Advertisment

ଦୃଦୟ ବିଦାରକ ଭିଡିଓ...ବାଛୁରୀର ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଚାଟିଲା ଗାଈ

ଭାଇରାଲ ହେଉଥିବା ଭିଡିଓ ଏତେ ହୃଦୟ ବିଦାରକ ଯେ, ଦେଖିବା ବେଳକୁ ସମସ୍ତଙ୍କ ଆଖିରେ ଆସୁଛି ପାଣି । କାରଣ ସେ ଦୃଶ୍ୟକୁ କେଉଁ ଶବ୍ଦରେ ବୁଝାଇବୁ, କେମିତି ବର୍ଣ୍ଣନା କରିବୁ ତାହା ଚିନ୍ତା କରିହେଉନି

author-image
Sarbeswar
ଅଦ୍ୟତନ ହୋଇଛି
Cow

Cow

ମାଆ...ଏ ଶବ୍ଦର ବର୍ଣ୍ଣନା ନାହିଁ କି ତୁଳନା ବି ନାହିଁ। ବାତ୍ସଲ୍ୟ ସ୍ନେହ ଓ ମମତା ଆଗରେ ତା’ ପାଇଁ ସମସ୍ତେ ସମାନ। ଗାଈ ହେଉ କି ମଣିଷ...ଛେଳି ହେଉ କି ମେଣ୍ଢା। ମାଆ ପାଇଁ ସମସ୍ତେ ଛୁଆ। ଆଉ ସବୁ ଛୁଆଙ୍କୁ ସମାନ ଭାବରେ ସ୍ନେହର ଚାଦର ଢାଙ୍କିଦିଏ ମାଆ। ଠିକ୍‌ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ। ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ବି ଝରିପଡିବ ଲୁହ।

Advertisment

ଭାଇରାଲ ହେଉଥିବା ଭିଡିଓ ଏତେ ହୃଦୟ ବିଦାରକ ଯେ, ଦେଖିବା ବେଳକୁ ସମସ୍ତଙ୍କ ଆଖିରେ ଆସୁଛି ପାଣି । କାରଣ ସେ ଦୃଶ୍ୟକୁ କେଉଁ ଶବ୍ଦରେ ବୁଝାଇବୁ, କେମିତି ବର୍ଣ୍ଣନା କରିବୁ ତାହା ଚିନ୍ତା କରିହେଉନି। 

ଗାଈ ସିନା କଥା କହିପାରୁନି। ହେଲେ ନିଜ ମମତା ଓ ସ୍ନେହ ଚିକିତ୍ସକଙ୍କ ଉପରେ ସତେ ଯେମିତି ଉଜାଡି ଦେଉଛି। କାରଣ ତା ଛୁଆର ଦେହ ଖରାପ ହୋଇଛି। ଭାରି କଷ୍ଟ ପାଉଛି। ପଶୁ ହେଲେ ବି ଛୁଆର କଷ୍ଟକୁ ସେ ଦେଖିପାରୁନି। ମଣିଷ ହୋଇଥିଲେ ସିନା ମେଡିକାଲ ନେଇଯାଆନ୍ତା, ହେଲେ ସେ ତ ପଶୁ...କରିବ କଣ? ଯେତେବେଳେ ଏଇ ଗୋସବକମାନେ ବାଛୁରୀର ଆଖିରେ କ୍ଷତ ଥିବା କଥା ଜାଣିଲେ ଏବଂ ତାକୁ ଚିକିତ୍ସା କରିବା ପାଇଁ ପ୍ରୟାସ ଆରମ୍ଭ କଲେ ତା’ପରର ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି।

Advertisment

ବାଛୁରୀର ଚିକିତ୍ସା କରୁଥିବା ଗୋସବକଙ୍କୁ ଚାଟି ପକାଉଥିଲା ଗାଈ। ଯେତେ ଗୋଡେଇଲେ ବି ସେ ଯାଉନଥିଲା । କାରଣ ସେ ଜାଣିଛି ତା’ ଛୁଆର ଚିକିତ୍ସା କଲେ ସେ ଭଲ ହୋଇଯିବ। ଆଉ ତାକୁ କଷ୍ଟ ବି ହେବନି। କିନ୍ତୁ ସେ ତ ଗୋମାତା। ଚିକିତ୍ସକଙ୍କୁ ଦେବାକୁ ତା ପାଖରେ କିଛି ନାହିଁ। ହେଲେ ସେ ଯେଉଁ ମମତା ଉଜାଡି ଦେଇଛି ତାହାଠୁ ଅଧିକ କିଏ ବା କାହାକୁ କଣ ଦେଇପାରିବ? ଦର୍ଶକବନ୍ଧୁ ଭାଇରାଲ ହେଉଥିବା ଭିଡିଓକୁ ଦେଖିବା ପରେ ଗୋମାତାର ବୁଦ୍ଧି ଆଉ ମମତାକୁ ଆପଣ ସାଲ୍ୟୁଟ ନକରି ରହିପାରିବେ ନାହିଁ। ଆଉ ଆପଣ ବି କହିବେ ମାଆର ମମତା ଅତୁଳନୀୟ, ଅବର୍ଣ୍ଣନୀୟ...।

(ଭୁବନେଶ୍ୱରରୁ ନିରଞ୍ଜନ ରେଡୀଙ୍କ ରିପୋର୍ଟ)

Bhubaneswar
Advertisment
Advertisment