/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708598573.jpg)
Yuvraj Singh
ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି କ୍ରିକେଟର ଯୁବରାଜ ସିଂ। କ୍ରିକେଟରେ ନିଜର ଜଲୱା ଦେଖାଇବା ପରେ ଏବେ ରାଜନୀତି ମଇଦାନକୁ ଓହ୍ଲାଇବ ଯୁବରାଜ। ଆଉ କିଛି ଦିନ ପରେ ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ସବୁ ରାଜନୈତିକ ଦଳ। ନିର୍ବାଚନ ପୂର୍ବରୁ ଦଳ ବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହାରି ମଧ୍ୟରେ ପଞ୍ଜାବରେ ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କୁ ନେଇ ବେଶ୍ ଚର୍ଚ୍ଚା ଦେଖିବାକୁ ମିଳିଛି।\
ଅଧିକ ପଢ଼ନ୍ତୁ: ଗମ୍ଭୀରଙ୍କ ସହ ଝଗଡ଼ା ମୋ ବ୍ୟାଙ୍କ ବାଲାନ୍ସ କମାଇ ଦେଇଥିଲା...ମୋ କ୍ୟାରିଅର ବର୍ବାଦ କରିଥିଲା..
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଖୁବଶୀଘ୍ର ଯୁବରାଜ ସିଂ ବିଜେପିରେ ଯୋଗ ଦେଇପାରନ୍ତି। ତେବେ କେବଳ ଯେ ବିଜେପିରେ ଯୋଗ ତେବେ ତାହା ନୁହେଁ। ଚଳିତ ଲୋକସଭା ନିର୍ବାଚନରେ ମଧ୍ୟ ସେ ରାଜନୀତି ମଇଦାନ ତାଙ୍କ ଭାଗ୍ୟ ପରୀକ୍ଷା କରିବେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯୁବରାଜଙ୍କୁ ଗୁରୁଦାସପୁର ଆସନରୁ ଲୋକସଭା ନିର୍ବାଚନ ପାଇଁ ଟିକେଟ୍ ଦେଇପାରେ ବିଜେପି। ୨୦୧୯ ଲୋକସଭା ନିର୍ବାଚନରେ ଏହି ଆସନରୁ ବିଜେପି ଟିକେଟ୍ରେ ନିର୍ବାଚନ ଲଢ଼ିଥିଲେ ଅଭିନେତା ସନ୍ନି ଦେଓଲ। ସେ ବିଜୟ ମଧ୍ୟ ହୋଇଥିଲେ। କିନ୍ତୁ ୨୦୨୪ ନିର୍ବାଚନରେ ଦଳ ସନ୍ନିଙ୍କ ବଦଳରେ ଯୁବରାଜ ସିଂଙ୍କୁ ଟିକେଟ୍ ଦେବ ବୋଲି ଚର୍ଚ୍ଚା ହେଉଛି।
ଯୁବରାଜ ସିଂଙ୍କ ସହ ଆଉ ଜଣେ ପୂର୍ବତନ କ୍ରିକେଟର ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପଞ୍ଜାବ ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ନଭଜୋତ ସିଂ ସିଦ୍ଧୁ ପୁଣି ଥରେ ପଦ୍ମ ଶିବିରକୁ ଫେରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି। ପଦ୍ମ ଧରିବା ସହ ବିଜେପି ତାଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ ଅମୃତସର ଆସନରୁ ଟିକେଟ ଦେଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)