/odishatv-khabar/media/post_attachments/uploadimage/library/16_9/16_9_0/WCL_1753870595.jpg)
WCL
ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ (ଡବ୍ଲୁସିଏଲ୍)ରେ ଭାରତ ଚାମ୍ପିଅନସ୍ ଏବଂ ପାକିସ୍ତାନ ଚାମ୍ପିଅନସ୍ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଜୁଲାଇ ୩୧ ତାରିଖରେ ଖେଳାଯିବାକୁ ଅଛି । କିନ୍ତୁ ଏହି ମ୍ୟାଚ୍ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ମ୍ୟାଚ ପୂର୍ବରୁ ଏଥିରୁ ଓହରିଯାଇଛନ୍ତି ଟୁର୍ନାମେଣ୍ଟର ମୁଖ୍ୟ ସ୍ପନସର ।
'ଡବ୍ଲୁସିଏଲ୍'ର ମୁଖ୍ୟ ସ୍ପନସରମାନଙ୍କ ମଧ୍ୟରୁ ଗୋଟିଏ 'ଇଜିମାଇଟ୍ରିପ୍' ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ସେମିଫାଇନାଲ୍ ମ୍ୟାଚରୁ ନିଜର ନାମ ପ୍ରତ୍ୟାହାର କରି ନେଇଛି। କମ୍ପାନୀ ପାକିସ୍ତାନ ସହିତ ଜଡ଼ିତ କୌଣସି ମ୍ୟାଚରେ ଅଂଶ ହେବ ନାହିଁ ।
ଅଧିକ ପଢ଼ନ୍ତୁ: ଟର୍ନିଂ ପିଚ୍ରେ ଅଧିକ ସୁଯୋଗ ଦେବା ଦରକାର, ଆଗକୁ ଆହୁରି ଭଲ ପରଫର୍ମ କରିବେ
ଟ୍ରାଭେଲ-ଟେକ୍ କମ୍ପାନୀର ସହ-ପ୍ରତିଷ୍ଠାତା ନିଶାନ୍ତ ପିଟ୍ଟି 'ଏକ୍ସ' ପୋଷ୍ଟରେ ଲେଖିଛନ୍ତି, "ଆମେ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସରେ ଟିମ୍ ଇଣ୍ଡିଆ ଚାମ୍ପିଅନସର ପ୍ରଦର୍ଶନକୁ ପ୍ରଶଂସା କରୁଛୁ। ଆପଣମାନେ ଦେଶକୁ ଗର୍ବିତ କରିଛନ୍ତି।
India vs Pakistan – WCL Semi-Final
We applaud Team India @India_Champions for their outstanding performance in the World Championship of Legends, you’ve made the nation proud.
However, the upcoming semi-final against Pakistan is not just another game, Terror and cricket cannot…
— Nishant Pitti (@nishantpitti) July 30, 2025
ତଥାପି, ପାକିସ୍ତାନ ବିପକ୍ଷରେ ଆଗାମୀ ସେମିଫାଇନାଲ୍ କୌଣସି ସାଧାରଣ ମ୍ୟାଚ୍ ନୁହେଁ। ଆତଙ୍କବାଦ ଏବଂ କ୍ରିକେଟ୍ ଏକାଠି ଚାଲିପାରେ ନାହିଁ। ଆମେ ଭାରତ ସହିତ ଛିଡ଼ା ହୋଇଛୁ। ଆମେ ଏପରି କୌଣସି ଆୟୋଜନକୁ ସମର୍ଥନ କରିପାରିବୁ ନାହିଁ, ଯାହା ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ସହିତ ସମ୍ପର୍କକୁ ସାଧାରଣ କରିବାକୁ ଚେଷ୍ଟା କରୁଛି।
ସେ ଆହୁରି ଲେଖିଛନ୍ତି, "ଭାରତର ଲୋକମାନେ ନିଜର ମତ ରଖିଛନ୍ତି ଏବଂ ଆମେ ସେମାନଙ୍କ କଥା ଶୁଣୁଛୁ। ଇଜିମାଇଟ୍ରିପ୍, ଡବ୍ଲୁସିଏଲରେ ଭାରତ-ପାକିସ୍ତାନ ମ୍ୟାଚ୍ ସହିତ ଜଡ଼ିତ ହେବ ନାହିଁ। କିଛି ଜିନିଷ ଖେଳରୁ ବଡ଼ ହୋଇଥାଏ। ଦେଶ ପ୍ରଥମେ, ବ୍ୟବସାୟ ପରେ।
ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ, ଯାହା ଉଭୟ ଦେଶ ମଧ୍ୟରେ ସାମରିକ ଉତ୍ତେଜନା ବଢ଼ାଇ ଦେଇଥିଲା। ଇଜିମାଇଟ୍ରିପ୍ ତରଫରୁ ଜାରି ବୟାନରେ କୁହାଯାଇଛି, "ଯଦିଓ ଇଜିମାଇଟ୍ରିପ୍ ଡବ୍ଲୁସିଏଲ୍ ସହିତ ୫ ବର୍ଷର ସ୍ପନସରସିପ୍ ଚୁକ୍ତି କରିଛି, କିନ୍ତୁ ଆମର ଉଦ୍ଦେଶ୍ୟ ସର୍ବଦା ସ୍ପଷ୍ଟ ରହିଛି। ଆମେ ପାକିସ୍ତାନ ସହିତ ଜଡ଼ିତ କୌଣସି ଡବ୍ଲୁସିଏଲ୍ ମ୍ୟାଚରେ ଅଂଶଗ୍ରହଣ କରିବୁ ନାହିଁ କିମ୍ବା ତାହା ସହିତ ଜଡ଼ିତ ରହିବୁ ନାହିଁ।
ଆମେ ଗର୍ବର ସହ ଇଣ୍ଡିଆ ଚାମ୍ପିଅନସ୍ ଟିମକୁ ସମର୍ଥନ ଜାରି ରଖିବୁ, କିନ୍ତୁ ପାକିସ୍ତାନ ଜଡ଼ିତ କୌଣସି ମ୍ୟାଚର ସମର୍ଥନ କିମ୍ବା ପ୍ରଚାର କରିବୁ ନାହିଁ। ସର୍ବଦା ଦେଶ ପ୍ରଥମେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)