ୍ଠ ସ୍ୱରରେ ସମସ୍ତେ ମୁଗଧ ହେଉଛନ୍ତି । ଏହି ବୟସରେ ବି କଣ୍ଠରେ ପ୍ରଚୁର ଶକ୍ତି ରହିଥିବା ସେହି ଗୀତ ଶୁଣିଲେ ଜଣାପଡ଼ୁଛି । ବୃଦ୍ଧ ଜଣକ ଏକ ମାଇକ୍ରୋଫୋନ୍ ଧରି ଗୀତ ଗାଉଛନ୍ତି । ତାମିଲ ନାଡ଼ୁର କୋଇମ୍ବାଟୁରର ସହରରେ ଏହି ବୃଦ୍ଧ ରହୁଥିବା ଜଣାପଡ଼ିଛି । ତେବେ ଭିଡିଓ ବିଷୟରେ ଆମେ ଅଧିକ କିଛି କହିବାକୁ ଚାହୁଁନୁ.. ଆପଣ ନିଜେ ସେହି ଭିଡିଓ ଦେଖିଲେ ନିଶ୍ଚୟ ବୁଝି ଯିବେ.. କାହିଁକି ଏହା ଏତେ ମାତ୍ରାରେ ଭାଇରାଲ ହେଉଛି ।
ଦେଖନ୍ତୁ ଭିଡିଓ...
An 85 years old person from Old Age Home at Coimbatore singing an old bollywood song... पुकारता चला हूं मैं...". pic.twitter.com/K1plbCEWPw
— Dayanand Kamble (@dayakamPR) February 10, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)