• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆରେ ଆପଣ ଅନେକ ଭିଡିଓ ନିଇତି ଦେଖୁଥିବେ । ସେଥିରୁ କିଛି କିଛି ଭିଡିଓ ଏମିତି ଥାଏ ଯାହା ମନ କିଣି ନେଇଥାଏ । ଆଉ ସେହି ଭିଡିଓରେ ଅନେକ ମର୍ମ ରହିଥାଏ । ଯେମିତିକି ମୋବାଇଲରେ ସ୍କ୍ରଲ କରୁ କରୁ ସେମିତି କିଛି ଭିଡିଓ ଯଦି ନଜରରେ ଆସିଲା ତେବେ ସ୍କ୍ରଲିଂ ସେଇଠି ଅଟକି ଯାଏ । ହାତ ସେଇଠି ରହିଯାଏ ।

ସେମିତି ଏକ ଭିଡିଓ ଏବେ ଆମ ନଜରରେ ଆସିଛି । ସେହି ଭିଡିଓକୁ ଏବେ ସୁଦ୍ଧା ପ୍ରାୟ ୩ ଲକ୍ଷ ଲୋକ ଦେଖିସାରିଲେଣି । ଏଥିରେ ଗଦା ଗଦା କମେଣ୍ଟ ମଧ୍ୟ କରିଛନ୍ତି ଲୋକେ । ସମସ୍ତେ ଏହି ଭିଡିଓ ଦେଖି ଇମୋସ୍‌ନାଲ ହୋଇପଡ଼ିଛନ୍ତି । ଏହି ଭିଡିଓରେ ଏମିତି କିଛି ସମ୍ପର୍କ ବିଷୟରେ ଅନୁଭବ ହେବ, ଯାହା କି ବର୍ତ୍ତମାନ ସମାଜରେ ଖୁବ୍‌ ଦେଖିବାକୁ ମିଳୁଛି । ବୟସ ବଢ଼ିବା ପରେ ଏହି ସମ୍ପର୍କର ଯେମିତି କିଛି ମାନେ ନଥିବା ଭଳି ବର୍ତ୍ତମାନ ସମାଜରେ ଦେଖାଯାଇଥାଏ । ତାହା ହେଲା ବାପା-ପୁଅର ସମ୍ପର୍କ ।

ଅଧିକ ପଢ଼ନ୍ତୁ: ଦୃଦୟ ବିଦାରକ ଭିଡିଓ...ବାଛୁରୀର ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଚାଟିଲା ଗାଈ

ଭିଡିଓରେ ଜଣେ ପୁଅ ନିଜ ବାପାଙ୍କୁ ଗୀତ ବୋଲି ଶୁଣାଉଛନ୍ତି । ଯାହାଫଳରେ କି ତାଙ୍କ ବାପାଙ୍କୁ ଟିକେ ଖୁସି ଲାଗିବ । ଆଉ ମନ ହାଲୁକା ହେବ । ତେବେ ପୁରା କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏହି ବାପା କିମ୍ବା ପୁଅ କୁନି କୁନି ପିଲା ନୁହନ୍ତି । ରୋଗ ଶଯ୍ୟାରେ ପଡ଼ିଥିବା ବାପାଙ୍କ ବୟସ ୧୦୫ ହୋଇଥିବା ବେଳେ ପୁଅର ବୟସ ୭୫ । ଏହି ବୟସରେ ବି ବାପାଙ୍କ ପ୍ରତି ଥିବା ପୁଅର ସ୍ନେହ ଓ ଭଲପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ପୁଅର ଗୀତ ଶୁଣି ବାପା ଯେମିତି ସତରେ କୁଣ୍ଢେମୋଟ ହୋଇପଡ଼ୁଛନ୍ତି । କାରଣ ପରିଣତ ବୟସରେ ଗୋଟିଏ ବାପା ସବୁବେଳେ ତାର ପରିବାରକୁ ଖୋଜିଥାଏ । ଆଉ ଶେଷ ସମୟରେ ଯଦି ତାର ସନ୍ତାନ ପାଖରେ ରହିଛି ତେବେ ଏହାଠାରୁ ବଡ଼ ଆନନ୍ଦ ବାପା ପାଇଁ ଆଉ କିଛି ହୋଇନଥାଏ ।

ତେବେ ସବୁଠାରୁ ବଡ଼ କଥା ହେଲା ଏହି ଭିଡିଓ ଟ୍ୱିଟର ରେ ପୋଷ୍ଟ ହେବା ପରେ ଜଗନ୍ନାଥ ନାମକ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି ଯେ, ‘ଭିଡିଓ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ । ଏହି ଭିଡିଓଟି ହେଉଛି ମୋ ପରିବାରର । ଏହି ଭିଡିଓ ଜାନୁଆରୀ ୧୭ ତାରିଖର । ସେହି ଦିନ ମୋ ବାପାଙ୍କୁ ୧୦୫ ଛୁଇଁଥିଲା । ଆଉ ମୋତେ ୭୫। ବାପାଙ୍କ ଜନ୍ମ ଦିନ ପାଇଁ ଆମେ ସମସ୍ତେ ଏକାଠି ହୋଇଥିଲୁ । ମୋ ଭାଇମାନେ ମଧ୍ୟ ଆସିଥିଲେ ।