ପୁଣି ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍ ଆକ୍ସିଅମ୍-୪ ମିଶନ। ଏ ନେଇ ସ୍ପେଶ୍ ଏକ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ମିଶନ ଲଞ୍ଚ ନେଇ ସ୍ଥିର ହୋଇଥିଲା। ଲିକୁଇଡ ଅକ୍ସିଜେନ ଲିକେଜ ପାଇଁ ମିଶନ ସ୍ଥଗିତ ହୋଇଛି। ଖୁବ ଶୀଘ୍ର ଘୋଷଣା ହେବ ନୂଆ ତାରିଖ ବୋଲି ସୂଚନା ମିଳିଛି। ଫାଲକନ୍ 9 ଲଞ୍ଚ ଯାନକୁ ଯାଞ୍ଚ କରିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା। ପରୀକ୍ଷଣ ସମୟରେ ପ୍ରପଲ୍ସନ ବେଳେ ଲିକୁଇଡ ଅକ୍ସିଜେନ ଲିକେଜ ହେଉଥିବାର ଜଣା ପଡିଥିଲା ବୋଲି ଇସ୍ରୋ କହିଛି।
ସୂଚନାଯୋଗ୍ୟ ଫାଲକନ ୯ ଏକ ପୁନଃବ୍ୟବହାର ଯୋଗ୍ୟ ରକେଟ। ଏହାର ପ୍ରଥମ ପର୍ଯ୍ୟାୟ ବୁଷ୍ଟର ମିଶନରୁ ଅଲଗା ହେବା ପରେ ପୃଥିବୀକୁ ଫେରିବ। ପୁନଃନିର୍ମାଣ ପରେ ପୁଣି ବ୍ୟବହାର କରାଯିବ। Axiom-4 ମିଶନରେ ଏହା ଦ୍ବିତୀୟ ଥର ବ୍ୟବହାର କରାଯିବ। ଚଳିତ ବର୍ଷ ଏପ୍ରିଲରେ ଷ୍ଟାରଲିଙ୍କ ମିଶନରେ ଉଡାଣ ଭରିଥିଲା।
ଅଧିକ ପଢ଼ନ୍ତୁ: ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍ ଆକ୍ସିଅମ୍-୪ ପୁଣି ସ୍ଥଗିତ; ଏହି ଦିନ ISSକୁ କରିବେ ଯାତ୍ରା
Also Read
ଜୁନ୍ ୧୦ରେ ପୂର୍ବରୁ ମିଶନ ଆରମ୍ଭ ନେଇ ଘୋଷଣା କରାଯାଇଥିଲା। ପରେ ଏହାକୁ ଜୁନ୍ ୧୧କୁ ଘୁଞ୍ଚା ଯାଇଥିଲା। ବିଭିନ୍ନ କାରଣରୁ ଏହି ମିଶନକୁ ୪ ଥର ସ୍ଥଗିତ ରଖାଗଲାଣି। ଭାରତ, ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ମହାକାଶଚାରୀଙ୍କୁ ନେଇ ଆଜି ଆମେରିକାର ଫ୍ଲୋରିଡ଼ା ସ୍ଥିତ କେନେଡ଼ି ସ୍ପେଶ୍ ସେଣ୍ଟରରୁ ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଆକ୍ସିଅମ୍-୪ର ଉତକ୍ଷେପଣ କାର୍ଯ୍ୟକ୍ରମ ଥିଲା।
ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନକୁ ଯାତ୍ରା କରିଥାନ୍ତେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ। ଖୁବ ଶୀଘ୍ର ନୂଆ ତାରିଖ ଘୋଷଣା ହେବା ପରେ ମିଶନରେ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରକୁ ଯିବେ। ଶୁଭାଂଶୁଙ୍କ ସମେତ ୪ ଜଣ ମହାକାଶକୁ ଉଡ଼ାଣ ଭରିବେ। ଆକ୍ସିଅମ୍-୪ ପାଇଁ ମିଶନ୍ ପାଇଲଟ୍ ଭାବେ ଗୁରୁଦାୟିତ୍ବ ତୁଲାଇବେ ଏହି ଭାରତୀୟ ବାୟୁସେନା ଅଧିକାରୀ। ଇସ୍ରୋର ମିଶନ୍ ଗଗନଯାନ ପାଇଁ ସାଉଁଟିବେ ବହୁମୂଲ୍ୟ ଅଭିଜ୍ଞତା। ଏହି ଅଭିଯାନ ଆକ୍ସିଅମ୍ ସ୍ପେସ, ନାସା, ସ୍ପେସ ଏକ୍ସ ଓ ଇସ୍ରୋର ମିଳିତ ପ୍ରୟାସ।
ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ସେ ମହାକାଶକୁ ଯାଉଥିବା ବେଳେ, ପ୍ରଥମ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବେ। ସେଠାରେ ଶୁଭାଂଶୁଙ୍କ ସମେତ ଅନ୍ୟ ମହାକାଶଚାରୀମାନେ ୧୪ ଦିନ ରହିବେ।