• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କାରରୁ ବ୍ୟାପୁଛି କ୍ୟାନସର୍‌ । ଲୋକମାନେ ନିଜ କାରରେ ଥିବାବେଳେ କ୍ୟାନ୍‌ସର୍‌ ଭଳି ମାରତ୍ମକ ରୋଗ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥରେ ନିଶ୍ୱାସ ନେଉଛନ୍ତି । ଏକ ଅନୁସନ୍ଧାନରୁ ଏମିତି ତଥ୍ୟ ଏବେ ସାମ୍ନାକୁ ଆସିଛି। ଗ୍ରୀଷ୍ମ ଋତୁରେ ଏହି ରାସାୟନିକ ପଦାର୍ଥର ପ୍ରଭାବ କାର ଭିତରେ ଅଧିକ ରହିଥାଏ । ଏଭଳି ପରିସ୍ଥିତିରେ କାରରେ ବସିତିବା ଲୋକମାନେ ବିଷାକ୍ତ ରାସାୟନିକ ପଦାର୍ଥ ଉପସ୍ଥିତିରେ ନିଶ୍ୱାସ ପ୍ରଶ୍ୱାସ ନେଇଥାନ୍ତି। ଯାହାଦ୍ୱାର କର୍କଟ ଭଳି ମାରତ୍ମକ ରୋଗ ପାଇଁ ଦାୟୀ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କ୍ୟାବିନ ବାୟୁରେ କର୍କଟ ସୃଷ୍ଟି କରୁଥିବା କମ୍ପାଉଣ୍ଡ ଉତ୍ସ ହେଉଛି ସିଟ୍‌ ଫୋମ୍‌ ।

ତେବେ ପ୍ରକାଶିତ ହୋଇଥିବା ଅଧ୍ୟୟନ ପାଇଁ ଅନୁସନ୍ଧାନକାରୀମାନେ ୨୦୧୫ରୁ ୨୦୨୨ ମଧ୍ୟରେ ୧୦୧ ଇଲେକ୍ଟ୍ରିକ୍‌, ଗ୍ୟାସ୍‌ ଓ ହାଇବ୍ରିଡ୍‌ କାରର କ୍ୟାବିନ୍‌ ବାୟୁର ଗୁଣବତ୍ତା ବିଶ୍ଳେଷଣ କରିଥିଲେ। ଏଥିରେ ସେମାନେ ଜାଣିବାକୁ ପାଇଲେ ଯେ ୯୯% କାରରେ TCIPP ନାମକ ଏକ ଫ୍ଲେମ୍ ରିଟାର୍ଡାଣ୍ଟ ଥାଏ। ଆମେରିକାର ନ୍ୟାସନାଲ ଟୋକ୍ସିକୋଲୋଜି ପ୍ରୋଗ୍ରାମ ଏହାକୁ ଏକ ସମ୍ଭାବ୍ୟ କର୍କିନୋଜେନ ଭାବରେ ଅନୁସନ୍ଧାନ କରୁଛି। ଅଧିକାଂଶ କାରରେ ଆହୁରି ଦୁଇଟି ଫ୍ଲେମ୍ ରିଟାର୍ଡାଣ୍ଟ TDCIPP ଏବଂ TCEP ଥାଏ । ଯାହାକୁ କର୍କଟ ରୋଗର କାରଣ ବୋଲି ଜଣାଯାଏ । ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଫ୍ଲେମ୍ ରିଟାର୍ଡାଣ୍ଟ ସ୍ନାୟୁଗତ ଏବଂ ପ୍ରଜନନ କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ଆମେରିକୀୟ ମାଗାଜିନ୍‌ ପିପୁଲ୍ସ ଅନୁଯାୟୀ, ଡ୍ୟୁକ୍ ବିଶ୍ୱବିଦ୍ୟାଳୟର ମୁଖ୍ୟ ଅନୁସନ୍ଧାନକାରୀ ତଥା ଟକ୍ସିକୋଲୋଜି ବୈଜ୍ଞାନିକ ରେବିକା ହେହେନ୍ କହିଛନ୍ତି - ଏହା ଧ୍ୟାନ ଦେବା ଜରୁରୀ ଯେ ଜଣେ ଡ୍ରାଇଭର ପ୍ରତିଦିନ କାରରେ ପ୍ରାୟ ଏକ ଘଣ୍ଟା ବିତାଇଥାନ୍ତି, ତେଣୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ସମସ୍ୟା। ଏହା ସହ ଦୀର୍ଘ ଯାତ୍ରା କରୁଥିବା ଡ୍ରାଇଭର ଓ ଛୋଟ ପିଲାମାନଙ୍କ ପାଇଁ ଏହି ଅନୁସନ୍ଧାନ ଚିନ୍ତାର ବିଷୟ।

ଅଧ୍ୟୟନରୁ ଜଣାପଡିଛି ଯେ ଗ୍ରୀଷ୍ମ ଋତୁରେ ବିଷାକ୍ତ ଫ୍ଲେମ ରିଟାର୍ଡାଣ୍ଟର ସ୍ତର ସର୍ବାଧିକ ଥାଏ । କାହିଁକି ନା ଉତ୍ତାପ କାରଣରୁ କାର ଉପକରଣରୁ ରାସାୟନିକ ପଦାର୍ଥର ନିର୍ଗତ ଅଧିକ ବଢ଼ିଯାଇଥାଏ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କ୍ୟାବିନ ବାୟୁରେ କର୍କଟ ସୃଷ୍ଟି କରୁଥିବା କମ୍ପାଉଣ୍ଡର ଉତ୍ସ ହେଉଛି ସିଟ୍ ଫୋମ୍ ।

ଗ୍ରୀନ୍ ସାଇନ୍ସ ପଲିସି ଇନଷ୍ଟିଚ୍ୟୁଟର ବରିଷ୍ଠ ବୈଜ୍ଞାନିକ ଲିଡିଆ ଜାହଲ କହିଛନ୍ତି ଯେ କାର ଡ୍ରାଇଭରମାନେ ଝରକା ଖୋଲି ଛାଇ / ଗ୍ୟାରେଜରେ ପାର୍କିଂ କରି ବିଷାକ୍ତ ଫ୍ଲେମ ରିଟାର୍ଡାଣ୍ଟର ପ୍ରଭାବକୁ ହ୍ରାସ କରିପାରିବେ। କିନ୍ତୁ ସର୍ବପ୍ରଥମେ କାରରେ ସ୍ଥାପିତ ଫ୍ଲେମ୍ ରିଟାର୍ଡାଣ୍ଟର ପରିମାଣ ହ୍ରାସ କରାଯିବା ଉଚିତ୍ ‍ବୋଲି ସେ କହିଛନ୍ତି ।